Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଗର୍ଭବତୀ ସ୍ତ୍ରୀକୁ ସ୍କୁଟରରେ ବସାଇ ୧୨୦୦ କିମି ପରୀକ୍ଷା ଦେବାକୁ ନେଇ ଯାଇଥିଲେ: ଫେରିବାକୁ ଦମ୍ପତ୍ତିଙ୍କୁ ଫ୍ଲାଇଟ୍ ଟିକେଟ୍ ଦେଲା ଅଦାନୀ ଗ୍ରୁପ୍

7/09/2020 at 12:08 PM

ଗ୍ୱାଲିୟର ୦୭/୦୯ : ପରୀକ୍ଷା ଦେବା ପାଇଁ ଜଣେ ଦମ୍ପତ୍ତି ଝାରଖଣ୍ଡରୁ ସ୍କୁଟରରେ ଗ୍ୱାଲିୟର ପହଞ୍ଚିଥିଲେ | ଏହାର ସ୍ୱାମୀ-ସ୍ତ୍ରୀଙ୍କୁ ଅନେକ ଘଣ୍ଟା ଯାତ୍ରା କରିବାକୁ ପଡିଥିଲା | ଯାତ୍ରା ସମୟରେ ରାସ୍ତାରେ ମଧ୍ୟ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା | କିନ୍ତୁ ସ୍ୱାମୀ-ସ୍ତ୍ରୀ ହାରି ଯାଇନଥିଲେ | ସାହସ ଯୁଟାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ | ଏହି ଖବରକୁ ନେଇ ପୁରା ସହରରେ ଚର୍ଚ୍ଚା ହେଉଛି | ଦମ୍ପତ୍ତିଙ୍କ ସମ୍ପର୍କରେ ଜାଣିବା ପରେ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ | ଏକ କର୍ପୋରେଟର ସମୂହ ଦ୍ୱାରା ଦମ୍ପତ୍ତିଙ୍କୁ ରିଟର୍ନ ଏୟାର୍ ଟିକେଟ୍ ଦିଆଯାଇଛି | ଏୟାର୍ ଟିକେଟ୍ ମିଳିବା ପରେ ସ୍ୱାମୀ ଧନଞ୍ଜୟ ମାଂଝୀ କହିଛନ୍ତି ଯେ, ସେ ଆଗରୁ ଯେବେ ବିମାନରେ ବସି ନାହାନ୍ତି | ଏହା ତାଙ୍କ ପାଇଁ ଅତ୍ୟନ୍ତ ଖୁସିର କଥା | ଏହାସହ ଧନଞ୍ଜୟ ଟିକେଟ୍ ଦେଇଥିବା ଅଦାନୀ ଗ୍ରୁପକୁ ଧନ୍ୟବାଦ ଜଣାଇଛନ୍ତି |

ସୂଚନା ଅନୁଯାୟୀ, ଧନଞ୍ଜୟ ମାଂଝୀଙ୍କ ସ୍ତ୍ରୀ ସୋନି ହେମ୍ବ୍ରମଙ୍କ ପରୀକ୍ଷା ଗ୍ୱାଲିୟରରେ ଥିଲା | ସେ ୬ ମାସର ଗର୍ଭବତୀ ଅଛନ୍ତି | କରୋନା ଭାଇରସ ଭଳି ସଙ୍କଟ ସମୟରେ ସ୍କୁଟରରେ ଯିବା ନିରାପଦ ବୋଲି ଭାବି ସ୍ୱାମୀ ସ୍ତ୍ରୀ ସ୍କୁଟର ଯୋଗେ ଗ୍ୱାଲିୟରରେ ପହଞ୍ଚିଥିଲେ | ଏଥିପାଇଁ ସେମାନେ ପରୀକ୍ଷାର କିଛି ଦିନ ପୂର୍ବରୁ ଗ୍ୱାଲିୟରରୁ ବାହାରି ଯାଇଥିଲେ | ଗ୍ୱାଲିୟରରେ ପହଞ୍ଚିବା ପରେ ଧନଞ୍ଜୟ ୧୦ ଦିନ ପାଇଁ ୧୫୦୦ ଟଙ୍କାରେ ଏକ କୋଠରୀ ଭଡା ନେଇଥିଲେ ଏବଂ ସେଠାରେ ରହିଥିଲେ | କିନ୍ତୁ ଏହି ସମ୍ପତ୍ତିଙ୍କ ଜୋସ ଓ ଦୃଢ ଇଛା ଶକ୍ତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଲେ ସେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ | ମିଡ଼ିଆ ସହ କଥାବାର୍ତ୍ତା ବେଳେ ଧନଞ୍ଜୟ କହିଥିଲେ ଯେ, ଅଦାନୀ ଗ୍ରୁପ ତାଙ୍କୁ ସାହାଯ୍ୟ କରିଛି | ଘରକୁ ଫେରିବାକୁ ଅଦାନୀ ଗ୍ରୁପ ତାଙ୍କୁ ଫ୍ଲାଇଟ୍ ଟିକେଟ୍ ଦେଇଛି |

ଏହାସହ ଧନଞ୍ଜୟ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇ କହିଛନ୍ତି ଯେ ସେ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ | ଜିଲ୍ଲା ଶିକ୍ଷା ଅଧିକାରୀ ପରୀକ୍ଷା କେନ୍ଦ୍ର ନିକଟରେ ସେମାନଙ୍କ ରହିବ ବ୍ୟବସ୍ଥା ମଧ୍ୟ କରିଦେଇଥିଲେ | ତାଙ୍କୁ ୫ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯାଇଛି ବୋଲି ଧନଞ୍ଜୟ କହିଛନ୍ତି | 

   Related Posts