Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସର୍ଜରୀ କରାଇ ପୁରୁଷରୁ ନାରୀ ହୋଇଥିଲେ ଏହି ଅଭିନେତ୍ରୀ, ବିବାହ ପରେ ଖୋଲିଲା ରାଜ

ମୁମ୍ୱାଇ୨୩|୪: ସେକ୍ସ ରିଏସାଇନ୍‌ମେଣ୍ଟ ସର୍ଜରୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବେ ବଲିଉଡ ଅଭିନେତ୍ରୀ ଆଦା ଶର୍ମା। ଏହି କମେଡି ଫିଲ୍ମରେ ଆଦା ଜଣେ ପୁରୁଷଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ପାଇଁ ଆଦା ବେଶ ଉତ୍ସାହିତ। ଫିଲ୍ମ “ମ୍ୟାନ ଟୁ ମ୍ୟାନ” ଫିଲ୍ମରେ ଅଭିନେତା ନବୀନ କସ୍ତୁରିଆ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମରେ ନବୀନ ଆଦା ଶର୍ମାଙ୍କୁ ଭଲ ପାଇ ବିବାହ କରନ୍ତି। ବିବାହ କରିଲା ପରେ ନବୀନ ଜାଣିପାରିଲେ ଯେ, ଶାରୀରିକ ରୂପରୁ ପ୍ରଥମେ ଆଦା ଜଣେ ପୁରୁଷ ଥିଲେ। ସେକ୍ସ ରିଏସାଇନ୍‌ମେଣ୍ଟ ସର୍ଜରୀ ଦ୍ବାରା ସେ ଜଣେ ମହିଳା ହୋଇଥିଲେ।
“୧୯୨୦” ଫିଲ୍ମରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ ଆଦା। ଏହା ପରେ କମାଣ୍ଡୋ, କମାଣ୍ଡୋ ୨ ଓ କମାଣ୍ଡୋ ୩ ଭଳି ଫିଲ୍ମରେ ମଧ୍ୟ ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ବଲିଉଡରେ ଡେବ୍ୟୁ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ହିନ୍ଦି ଫିଲ୍ମରେ ଅଭିନୟ କରିଲା ପରେ ସେ ଅନେକ ସାଉଥ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।  ମହାରାଷ୍ଟ୍ରରେ ଆଦା ତାଙ୍କ ମା ବାପାଙ୍କ ସହ ରହି ପାଠ ପଢୁଥିଲେ। ତାଙ୍କ ବାପା ଭାରତୀୟ ନୌସେନାରେ ଥିଲେ ଓ ମାଁ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ। ୩ ବର୍ଷ ବୟସରୁ ଅଦା ତାଙ୍କ ମାଙ୍କୁ ଦେଖି ନୃତ୍ୟ କରନ୍ତି। ଦଶମ ଶ୍ରଣୀରେ ପାଠ ପଢୁଥିବା ବେଳେ ଅଦା ନିଷ୍ପତ୍ତି ନେଇଥିଲେ ଯେ, ସେ ବଡ ହୋଇ ଅଭିନେତ୍ରୀ ହେବେ। ଦଶମ ଶ୍ରେଣୀ ପାସ କରିଲା ପରେ ସେ ପାଠ ପଢା ଛାଡିଥିଲେ। ଏହା ପରେ ସେ ସିନେମା ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ତିଆରି କରିବା ପାଇଁ ଲାଗିପଡିଥିଲେ। ଶେଷରେ ୨୦୦୮ ମସିହାରେ ସେ ସିନେମା ଜଗତରେ ପାଦ ଦେଇଥିଲେ ଓ ନିଜ ସ୍ୱପ୍ନ ସାକାର କରିବାରେ ସଫଳ ହୋଇଥିଲେ।
ପ୍ରଥମ ଥର ପାଇଁ ସେ ଜଣେ ପୁରୁଷ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଅଭିନେତା ନବୀନ କହିଛନ୍ତି ଯେ, ଏହି ଫିଲ୍ମ ମନୋରଞ୍ଜନ ଓ ସାମାଜିକ ସନ୍ଦେଶର ପ୍ରକୃତ ମେଳ। ଏହି ଫିଲ୍ମର କାହାଣୀ ଅନ୍ୟ କାହାଣୀଠୁ ବେଶ ଅଲଗା। ନିର୍ଦ୍ଦେଶକ ଅବୀର ସେନଗୁପ୍ତା ନିଜେ ଏହି କାହାଣୀ ଲେଖିଛନ୍ତି । ଅବୀର କହିଛନ୍ତି ଯେ, ଆଦା ଓ ନବୀନଙ୍କ ସହ କାମ କରି ସେ ଖୁସି ଅନୁଭବ କରିଛନ୍ତି। ଏହି ଚଳଚ୍ଚିତ୍ର କେବଳ ଲୋକଙ୍କ ମନୋରଞ୍ଜନ ପାଇଁ ହୋଇନାହିଁ। ଏହି ଫିଲ୍ମ ଦ୍ବାରା ଦର୍ଶକଙ୍କୁ ଅନେକ ସୂଚନା ମଧ୍ୟ ମିଳିବ।  

 

 

2468 Views

   ସମ୍ବନ୍ଧିତ ଖବର