Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଏହି ବଲିଉଡ୍ ଅଭିନେତ୍ରୀଙ୍କ ବିରୋଧରେ ଆସିଥିଲା ବ୍ଲୁସିଡି ଓ ସେକ୍ସ ରାକେଟ ଅଭିଯୋଗ, ଜାଣନ୍ତୁ ସଫେଇରେ କହିଥିଲେ କ’ଣ

3/06/2019 at 9:16 PM

୨୦୧୪ ମସିହା ଜାନୁୟାରୀ ୯ ତାରିଖରେ ମୁମ୍ବାଇର ପ୍ରସିଦ୍ଧ ମୀରା ଟାଓ୍ବାରରେ ରେଡ କରିଥିଲା ପୋଲିସ। ଆପାର୍ଟମେଣ୍ଟର ଫ୍ଲାଟନମ୍ବର ୫୦୨ରେ ରହୁଥିବା ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଆପତ୍ତିଜନକ ଅବସ୍ଥାରେ ପୁରୁଷ ବନ୍ଧୁଙ୍କ ସହ ଗିରଫ କରିଥିବା କହିଥିଲା ପୋଲିସ। ଘରୁ ଜବତ ହୋଇଥିଲା ଅଢେଇ ଲକ୍ଷ ଭିଡିଓ ସିଡି। ଏହି ସବୁ ସିଡି ଦକ୍ଷିଣ ଭାରତରୁ ଆମଦାନୀ କରାଯାଇ ମୁମ୍ବାଇ ଓ ଠାଣେର ବିକ୍ରି କରାଯାଉଥିବା ପୋଲିସ କହିଥିଲା ।  ଘରୁ ଲାପଟପ, ହାର୍ଡ ଡିସ୍କ ଓ ସିଡି ରାଇଟର ଆଦି ଜବତ ହୋଇଥିଲା। ଏହି ଅଭିନେତ୍ରୀ ହେଉଛନ୍ତି ମିଷ୍ଟି ମୁଖର୍ଜୀ, ତାଙ୍କ ସହ ଗିରଫ ହୋଇଥିଲେ ପୁରୁଷ ବନ୍ଧୁ ରାକେଶ କଟାରିଆ।

ରାକେଶ ଦିଲ୍ଲୀର ଜଣେ ବ୍ୟବସାୟୀ ଓ ସେ କେବେକେବେ ମୁମ୍ବାଇ ଆସନ୍ତି। ତେବେ ପୋଲିସ ଚଢଉ ଦିନ ସେ ମୁମ୍ବାଇରେ ହିଁ ଥିଲେ। ମାମଲାରେ ପୋଲିସ ମିଷ୍ଟି ମୁଖାର୍ଜୀଙ୍କ ପିତା ଚନ୍ଦ୍ରକାନ୍ତ ମୁଖାର୍ଜୀ ଓ ଭାଇ ସମ୍ରାଟ ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରିଥିଲା। ଖବର ସେତେବେଳେ ମୁମ୍ବାଇରେ ହଟଚମଟ ସୃଷ୍ଟି କରିଥିଲା। ତେବେ ମିଷ୍ଟିଙ୍କ ଘରେ କାମ କରୁଥିବା ଚାକରଚାକରାଣୀ ହିଁ ଏଭଳି କାଣ୍ଡ କରିଛନ୍ତି ବୋଲି ମିଷ୍ଟି ଏବେବ ବି ଅଭିଯୋଗ କରୁଛନ୍ତି। ହେଲେ ସେମାନଙ୍କୁ ଠାବ କରିପାରୁନି ପୋଲିସ।

ନୂଆବର୍ଷ ପାଳନ ପାଇଁ ମିଷ୍ଟି ପରିବାର ସହ ଗୋଆ ଯାଇଥିଲେ। ୨ ତାରିଖ ଦିନ ଘରକୁ ଫେରି ଦେଖିବା ବେଳକୁ ଅନେକ ଜିନିଷ ଗାୟବ ଥିଲା। ସେଥିରେ ଦାମୀ ଅଳଙ୍କାର ସମେତ ମୂଲ୍ୟବାନ ସାମଗ୍ରୀ ମଧ୍ୟ ନଥିଲା। ଘରର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ମିଷ୍ଟି ହେଲେ ସବୁ କ୍ୟାମେରା ବନ୍ଦ ଥିଲା। ଘଟଣା ନେଇ ସେମାନଙ୍କୁ ପଚରା ଉଚରା କରିବା ବେଳେ ସେମାନେ ଫେରାର ହୋଇଯାଇଥିଲେ। ତେବେ ପରେ ତାଙ୍କ ଘର ଉପରେ ପୋଲିସ ଚଢଉ କରିଥିଲା। ମିଷ୍ଟି ରହୁଥିବା ଫ୍ଲାଟରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରିବାର ମଧ୍ୟ ରହନ୍ତି। ସେଠାରେ ମିଷ୍ଟି ଓ ତାଙ୍କ ପରିବାର ଗତ ୯ ବର୍ଷ ହେଲା ରହି ଆସୁଥିବା ବେଳେ ସେମାନଙ୍କର ଚାଲିଚଳନ ଆପତ୍ତିଜନକ ନଥିବା ପଡୋଶୀ କହିଥିଲେ। ତେବେ ଅଯଥାରେମିଷ୍ଟିଙ୍କୁ ବଦନାମ କରାଇଥିବା ତାଙ୍କ ଘରର ଚାକରଚାକରାଣୀଙ୍କୁ କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ଠାବ କରିପାରିନି ।

   Related Posts