ପ୍ଲାଷ୍ଟିକ୍‌ ସର୍ଜରୀ ଏହି ଅଭିନେତ୍ରୀଙ୍କୁ ନିଜ କ୍ୟାରିଅର ଗଢିବାରେ କରିଥିଲା ସାହାଯ୍ୟ

Published By : Prameya-News7 Bureau | March 20, 2019 IST

ମୁମ୍ୱାଇ୨୦|୩: ସିନେମା ଜଗତରେ ଷ୍ଟାରମାନଙ୍କ ପାଇଁ ସୁନ୍ଦର ହେବା ଜରୁରୀ ହୋଇଥାଏ। ଗ୍ଲାମର ଦୁନିଆରେ ନିଜ ଅଭିନୟ ସହ ସୌନ୍ଦର୍ଯ୍ୟର ମଧ୍ୟ ବିଶେଷ ଭୂମିକା ଥାଏ। ହିନ୍ଦି ସିନେମା ଜଗତରେ ଏବେ ଅଧିକ ଆୟ କରୁଥିବା କିଛି ଅଭିନେତ୍ରୀ ନିଜ କ୍ୟାରିଅର ପାଇଁ ମୁହଁରେ ସର୍ଜରୀ କରିଛନ୍ତି। ଏହି ଅଭିନେତ୍ରୀମାନେ ବେଶ ପ୍ରତିଷ୍ଠା ମଧ୍ୟ ଲାଭ କରିଛନ୍ତି। ତେବେ ଜାଣନ୍ତୁ କେଉଁ ଅଭିନେତ୍ରୀ ସର୍ଜରୀ କରିବା ପରେ ନିଜ କ୍ୟାରିଅରରେ ସଫଳତା ହାସଲ କରିଥିଲେ।

ଶୃତି ହାସନ-

{"id":95241,"width":571,"height":367}

ସାଉଥ ଜଗତରେ ରାଜ କରୁଥିବା ଏହି ଅଭିନେତ୍ରୀ ବଲିଉଡରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୦୯ ମସିହାରେ ଶୃତି ତାଙ୍କ ଫିଲ୍ମି କ୍ୟାରିଅର ବଲିଉଡର “ଲକ୍‌” ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ। ଏହା ପରେ ସେ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ। ସର୍ଜରୀ ପରେ ସେ ସାଉଥ ଫିଲ୍ମ ଜଗତରେ ପାଦ ଦେଇଥିଲେ। ଶୃତି ଏବେ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ସିନେମା ଜଗତରେ ଏବେ ସେ ଜଣେ ସଫଳ ଅଭିନେତ୍ରୀ।

ମିନିଷା ଲାମ୍ୱା-

{"id":95242,"width":571,"height":400}

ବଲିଉଡରେ ଏବେ କମ ଦେଖାଯାଉଥିବା ଅଭିନେତ୍ରୀ ମିନିଷା ଲାମ୍ୱା ଗୋଟେ ସମୟରେ ବେଶ ଚର୍ଚ୍ଚାରେ ରହୁଥିଲେ। ୨୦୦୫ ମସିହାରେ “ୟହାଁ” ଚଳଚ୍ଚିତ୍ରରୁ ସେ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ମିନିଷାଙ୍କ ସର୍ଜରୀ ବିଷୟରେ ବହୁତ କମ ଦର୍ଶକ ଜାଣିଛନ୍ତି।  

ଶିଲ୍ପା ସେଟ୍ଟୀ-

{"id":95243}

ବିବାହ ବନ୍ଧନରେ ବାନ୍ଧିହେଲା ପରେ ସିନେମା ଜଗତରୁ ଦୂରେଇ ଯାଇଥିବା ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ଏବେ ରିଆଲିଟି ସୋରେ ଦେଖିବାକୁ ମିଳନ୍ତି। ବାଜିଗର ଚଳଚ୍ଚିତ୍ରରୁ ସେ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଏହି ଫିଲ୍ମ ପୂର୍ବରୁ ସେ ତାଙ୍କ ନାକ ସର୍ଜରୀ କରାଇଥିଲେ। ଏବେ ମଧ୍ୟ ଶିଲ୍ପା ତାଙ୍କ ସୌନ୍ଦର୍ଯ୍ୟ ଓ ଫିଟନେସ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି।    

ଜାନଭି କପୁର-

{"id":95244}

ବରିଷ୍ଠ ଅଭିନେତ୍ରୀ ଶ୍ରଦେବୀଙ୍କ ଝିଅ ଜାନଭି କପୁର ଗତ ବର୍ଷ ୨୦୧୮ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ। ଧଡକ ଚଲଚ୍ଚିତ୍ରରେ ଅଭିନୟ କରି ସେ ସିନେମା ଜଗତରେ ପାଦ ଦେଇଥିଲେ। ତେବେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜାନଭି ତାଙ୍କ ଓଠ ଓ ନାକର ସର୍ଜରୀ କରାଇଥିଲେ। ସୂଚନାଯୋଗ୍ୟ ଯେ, ତାଙ୍କ ମା ଶ୍ରୀଦେବୀ ମଧ୍ୟ ନାକ ସର୍ଜରୀ କରାଇଥିଲେ ।  

ପ୍ରିୟଙ୍କା ଚୋପଡା-

{"id":95245}

୨୦୦୩ ମସିହାରେ “ଅନ୍ଦାଜ” ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ପାଦ ଦେଇଥିଲେ। ସିନେମା ଜଗତରେ ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ପ୍ରିୟଙ୍କା। ତାଙ୍କ କାମ ଓ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ନିଜ ଲୁକ୍‌ରେ ପରିବର୍ତ୍ତନ ଆଣିବା ପାଇଁ ପ୍ରିୟଙ୍କା ଓଠ ଓ ନାକର ସର୍ଜରୀ କରାଇଥିଲେ।  ଏବେ ବଲିଉଡ ସହ ହଲିଉଡରେ ମଧ୍ୟ ସେ ଜଣେ ଜାଣାଶୁଣା ସୁପରଷ୍ଟାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.