ନୂଆଦିଲ୍ଲୀ୧୦|୯: ଅଭିନେତ୍ରୀ ତଥା ପଲିଟିସିଆନ ଉର୍ମିଳା ମାତୋଣ୍ଡକର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇ କଂଗ୍ରେସରେ ଅର୍ନ୍ତଦ୍ବନ୍ଦ ଲାଗି ରହିଥିବାରୁ ସେ ଇସ୍ତଫା ଦେଇଛନ୍ତି। ରାଜନୀତି ମାଧ୍ୟରେ ସେ ସାମାଜିକ କଲ୍ୟାଣ କାର୍ଯ୍ୟ କରିବାକୁ ଚାହୁଁଥିଲେ। ହେଲେ ମୁମ୍ବାଇ କଂଗ୍ରେସରେ ତାହା ସମ୍ଭବ ନୁହେଁ ବୋଲି ଉର୍ମିଳା କହିଛନ୍ତି
ଉର୍ମିଳା କହିଛନ୍ତି ଯେ, କଂଗ୍ରେସରୁ ସେ ଇସ୍ତଫା ଦେଇ ସାରିଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପାଇଁ ଏହା ପୂର୍ବରୁ ସେ ବହୁତ ଥର ଭାବିଛନ୍ତି। ଇସ୍ତଫା ଦେବା କଥା ସେତେବେଳେ ଭାବିଲେ ଯେତେବେଳେ ତାଙ୍କ କଥାକୁ ଗୁରୁତ୍ବ ଦିଆଗଲା ନାହିଁ। ମୁମ୍ବାଇ କଂଗ୍ରେସର ମୁଖ୍ୟ ମିଲିନ୍ଦ ଦେଉରାଙ୍କୁ ଚିଠି ଲେଖିଥିଲେ। ହେଲେ ତାଙ୍କ ଚିଠିର ଥିବା ଗୋପନୀୟତାଙ୍କୁ ଲିକ୍ କରି ଦିଆଯାଇଥିଲା। ତାଙ୍କ ସହ ବିଶ୍ବାସ ଘାତକ କରାଯାଇଛି ବୋଲି ଉର୍ମିଳା କହିଛନ୍ତି। ଶେଷରେ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି।