Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଦିନକୁ ୪୦ଟି ସିଗରେଟ ପିଅନ୍ତି ଏହି ଅଭିନେତ୍ରୀ, ଇଣ୍ଡଷ୍ଟ୍ରୀର ଜଣେ ସୁପରଷ୍ଟାର ଚାହୁଁଥିଲେ ତାଙ୍କୁ ବାହା ହେବାକୁ

30/12/2018 at 1:32 PM

ମୁମ୍ବାଇ ୩୦|୧୨: ଭାରତୀୟ ସିନେମା ଜଗତରେ ଏମିତି କିଛି କଳାକାର ଅଛନ୍ତି ଯିଏ ନିଜ ଷ୍ଟାଇଲ ଏବଂ ସ୍ମୋକିଙ୍ଗ ପାଇଁ ବହୁ ଚର୍ଚ୍ଚିତ। ଅଞ୍ଜୁ ମହେନ୍ଦ୍ରୁ ନାମକ ଅଭିନେତ୍ରୀ ବଲିଉଡ ସିନେମା ଜଗତର ଜଣେ ବରିଷ୍ଠ କଳାକାର। ସେ ତାଙ୍କ ଅଭିନୟରେ ଏକଦା ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ହିନ୍ଦୀ ସିନେମା ଛଡା ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।  

ଅଞ୍ଜୁ ମହେନ୍ଦ୍ରୁଙ୍କ ଜନ୍ମ ୧୯୪୬ ମସିହା ଜାନୁଆରୀ ୧୧ତାରିଖରେ ମୁମ୍ବାଇରେ ହୋଇଥିଲା। ମାତ୍ର ୧୩ ବର୍ଷ ବୟସରେ ଅଞ୍ଜୁ ମଡେଲିଂ ଆରମ୍ଭ କରିଥିଲେ । ୧୯୬୬ ମସିହାରେ ସେ ବାସୁ ଭଟ୍ଟାଚାର୍ଯ୍ୟଙ୍କ ଫିଲ୍ମ ଉସକି କାହାନୀରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ଜୁଏଲ ଥିପ୍‌, ବନ୍ଧନ ଏବଂ ଦସ୍ତକ ଭଳି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ୯୦ ଦଶକରେ ସେ ବିଭିନ୍ନ ଟେଲିଭିଜନ ଧାରବାହିକରେ କାମ କରିଥିଲେ । ଅଞ୍ଜୁ ତାଙ୍କ ଅଭିନୟ କ୍ୟାରିଅରରେ କେବେ ଲିଡ୍‌ ରୋଲରେ ନଥିଲେ । ସବୁବେଳେ ସେ ପାର୍ଶ୍ବ ଅଭିନେତ୍ରୀ ଭାବେ କାମ କରିଛନ୍ତି।

ଆଜିକାଲି ଟେଲିଭିଜନରେ କମ ଦେଖାଯାଉଥିବା ଅଂଜୁଙ୍କୁ ଏବେ ୭୨ ବର୍ଷ ପୁରି ସାରିଛି। ଏବେ ଛୋଟ ମୋଟ ଧାରାବାହିକରେ ଅଞ୍ଜୁଙ୍କୁ ଦେଖିବାକୁ ମିଳେ। ବୟସ ଢଳିବା ସହିତ, ଅଞ୍ଜୁଙ୍କ ଷ୍ଟାଇଲ ଏବଂ ଖାଇବା ପିଇବା ମଧ୍ୟ ବଦଳିଯାଇଛି। ତେବେ ଏହି ବୟସରେ ମଧ୍ୟ ଦିନକୁ ୪୦ କପ୍ ଚାହା ପିଅନ୍ତି ଓ ୪୦ଟି ସିଗରେଟ ଟାଣନ୍ତି। ଅଞ୍ଜୁ ତାଙ୍କ ଇଣ୍ଟରଭିଉରେ କହିଛନ୍ତି ଯେ ସେ ଦିନକୁ ମାତ୍ର ୪ ଘଣ୍ଟା ଶୋଇଥାନ୍ତି। ତାଙ୍କର ଏହି ଲାଇଫଷ୍ଟାଇଲକୁ ବହୁତ ଲୋକ ଡରନ୍ତି। ବର୍ଷ ବର୍ଷ ଧରି ସେ ଏହି ଭଳି ବଞ୍ଚିଆସୁଛନ୍ତି ଓ ଫିଟ ଅଛନ୍ତି। ସେ ଅଧିକ ଖାଇବା ପିଇବା ମଧ୍ୟ ପସନ୍ଦ କରନ୍ତି ନାହିଁ,। ଅଂଜୁ ହାଲ୍କା ଫୁଲ୍କା ଖାଇବାକୁ ଭଲ ପାଆନ୍ତି।

ଅଞ୍ଜୁଙ୍କ ସୁନ୍ଦରତା ପୁରା ସିନେମା ଜଗତରେ ଚର୍ଚ୍ଚିତ ଥିଲା। ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ଅଞ୍ଜୁଙ୍କ ସମ୍ପର୍କ ନେଇ ବେଶ ଚର୍ଚ୍ଚା ହେଉଥିଲା। ଉଭୟଙ୍କୁ ଏକାଠି ବୁଲାବୁଲି କରିବା ବହୁ ସମୟରେ ଦେଖାଯାଉଥିଲା।

ରାଜେଶ ଖନ୍ନାଙ୍କ ମାଁ ଉଭୟଙ୍କ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। ତେବେ ସେତେବେଳେ ଅଞ୍ଜୁ ଜଣେ ବିଦେଶୀ କ୍ରିକେଟ ତାରକାଙ୍କ ସହ ସମ୍ପର୍କରେ ଥିଲେ । ତେଣୁ ବିବାହ ପାଇଁ ସେ ରାଜେଶ ଖାନ୍ନାଙ୍କୁ କୌଣସି ପ୍ରତିଶ୍ରୃତି ଦେଇପାରିନଥିଲେ । ଫଳରେ ୧୯୭୩ ମସିହାରେ ରାଜେଶ ଖାନ୍ନା ଡିମ୍ପଲ କାପାଡିଆଙ୍କୁ ବିବାହ କରିଥିଲେ ।   

   Related Posts