ମେଦବହୁଳତା କାରଣରୁ ଏହି ଅଭିନେତ୍ରୀଙ୍କ କ୍ୟାରିଅର ହେଲା ନଷ୍ଟ

Published By : Prameya-News7 Bureau | June 27, 2019 IST

ମୁମ୍ବାଇ୨୭|୬: ଟେଲିଭିଜନର ପପୁଲାର ଅଭିନେତ୍ରୀ ରଶ୍ମୀ ଦେଶାଇ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଆଜିକାଲି ସବୁ ଅଭିନେତ୍ରୀ ନିଜ ଫିଟନେସ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିଜ ଶରୀରକୁ ମୋଟା ହେବାରୁ ରକ୍ଷା କରନ୍ତି ଓ ଏଥିପାଇଁ ଅନେକ କସରତ ମଧ୍ୟ କରନ୍ତି।

{"id":127784}

କିନ୍ତୁ ରଶ୍ମୀ ଜଣେ ଏମିତି ଅଭିନେତ୍ରୂୀ ଯିଏ ନିଜ ଫିଟ୍‌ନେସ ପାଇଁ ନୁହଁ ଫ୍ୟାଟ୍‌ ହେବକୁ ନେଇଁ ଚର୍ଚ୍ଚିତା। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପରଦାରେ ଆସିବା ପାଇଁ ନିଜ ଓଜନ କମାଇଛନ୍ତି ।  ଏହା ସହ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ  ଓଜନ ପରଦାରେ ଆସିବା ପରେବଢିଯାଏ କିନ୍ତୁ ସେମାନେ କସରତ କରି ପୁଣି ଫ୍ୟାଟ୍‌ରୁ ଫିଟ୍‌ ହୁଅନ୍ତି।

{"id":127789}

ଗୋଟେ ସମୟରେ ରଶ୍ମୀ ଦେଶାଇ ଭୋଜପୁରୀ ଫିଲ୍ମ ଓ ଟିଭି ସିରିଏଲ୍‌ରେ ନିଜ ଅଭିନୟ ପାଇଁ ପରିଚିତ ଥିଲେ। ନିଜ ହଟ୍‌ ଫିଗର ପାଇଁ ସେ ଅଧିକାଂଶ ସମୟ ହାଇଲାଇଟେଡ୍‌ ଥିଲେ। କଲର୍ସରେ ପ୍ରସାରିତ ହେଉଥିବା ଉତ୍ତରନ ଧାରାବାହିକରେ ତପସ୍ୟା ଭୂମିକାରେ ନଜର ଆସିଥିବା ଏହି ଅଭିନେତ୍ରୀ ଅନେକ ଆୱାର୍ଡ ମଧ୍ୟ ହାସଲ କରିଛନ୍ତି। ଏହା ସହ ସେ ଅନେକ ରିଆଲିଟି ସୋରେ ମଧ୍ୟ ଦେଖାଯାଇଛନ୍ତି।  ତାଙ୍କ ଅଭିନୟ ପାଇଁ ସେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆଜି ଏହି ଅଭିନେତ୍ରୀ ଓଜନ ବଢିବା ସମସ୍ୟାରେ ଫସିଛନ୍ତି।  

{"id":127790}

ରଶ୍ମୀଙ୍କ ଜଲୱା ଅନେକ ଦିନରୁ ଟିଭିରେ ଦେଖିବାକୁ ମିଳିନାହିଁ। ଓଜନ ବଢିଯାଇଥିବାରୁ ସେ ଟେଲିଭିଜନ ଜଗତରେ ନଜର ଆସୁନାହାନ୍ତି। ଏହା ସହ ସେ ସୋରାୟଶିସ୍‌ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ଏହି ରୋଗ ଠିକ୍‌ ହେବା ପାଇଁ ଅଧିକ ସମୟ ଲାଗିଥାଏ। କେବେ କେବେ ଏହି ରୋଗ ଠିକ୍‌ ମଧ୍ୟ ହୋଇନଥାଏ।  

{"id":127791}

ସୂଚନାଯୋଗ୍ୟ ଯେ, ଏହି ରୋଗ ଠିକ୍‌ କରାଇବା ପାଇଁ ସେ ଅନେକ ଷ୍ଟେରଏଡ୍‌ ଉପଚାର କରାଇଛନ୍ତି ଯେଉଁଥିପାଇଁ ତାଙ୍କ ଓଜନ ବଢିଯାଇଛି। ନିଜ ଓଜନ କମାଇବା ପାଇଁ ରଶ୍ମୀ ଚେଷ୍ଟା କରୁଛନ୍ତି ସତ କିନ୍ତୁ ରୋଗ ନିୟନ୍ତ୍ରଣ ନହେଲା ଯାଏଁ ସେ କିଛି କରିପାରିବେ ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.