‘ଭର୍ଜିନ୍ ଭାନୁପ୍ରିୟାରେ ଦେଖିବାକୁ ମିଳିବ ଉର୍ବଶୀଙ୍କ ଭିନ୍ନ ଅନ୍ଦାଜ : ଆସନ୍ତା କାଲି ହେଉଛି ରିଲିଜ୍
15/07/2020 at 2:20 PM

ମୁମ୍ବାଇ ୧୫/୭: ଉର୍ବଶୀ ରୌତେଲା କିଛି ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ। ୨୦୧୩ମସିହାରେ ସିଂହ ସାବ ଦ ଗ୍ରେଟରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଉର୍ବଶୀ ଅଧିକାଂଶ ଫିଲ୍ମରେ ବୋଲ୍ଡ ରୋଲ୍ କରିଛନ୍ତି। କିନ୍ତୁ ନିଜ ଅପକମିଂ ଫିଲ୍ମରେ ସେ ଏକ ନିଆରା ଭୂମିକାରେ ନଜର ଆସିବେ। ଫିଲ୍ମରୁ ତାଙ୍କ ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଫିଲ୍ମର ନାଁ ଭର୍ଜିନ୍ ଭାନୁପ୍ରିୟା।

ଜୁଲାଇ ୧୬ ଅର୍ଥାତ୍ ଆସନ୍ତା କାଲି ଫିଲ୍ମ ଭର୍ଜିନ୍ ଭାନୁପ୍ରିୟା ରିଲିଜ ହେବାକୁ ଯାଉଛି। ଫିଲ୍ମରେ ସେ ଜଣେ ତରୁଣୀ ଭୂମିକାରେ ନଜର ଆସିବେ। ତାଙ୍କ ବିପକ୍ଷରେ ଫିଲ୍ମରେ ଗୌତମ ଗୁଲାଟୀ ନଜର ଆସିବେ। ଫିଲ୍ମରେ ଅର୍ଚ୍ଚନା ପୂରଣ ସିଂହ ତାଙ୍କ ମାଆଙ୍କ ଭୂମିକାରେ ଅଭତନୟ କରିବେ। ଏହା ଜି-୫ ଷ୍ଟ୍ରିମରେ ରିଲିଜ ହେବ। ଫିଲ୍ମକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି କାରଣ ଫିଲ୍ମରେ ଉର୍ବଶୀଙ୍କ ଭୂମିକା ବାକି ଫିଲ୍ମରୁ ଭିନ୍ନ ରହିବ।

ଏହା ଶୁଣିବାକୁ ମିଳୁଛି ଯେ ଉର୍ବଶୀଙ୍କ ଏହି ଫିଲ୍ମ ଏମା ଷ୍ଟୋନଙ୍କ ହଲିଉଡ ଫିଲ୍ମ ଇଜି-ଏ ଦ୍ବାରା ପ୍ରେରିତ। ନିଜେ ଏକ ସାକ୍ଷାତକାରରେ ଉର୍ବଶୀ ଏହି ପ୍ରଶ୍ନରେ ପ୍ରତିକ୍ରିୟା ଦେଇଛନ୍ତି କିନ୍ତୁ କିଛି ସ୍ପଷ୍ଟଭାବେ କହି ନଥିଲେ।

ଉର୍ବଶୀ ଭାଗ ଜହ୍ନି,ସନମ ରେ,ଗ୍ରେଟ୍ ଗ୍ରାଣ୍ଡ ମସ୍ତି,କାବିଲ ଏବଂ ହେଟ୍ ଷ୍ଟୋରି ୪ ଭଳି ଫିଲ୍ମରେ ନଜର ଆସିଥିଲେ। ଏହା ବ୍ୟତୀତ ସେ ପାଗଲପନ୍ଥୀରେ ମଧ୍ୟ ନଜର ଆସିଥିଲେ।
