Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଅଭିନେତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ପତ୍ନୀ, ମାରପିଟ ବି କରିଥିବାର ଲେଖିଛନ୍ତି ଏତଲାରେ

6/11/2019 at 3:56 PM

ଇନ୍ଦୋର : ଦିଲ୍ଲୀର ଜନୈକା ମଡେଲ ତଥା ଅଭିନେତ୍ରୀ ବିବାହର ବର୍ଷଟିଏ ପୂରଣ ନ ହେଉଣୁ ତାଙ୍କ ଅଭିନେତା ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୩୦ ବର୍ଷ ବୟସ୍କା ଅଭିନେତ୍ରୀ ସ୍ୱାତୀ ମେହେରା ମାତ୍ର ୧୦ ମାସ ପୂର୍ବେ ଇନ୍ଦୋର ସୁଦାମା ନଗର ନିବାସୀ ସୂର୍ଯ୍ୟ ପ୍ରକାଶ ଶାସ୍ତ୍ରୀଙ୍କ ମଡେଲ ତଥା ଅଭିନେତା ପୁତ୍ର କରଣଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ବିବାହ କରିବାର ୨ ମାସ ପରେ ସ୍ୱାମୀ ଓ ପରିବାର ଲୋକେ ତାଙ୍କୁ ଯୌତୁକ ଲାଗି ନିର୍ଯାତନା ଦେବା ସହ ମାରପିଟ କରୁଥିବାର ଅଭିଯୋଗ କରିଛନ୍ତି।

ଏବେ ସ୍ୱାତୀ ସ୍ୱାମୀଙ୍କୁ ଛାଡି ମୁମ୍ବାଇରେ ଅବସ୍ଥାନ କରୁଛନ୍ତି। ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ନେଇ ସେ ପୋଲିସରେ ଅଭିଯୋଗ ବି କରିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଇନ୍ଦୋର ଆସି ଅଡିଜି ବରୁଣ କପୁରଙ୍କୁ ଭେଟି ତାଙ୍କ ଗୁହାରି ଜଣାଇବା ପରେ ଦ୍ୱାରକାପୁରୀ ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇରେ ଏକ ଫିଲ୍ମ ସୁଟିଂ ସେଟରେ କରଣଙ୍କ ସହ ପ୍ରଥମ ଥର ସ୍ୱାତୀଙ୍କର ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ଉଭୟ ପ୍ରେମରେ ପଡିବା ସହ ପରସ୍ପର ବିବାହ ଲାଗି ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଗତ ଫେବୃଆରୀ ମସ ୧୩ ତାରିଖରେ ଉଭୟ ପ୍ରେମ ବିବାହ କରିଥିଲେ। ତେବେ ଯୌତୁକ ଆଣିନଥିବାରୁ କରଣ ତାଙ୍କୁ ମାରପିଟ କରୁଥିବାର ଏପରିକି ଥରେ ମାଡ ମାରିତାଙ୍କ କାନ ପର୍ଦ୍ଦା ଫଟାଇ ଦେଇଥିବାର ସ୍ୱାତୀ ତାଙ୍କ ଏତଲା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସ୍ୱାତୀ ପ୍ରଥମେ ଏ ନେଇ ମୁମ୍ବାଇ ଗୋରେଗାଓଁ ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ମାମଲାର ଯାଞ୍ଚ ଲାଗି ଏତଲାକୁ ଦ୍ୱାରକାପୁରୀ ଥାନାକୁ ପଠାଇ ଦେଇଥିଲା। ତେବେ ସ୍ୱାତୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମଡେଲ ତଥା ଅଭିନେତା କରଣ ଶାସ୍ତ୍ରୀ। ସେମାନେ ପରସ୍ପର ସହମତି ପୃଥକ ରହୁଥିବା କରଣ କହିଥିବା ବେଳେ ତାଙ୍କୁ ମାଡ ମାରିବା ଦୂରର କଥା ହାତ ବି ଲଗାଇନଥିବା କହିଛନ୍ତି। ପୋଲିସ ଏବେ ମାମଲାର ତଦନ୍ତ କରୁଛି।

   Related Posts