Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ୍ ମିଡିଆରେ ଅଦା ଶର୍ମାଙ୍କ ଭିଡିଓ ଭାଇରାଲ୍ , ଷ୍ଟଣ୍ଟ ଓମ୍ୟାନ୍ ଭଳି ଆକ୍ସନ୍ କିନ୍ତୁ ହାତରେ ଯାହା ଧରିଛନ୍ତି ତାହା ଜାଣିଲେ ଲାଗିବ ଆଶ୍ଚର୍ଯ୍ୟ

29/05/2020 at 12:49 PM

ମୁମ୍ବାଇ ୨୯/୫: ବଲିଉଡ ଅଭିନେତ୍ରୀ ଅଦା ଶର୍ମା ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି ଏବଂ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଏଣ୍ଟରଟେନିଂ ପୋଷ୍ଟ୍ କରୁଥାନ୍ତି। ଏବେ ସେ ପୁଣି ନିଜର ଫନି ଭିଡିଓ ସେୟାର କରିଛନ୍ତି ଯାହାକୁ ଖୁବ୍ ପସନ୍ଦ କରାଯାଉଛି। ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଦା ଶର୍ମା ଛାତ ଉପରେ ଘର ପୋଛା କନାକୁ ବାଲଟିରେ ଓଦା କରୁଛନ୍ତି। ଏହା ପରେ ସେ ପୋଛା କନାକୁ ଦୁଇ ହାତରେ ପବନରେ ବୁଲାଉଛନ୍ତି। ଭିଡିଓରେ ସେ ପୋଛା କନା ସହ ଆକ୍ସନ୍ କରୁଥିବା ନଜର ଆସିଛନ୍ତି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ଗୀତ ଚାଲିଛି। ଏହା ପରେ ପୋଛାକନାକୁ ଛାତରେ ଶୁଖାଇ ଦେଉଛନ୍ତି।

ଅଦା ଭିଡିଓକୁ ସେୟାର କରି ଲେଖିଛନ୍ତି,‘ ଏକ ଲଡ଼କି କୋ ଦେଖା ତୋ ଏସା ଲଗା,ଭାବନା ରେଡ୍ଡି ଷ୍ଟାଇଲ୍,କ୍ବାରେଣ୍ଟାଇନରେ ଓ୍ବାଶିଂ ମେସିନ୍ କିପରି ହୋଇଥାଏ ଏହା ତାଙ୍କୁ ବିଶ୍ବର ଶ୍ରେଷ୍ଠ କମାଣ୍ଡୋ,ଶ୍ରେଷ୍ଠ ମାର୍ଶାଲ୍ ଆର୍ଟିଷ୍ଟ,ବେଲ୍ଟ ଶେଫ୍ ବିଦ୍ୟୁତ୍ ଦେବ ସିଂହ ଜାମଓ୍ବାଲ୍ ଶିଖାଇଛନ୍ତି। ସୌଭାଗ୍ୟର କଥା ଏହିକି ଯେ ସେ ତାଙ୍କର ବେଷ୍ଟ୍ ଫ୍ରେଣ୍ଡ।’

   Related Posts