Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାମୀଙ୍କ ପାଇଁ ଏହି ଅଭିନେତ୍ରୀ ହୋଇଥିଲେ କାଙ୍ଗାଳ : ମଦ ନିଶାରେ କରିଥିଲେ ବେଶ୍ୟାବୃତ୍ତି, ଜାଣନ୍ତୁ କିଏ ଏହି ଅଭିନେତ୍ରୀ…

9/04/2019 at 5:53 PM

ମୁମ୍ବାଇ ୯/୪: ୬୦ ଏବଂ ୭୦ଦଶକରେ ବଲିଉଡକୁ ଏକ ଏପରି ଅଭିନେତ୍ରୀ ପ୍ରବେଶ କରିଥିଲେ ଯାହାର ସୈାନ୍ଦର୍ଯ୍ୟ ଏବଂ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରିଥିଲା। ଏହି ଅଭିନେତ୍ରୀଙ୍କ ନାଁ ହେଉଛି ଭିମି। ସେ ଅତ୍ୟନ୍ତ ସୁନ୍ଦର ଥିଲେ କିନ୍ତୁ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ଭରି ରହିଥିଲା।

ଫିଲ୍ମକୁ ଆସିବା ପୂର୍ବରୁ ସେ ବିବାହିତା ଥିଲେ। ତାଙ୍କ ପ୍ରଥମ ଫିଲ୍ମ ଥିଲା ୧୯୬୭ମସିହାରେ ରିଲିଜ ହୋଇଥିବା ‘ହମରାଜ’। ଏହି ଫିଲ୍ମରେ ତାଙ୍କ ସହ ସୁନୀଲ ଦତ୍ତ ଅଭିନୟ କରିଥିଲେ। ଏହି ଫିଲ୍ମ ତ ସୁପରହିଟ୍ ହୋଇଥିଲା ଏବଂ ଏହା ସହ ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ବିଶେଷ ପସନ୍ଦ କରିଥିଲେ। ଏହାପରେ ଭିମି ସେହି ସମୟର ବଡ଼ ଷ୍ଟାର ହୋଇଯାଇଥିଲେ। ଅଧିକାଂଶ ନିର୍ଦେଶକ ଏବଂ ପ୍ରଯୋଜକ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। କିନ୍ତୁ ତାଙ୍କ କ୍ୟାରିୟର ତାଙ୍କ ସ୍ବାମୀଙ୍କ ପାଇଁ ଆଗକୁ ବଢ଼ି ପାରିନଥିଲା।

ଭିମିଙ୍କ ସ୍ବାମୀ ତାଙ୍କୁ ପ୍ରତାରିତ କରୁଥିଲେ। ଏପରିକି ଭିମି କେଉଁ ଫିଲ୍ମରେ ଅଭିନୟ କରିବେ କେଉଁ ଫିଲ୍ମରେ ଅଭିନୟ କରିବେ ନାହିଁ ଏହା ତାଙ୍କ ସ୍ବାମୀ ସ୍ଥିର କରୁଥିଲେ। ସ୍ବାମୀଙ୍କ ପାଇଁ ତାଙ୍କ ଷ୍ଟାରଡମ୍ କମିବାକୁ  ଲାଗିଥିଲା। ଏସବୁ ସହ୍ୟ କରିନପାରି ଭିମି ତାଙ୍କ ସ୍ବାମୀଙ୍କଠୁ ଅଲଗା ହୋଇଯାଇଥିଲେ।

ଫିଲ୍ମମେକର ତାଙ୍କ ପାଖକୁ ଯାଇନଥିଲେ ଏବଂ ଭିମିଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଯାଇଥଲା। ଭିମିଙ୍କ ପାଖରେ କୈାଣସି ବୃତ୍ତିଗତ ସହଯୋଗ ନଥିଲା କି ଭାବଗତ ସମର୍ଥନ ନଥିଲା। କାମ ନ ମିଳିବା ଯୋଗୁଁ ତାଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ଭିମି କେତେକ ପ୍ରଯୋଜକଙ୍କଠୁ ଆର୍ଥିକ ସାହାଯ୍ୟ ମାଗିଥିଲେ କିନ୍ତୁ ସେମାନେ ମଧ୍ୟ ସାହାଯ୍ୟ କରିବାକୁ ମନା କରିଦେଇଥିଲେ। ଏହା ପରେ ଭିମିଙ୍କ ମାନସିକ ଅବସ୍ଥା ମଧ୍ୟ ବିଗିଡ଼ି ଯାଇଥିଲା।

ଏହିପରିଭାବେ ତାଙ୍କର ଯେଉଁ ଫିଲ୍ମ ଗୁଡ଼ିକ ରିଲିଜ ହୋଇଥିଲା ତାହା ମଧ୍ୟ ଫ୍ଲପ୍ ହୋଇଯାଇଥିଲା। ଭିମିଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦ ଥିଲା। ଭିମିଙ୍କୁ ନିଜ ବଙ୍ଗଳା ମଧ୍ୟ ଛାଡ଼ିବାକୁ ପଡ଼ିଥିଲା।

ଦାମୀ ପୋଷାକ ପିନ୍ଧୁଥିବା, ଦାମୀ ଗାଡ଼ିରେ ବୁଲୁଥିବା,ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିନେତ୍ରୀଙ୍କ ଦିନେ ଏପରି ପରିସ୍ଥିତି ହେବ ବୋଲି କେହି ଆଶା କରି ପାରିନଥିଲେ। ମାନସିକ ଅବସାଦ,କ୍ୟାରିୟର ବୁଡ଼ି​‌ଯିବା​‌ ଫଳରେ ଭିମି ପ୍ରଚୁର ମଦ ପିଉଥିଲେ।

କୁହାଯାଉଥିଲା ଯେ ଆର୍ଥିକ ସ୍ଥିତି ଖରାପ ଥିବାରୁ ଭିମି ବେଶ୍ୟା ବୃତ୍ତିରେ ପ୍ରବେଶ କରିଥିଲେ। ଏହା ଦ୍ବାରା ତାଙ୍କ ଅବଶିଷ୍ଟ କ୍ୟାରିୟର ମଧ୍ୟ ବୁଡ଼ିଯାଇଥିଲା। ଫଳରେ ଦିନେ ଏହି ଅଭିନେତ୍ରୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଅନ୍ତିମ ଦିନରେ ତାଙ୍କ ଶବକୁ ଏକ ଠେଲା ଗାଡ଼ିରେ ନେଇ ଯିବାକୁ ପଡ଼ିଥିଲା। ତାଙ୍କ ଅନ୍ତିମ ଯାତ୍ରାରେ କେବଳ ୪/୫ଜଣ ଲୋକ ଥିଲେ।

   Related Posts