Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ପେଟ୍ରୋକେମିକାଲ କ୍ଷେତ୍ରରେ ଆଦାନୀ ଗ୍ରୁପର ପ୍ରବେଶ, ସ୍ଥାପିତ ହେବ ନୂଆ ସବସିଡାରୀ

1/08/2021 at 8:23 PM

ନୂଆଦିଲ୍ଲୀ ୧।୮: ଦିଗ୍ଗଜ ଉଦ୍ୟୋଗପତି ଗୌତମ ଆଡାନୀଙ୍କ ମାଲିକାନାଧୀନ ଆଡାନୀ ଗ୍ରୁପ  ରିଫାଇନାରୀ, ପେଟ୍ରୋକେମିକାଲ ଓ ହାଇଡ୍ରୋଜନ ପ୍ଲାଣ୍ଟର ଏକ ନୂଆ ସବସିଡାରୀର ସ୍ଥାପନା କରିଛି। ଆଡାନୀ ଗ୍ରୁପ ଫ୍ଲାଗସିପ୍ କମ୍ପାନୀ ଆଡାନୀ ଏଣ୍ଟର ପ୍ରାଇଜେସ୍‌ ସେୟାର ବଜାରକୁ ଦେଇଥିବା ସୂଚନାରେ ଏହା କହିଛନ୍ତି। ଯେଉଁଥିରେ ଆଡାନୀ ପେଟ୍ରୋକେମିକାଲସ୍ ଲିମିଟେଡ ( ଏପିଏଲ)କୁ ଏକ ପୂର୍ଣ୍ଣ ମାଲିକାନାଧୀନ ସବସିଡାରୀ ଭାବେ ଗଠନ କରାଯାଇଥିବା କୁହାଯାଇଛି।

ଅହମ୍ମଦାବାଦର ଆଡାନୀ ଗ୍ରୁପ ଦେଶରେ ସମନ୍ୱିତ ଭିତ୍ତିଭୂମି ସମ୍ପନ୍ନ ସର୍ବ ବୃହତ୍ତ ବ୍ୟାପାର ସମୂହ ଭାବେ ବେଶ ଜଣାଶୁଣା। ଏହି ଗ୍ରୁପର ଅନୁନ୍ୟ ୬ଟି ଲିମିଟେଡ ଏଣ୍ଟିଟି ରହିଛି। ନିକଟରେ ଆଡାନୀ ଗ୍ରୁପ ଜିଭିକେ ସମୂହ ଠାରୁ ମୁମ୍ବାଇ ବିମାନ ବନ୍ଦରର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲା। ଗତବର୍ଷ ଏ ନେଇ କମ୍ପାନୀ ଘୋଷଣା ମଧ୍ୟ କରିଥିଲା। ଯେଉଁଥିରେ ଜିଭିକେ ସମୂହର ଭାଗିଦାରୀ ଅଧିଗ୍ରହଣ କରିବ ବୋଲି ସୂଚିତ କରିଥିଲା। ସେହି ଅନୁସାରେ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଡାନୀ ଗ୍ରୁପ ୭୪ ପ୍ରତିଶତ ଅଂଶିଦାରୀ ହାସଲ କରିଛି।

   Related Posts