ବିହାରରେ ପୁଣି ଏନସେଫେଲାଇଟସ ସନ୍ଦେହ, ଏପର୍ଯ୍ୟନ୍ତ ମଲେଣି ୧୪ ଶିଶୁ

Published By : Prameya-News7 Bureau | June 08, 2019 IST

ମୁଜଫରପୁର ୮।୬:  ବିହାର ମୁଜଫରପୁର ଜିଲ୍ଲାରେ  ଏନସେଫେଲାଇଟସକୁ ନେଇ ପୁଣି ଆତଙ୍କ ଦେଖାଦେଇଛି। ଏନସେଫେଲାଇଟସ ସିଣ୍ଡ୍ରୋମ ଯୋଗୁ ଏପର୍ଯ୍ୟନ୍ତ ୧୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶିଶୁଙ୍କ ଅବସ୍ଥା ସଂକଟାପନ୍ନରହିଛି। ଶ୍ରୀକୃଷ୍ଣ ମେଡିକାଲ କଲେଜରେ ଏପର୍ଯ୍ୟନ୍ତ ୩୮ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଶିଶୁଙ୍କୁ ଡାକ୍ତର ପ୍ରତ୍ୟକ୍ଷ ତତ୍ବାବଧାନରେ ଚିକିତ୍ସା କରୁଛନ୍ତି। 

{"id":121168}

ଏସକେଏମସିଏଚ୍ ର ଅଧିକ୍ଷକ ଡା. ସୁନୀଲ ଶାହୀ ଏନସେଫେଲଇଟସ୍ ର ପୃଷ୍ଟି କରିଥିବା ବେଳେ   ଅଧିକାଂଶ ରୋଗୀ ଗୁରୁତର ଅବସ୍ଥାରେ ଆସିଥିଲେ ବୋଲି କହିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୪ଜଣଙ୍କ ମୃତ୍ୟୁ ହୋଇଛି।    କେବଳ ଗତକାଲି ୮ ଜଣ ଶିଶୁଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ୩ଟି ଶିଶୁ ଗୋଟିଏ ଗାଁର ବୋଲି ଡାକ୍ତର କହିଛନ୍ତି।

{"id":121169,"width":581,"height":292}

ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡା. ଜି.ଏସ୍. ସାହାଣୀ ଶିଶୁଙ୍କଠାରେ ଦେଖା ଯାଉଥିବା ଲକ୍ଷଣକୁ ନେଇ ଚିକିତ୍ସା କରାଯାଉଥିବା କହିଛନ୍ତି। ଏଇଏସ ଆକ୍ରାନ୍ତ ଶିଶୁଙ୍କଠାରେ ଭୀଷଣ ଜ୍ବର ସହ ଶିଶୁ ମୋଡିଭିଡି ହେଉଛନ୍ତି। ସାମାନ୍ୟ ଅବହେଳା ହେଲେ ଜ୍ବର ବଢିବା ସହ ଶିଶୁ ବେହୋସ ହେଉଛନ୍ତି। ଯେଉଁମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡୁଥିବା ଡାକ୍ତର କହିଛନ୍ତି। ଏଇଏସ ସଂକ୍ରମଣକୁ ଦୃଷ୍ଟିରେରଖି  ଏସକେଏମସିଏଚ୍ ପକ୍ଷରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏବେ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି।  ଗୁଳଗୁଳି ଓ ଗରମ ଯୋଗୁ ଏଇଏସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.