୬ ହଜାର ଟଙ୍କା ପାଇଁ ଏହି ଅଭିନେତ୍ରୀଙ୍କୁ କରାଯାଇଥିଲା ହତ୍ୟା, ୪ ଦିନ ଯାଏଁ ରୁମରେ ପଡିଥିଲା ମୃତଦେହ

Published By : Prameya-News7 Bureau | March 03, 2020 IST

ମୁମ୍ବାଇ ମାର୍ଚ୍ଚ ୦୩:   ଜୁନ ୧୨, ୨୦୧୭। ହଠାତ ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେସନକୁ ଏକ ଫୋନ ଆସିଥିଲା। ଭୈରବନାଶ ହାଉସିଂ ସୋସାଇଟିର ପଞ୍ଚମ ମହଲାର ୫୦୩ ନମ୍ବର ରୁମ ମଧ୍ୟରୁ କିଛି ଦୁର୍ଗନ୍ଧ ବାହାରୁଥିବା ପୋଲିସକୁ ଖବର ଦିଆଗଲା। ପୋଲିସ ଆସି ରୁମ ଖୋଲିବା ପରେ କଙ୍ଗନା ରଣାଓ୍ୱତଙ୍କ ସହ ରଜ୍ଜୋ ଚଳଚ୍ଚିତ୍ରରେ କାମ କରିଥିବା ବଲିଉଡ ଓ ସିରିଏଲ ଅଭିନେତ୍ରୀ କୃତ୍ତିକା ଓରଫ ଜ୍ୟୋତି ଚୌଧରୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ସେତେବେଳକୁ ମୃତଦେହଟି ପଚି ଯାଇଥିଲା ଓ କୋଠରୀର ବିଭିନ୍ନ ସ୍ଥାନରେ ରକ୍ତଚିହ୍ନ ରହିଥିଲା।

{"id":232171,"width":755,"height":424,"sizeSlug":"large"}

କୃତ୍ତିକା ଉତ୍ତରାଖଣ୍ଡର ହରିଦ୍ୱାରରେ ରହୁଥିଲେ। ସେ ସ୍କୁଲ ସମୟରୁ ଅଭିନୟକୁ ପସନ୍ଦ କରୁଥିଲେ। ଏହାପରେ ସେ ମଡେଲିଂ କରିବା ସହ ଫିଲ୍ମରେ କାମ କରିବାକୁ ଚାହିଁଥିଲେ। କିନ୍ତୁ ବିଫଳ ହୋଇଥିଲେ। ପରେ ସେ ଦିଲ୍ଲୀର ରାଜ ତ୍ରିବେଦୀଙ୍କୁ ବିବାହ କରିଥିଲେ। ତେବେ ଅଭିନୟ କ୍ୟାରିଅର ହେତୁ ପତିପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡା ହେଉଥିଲା। ପରେ ଉଭୟ ବିବାହ ବିଚ୍ଛେଦ କରିଥିଲେ। ଏହାପରେ ସେ ସମସ୍ତଙ୍କୁ ଲୁଚାଇ ବିଜୟ ଦ୍ୱିବେଦୀଙ୍କୁ ବିବାହ କରିବା ସହ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ହିଁ ତାଙ୍କୁ କେତେକ ସିରିଏଲ ଓ ରଜ୍ଜୋ ଚଳଚ୍ଚିତ୍ରରେ କାମ କରିବାକୁ ସୁଯୋଗ ମିଳିଥିଲା।

{"id":232169,"width":747,"height":632,"sizeSlug":"large"}

୬ ହଜାର ଟଙ୍କା ପାଇଁ ହୋଇଥିଲା ହତ୍ୟା

ପୋଲିସ କୃତ୍ତିକାଙ୍କ ଘରେ ଛାନଭିନ କରିବା ପରେ ବ୍ରାଉନ ସୁଗାର ପ୍ୟାକେଟ୍ ପାଇଥିଲା। ଏହାସହ ତାଙ୍କର କଲ୍ ଡିଟେଲସ୍ ମଧ୍ୟ ସର୍ଚ୍ଚ କରିଥିଲା। ଏଥିରେ ନିଶା ବ୍ୟବସାୟୀ ଆସିଫ ଅଲ୍ଲୀ ଓ ଆସିଫ ଅଲ୍ଲୀର କଲ ଡିଟେଲସରୁ ଆଉ ଜଣେ ବ୍ୟବସାୟୀ ସକିଲର ନମ୍ବର ମିଳିଥିଲା। ସକିଲକୁ ପଚାରଉଚରା କରାଯିବା ପରେ ସେ ସବୁ ସତ କହିଦେଇଥିଲା। କାମ ନମିଳିବାରୁ କୃତ୍ତିକା ନିଶା ସେବନ କରୁଥିଲେ। ଆସିଫ  କୃତ୍ତିକାଙ୍କୁ ସକିଲ ସହ ପରିଚିତ କରାଇଥିଲା। ସକିଲ ଜେଲରୁ ଫେରିବା ପରେ ଆସିଫ ସହ କୃତିକାଙ୍କ ପାଖକୁ ୬ ହଜାର ଟଙ୍କା ମାଗିବାକୁ ଯାଇଥିଲା। କିନ୍ତୁ କୃତ୍ତିକା ଗୋଟିଏ ସପ୍ତାହ ପରେ ଟଙ୍କା ଦେବେ ବୋଲି କହିଥିଲେ। ଏଥିରେ କ୍ରୋଧିତ ହୋଇ ଉଭୟ ଲୁହା ରଡରେ ତାଙ୍କୁ ହତ୍ୟା କରିଥିଲେ। ପୋଲିସ ୪ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.