ଜୀବନ ଯୁଦ୍ଧରେ ହାରିଗଲେ ଫୁଟବଲର ଆଡାମ୍ସ, ୪୦ ବର୍ଷ କୋମାରେ ରହିବା ପରେ ଶେଷ ନିଶ୍ୱାସ ତ୍ୟାଗକଲେ

Published By : Prameya-News7 Bureau | September 07, 2021 IST

ନୂଆଦିଲ୍ଲୀ, ୦୭//୦୯:  ୪୦ ବର୍ଷ ସହ ସଂଗ୍ରାମର ଅନ୍ତ । ଜୀବନ ଯୁଦ୍ଧରେ ହାରିଗଲେ ଫୁଟବଲର । ଦୀର୍ଘ ୪୦ ବର୍ଷ ହେଲା କୋମାରେ ଥିବା ଜଣେ ପୁଟବଲର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

 ଫୁଟବଲର ଜଣଙ୍କ ହେଲେ ଫ୍ରାନ୍ସର ପ୍ରସିଦ୍ଧ ଖେଳାଳି ଜିନ୍-ପିଏରେ-ଆଡାମ୍ସ। ସେ ୭୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ।  ସେ ଦୀର୍ଘ ଦିନ ହେବ କୋମାରେ ରହିଥିଲେ । ଏହାର କାରଣ ଥିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ସେ ମାତ୍ର ୩୩ ବର୍ଷ ହୋଇବେଳେ ଡାକ୍ତରଙ୍କ ଏକ ଭୁଲ  ପାଇଁ କୋମାକୁ ଚାଲି ଯାଇଥିଲେ । ୧୯୮୨ ମସିହାର ଆଡାମ୍ସଙ୍କ ସହ ଏପରି ଘଟଣା ଘଟିଥିଲା । ଯାହା ଫୁଟବଲ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସୂଚନାନୁସାରେ, ଆଡାମ୍ସ ସାଧାରଣ ଆଣ୍ଠୁ ଅପରେସନ ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ ।  ତାଙ୍କୁ ଡାକ୍ତର ଆବଶ୍ୟକତାରୁ ଅଧିକ ମାତ୍ରାରେ ଆନାସ୍ତେସିଆ ଦେଇତିଲେ। ଫଳରେ ତାଙ୍କ ମସ୍ତିଷ୍କ ଅଚଳ ହୋଇଯାଇଥିଲା । ସେ କୋମାକୁ ଚାଲିଯିବା ସହ ତାଙ୍କର କ୍ୟାରିଅର ଶେଷ ହୋଇଯାଇଥିଲା । ତାଙ୍କୁ ଖେଳରେ ବ୍ଲାକ୍ କାର୍ଡ ସମ୍ମାନ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.