ସିରାଜଙ୍କ ବଦଳରେ ନବଦୀପ ସୈନୀଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଦେଲେ ଗିଲଖ୍ରୀଷ୍ଟ୍, ପରେ ଭୁଲ ମାଗିଲେ

Published By : Prameya-News7 Bureau | November 27, 2020 IST

ସିଡନୀ,୨୭/୧୧:     ଶୁକ୍ରବାର ଐତିହାସିକ ସିଡନୀ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଉଛି । ଏଙି ମ୍ୟାଚରେ ଭାରତୀୟ ଦଳରେ କଣ ପରିବର୍ତ୍ତନ ହୋଇଛି ଏବଂ କେଉଁ ଖେଳାଳି ଖେଳୁ ନାହାଁନ୍ତି ଏନେଇ ଅବଗତ ନାହାଁନ୍ତି ଅଷ୍ଟ୍ରେଲିଆ କମେଣ୍ଟେଟର୍ । ପ୍ରଥମ ଇନିଂସରେ କମେଣ୍ଟ୍ରୀ କରୁଥିବା ବେଳେ ଅଷ୍ଟ୍ରେଲିଆର ଦୁଇ ପୂର୍ବତନ ଖେଳାଳି ଆଦାମ ଗିଲଖ୍ରୀଷ୍ଟ୍ ଓ ସେନ ଓ୍ୱର୍ଣ୍ଣ ଏକ ବଡ ଭୁଲ କରିଛନ୍ତି । ଏହି ଦୁଇ ଖେଳାଳି ନବଦୀପ ସୈନୀଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କିନ୍ତୁ ଗତ ସପ୍ତାହରେ ମହମ୍ମଦ ସିରାଜଙ୍କ ପିତାଙ୍କର ପରଲୋକ ଘଟିଥିଲା ।

wp:html /wp:html

କଣ ଥିଲା ଘଟଣା

ଅଷ୍ଟ୍ରେଲିଆ ଇନିଂସର ସପ୍ତମ ଓଭରରେ ବିରାଟ କୋହଲି ନବଦୀପ ସୈନୀଙ୍କୁ ବୋଲିଂ ପାଇଁ ବଲ୍ ଦେଇଥିଲେ । ସେହି ସମୟରେ ଗିଲଖ୍ରୀଷ୍ଟ୍ ଓ ଓ୍ୱାର୍ଣ୍ଣ କମେଣ୍ଚ୍ରୀ କରୁଥିଲେ । ଉଭୟ କହିଥିଲେ ଯେ, ନବଦୀପ ସୈନୀଙ୍କ ପାଇଁ ବୋଲିଂ କରିବା ସହଜ ହେବ ନାହିଁ । କାରଣ ଗତ ସପ୍ତାହରେ ତାଙ୍କ ପିତାଙ୍କ ପରଲୋକ ଘଟିଥିଲା । ପରେ ଗିଲଖ୍ରୀଷ୍ଟ ନିଜ ଭୁଲ ବୁଝିପାରିଥିଲେ । ଏହାସହ କ୍ଷମା ପ୍ରାର୍ଥମା ମଧ୍ୟ କରିଥିଲେ ।

{"id":368480,"sizeSlug":"large"}

ସୂଚନାଯୋଗ୍ୟ, ଗତ ସପ୍ତାହରେ ମହମ୍ମଦ ସିରାଜଙ୍କ ପିତାଙ୍କ ପରଲୋକ ଘଟିଥିଲା ।ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ପିତାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଇପାରି ନଥିଲେ । ବିସିସିଆଇ ତାଙ୍କୁ ସ୍ୱଦେଶ ଫେରିବା ନେଇ ବିକଳ୍ପ ଦେଇଥିଲା । କିନ୍ତୁ ସେ ଦଳ ସହ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.