Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶେଷରେ ନିଜ ପ୍ରେମିକାଙ୍କୁ ବିବାହ କଲେ ଆଡମ ଜାମ୍ପା, କରୋନା ଯୋଗୁଁ ଦୁଇ ଦୁଇ ଥର ଘୁଞ୍ଚିଥିଲା ବାହାଘର

21/06/2021 at 11:24 PM

ନୂଆଦିଲ୍ଲୀ ୨୧।୦୬: ଶେଷରେ ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳାଳି ଆଡମ ଜାମ୍ପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ନିଜର ପ୍ରେମିକା ହେଟି ଲେହିଘ ପାନରଙ୍କୁ ଗତ ସପ୍ତାହରେ ବିବାହ କରିଛନ୍ତି। ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ଜାମ୍ପାଙ୍କ ପତ୍ନୀ  ହେଟି ପାର୍ନର ଏହାର ସୂଚନା ଦେଇଛନ୍ତି।

ଆଡମ ଜାମ୍ପା ଓ ହେଟିଙ୍କ ବିବାହ କରୋନା କାରଣରୁ ଦୁଇ ଦୁଇ ଥର ଘୁଞ୍ଚାଇବାକୁ ପଡିଥିଲା। ହେଲେ ଶେଷରେ ଉଭୟ ବିବାହ କରିବାରେ ସଫଳ ହୋଇଛନ୍ତି। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ହେଟି ସର୍ବଦା ଜାମ୍ପାଙ୍କ ସହ ବିଦେଶ ଗସ୍ତରେ ଯାଇଥାନ୍ତି।

ହେଟି ପାର୍ନର ୨୦୧୭ରେ ଆଡମ ଜାମ୍ପାଙ୍କ ସହ ଭାରତ ଗସ୍ତରେ ମଧ୍ୟ ଆସିଥିଲେ। ସେହି ସମୟରେ ଜାମ୍ପା ପୁଣେ ସୁପର ଜିଆଣ୍ଟ ଦଳ ତରଫରୁ ଖେଳୁଥିଲେ। ହେଲେ ଉଭୟ ସାମାଜିକ ଗଣାମଧ୍ୟମରେ ଅପଶବ୍ଦ ଲେଖିବା ନେଇ ଖୁବ୍ ଟ୍ରୋଲର ଶିକାର ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଆଡମ ଜାମ୍ପାଙ୍କୁ ଶୀଘ୍ର ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ପଡିଆରେ ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆ ଇଣ୍ଡିଜ ଗସ୍ତରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଜମ୍ପା ନିକଟରେ ବାୟୋ ବବଲରେ ପଡୁଥିବା ମାନସିକ ଚାପ କାରଣରୁ ଆଇପିଏଲ ୨୦୨୧କୁ ଅଧାରେ ଛାଡି ସ୍ଵଦେଶ ଫେରି ଯାଇଥିଲେ।

   Related Posts