Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ମୀରାବାଇ ଚାନୁଙ୍କ ବଦଳରେ ଅନ୍ୟ ଦେଶର ଖେଳାଳୀଙ୍କ ଫଟୋ ସେୟାର କଲେ ଅଭିନେତ୍ରୀ ଟିସ୍କା ଚୋପ୍ରା ; ସୋସିଆଲ ମିଡିଆରେ ୟୁଜର୍ସ କଲେ ଟ୍ରୋଲ…..

25/07/2021 at 5:18 PM

ନୂଆଦିଲ୍ଲୀ ୨୫/୦୭ : ଟୋକିଓ ଅଲିମ୍ପିକ୍ ୨୦୨୦ରେ ୱେଟଲିଫ୍ଟରେ ପ୍ରଥମ ପଦକ ଜିତିଛି ଭାରତ । ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ଭାରତ୍ତୋଳକ ମୀରାବାଈ ଚାନୁ । ମୀରାବାଈ ଚାନୁଙ୍କ ଏହି ସଫଳତା ପରେ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟ ଖୁସିରେ ବଲିଉଡ୍ ଷ୍ଟାର ମାନେ ମଧ୍ୟ ଉତ୍ସାହିତ ଅଛନ୍ତି । ଅଭିନେତା ରଣଦୀପ୍ ହୁଡାଙ୍କ ଠାରୁ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ମୀରାବାଈ ଚାନୁଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଏହାରି ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ଟିସ୍କା ଚୋପ୍ରା ମୀରାବାଈଙ୍କ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ଅଜାଣତରେ ଏକ ବଡ ଭୁଲ କରିଦେଇଛନ୍ତି ଟିସ୍କା ଚୋପ୍ରା ।  

ଟିସ୍କା ଚୋପ୍ରା ମୀରାବାଈ ଚାନୁଙ୍କ ଫଟୋ ବଦଳରେ ଇଣ୍ଡୋରନେସିଆର ୱେଟଲିଫ୍ଟର ଆୟେଶା କାନଟିକ୍କାଙ୍କ ଫଟୋ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ । ଏହା ସହ ସେ ଲେଖିଥିଲେ, ତମେ ଆମକୁ ଗର୍ବିତ କରିଛ । କିନ୍ତୁ ଟିସ୍କା ମୀରାବାଈଙ୍କ ନାମ ଲେଖିଛନ୍ତି । ତାଙ୍କର ଏହି ଭୁଲ ଯୋଗୁଁ ୟୁଜର୍ସମାନଙ୍କ ଠାରୁ ବଞ୍ଚିପାରି ନାହାନ୍ତି । ତାଙ୍କର ଏହି ପୋଷ୍ଟ ଓ ଟ୍ବିଟ୍ କୁ ନେଇ ସୋସିଆଲ ମିଡିଆ ୟୁଜର ତାଙ୍କୁ ଜୋରଦାର ଟ୍ରୋଲ କରୁଛନ୍ତି ।

ଜଣେ ୟୁଜର୍ସ କହିଛନ୍ତି କି, ‘କିଛି କଥା ନାହିଁ ସେନୋରିଟା ବଡ ବଡ ଦେଶରେ ଛୋଟ ଛୋଟ ଭୁଲ ହୋଇଥାଏ’ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସେ କ୍ଷମା ମାଗନ୍ତୁ ଫର୍ମାଲିଟି ମେଣ୍ଟେନ କରନ୍ତୁନି। ଆଉ ଜଣେ ଲେଖିଛନ୍ତି କି, ୟେ ବଲିଉଡ୍ ର କଳାକାର ମାନେ ମିଡିଆରେ ଆସିବା ପାଇଁ କିଛି ବି ପୋଷ୍ଟ କରି ଦେଉଛନ୍ତି । ନିଜର ପ୍ରେଜେଣ୍ଟ ସେନ୍ସ ଅଫ ମାଇଣ୍ଡ ବଢାନ୍ତୁ । ସବୁଠାରୁ ଦୁଃଖର କଥା ହେଉଛି ସେ ଜାଣିବି ପାରିଲେ ନାହିଁ କି କିଏ ଜିତିଛି .. ଜ​‌ଣେ କହିଛନ୍ତି କି ଟିସ୍କାଙ୍କର ଏହି ଭୁଲ ଅତି ଲଜ୍ଜିତ କରି ଦେଇଛି ।

କିନ୍ତୁ ଟିସ୍କା ନିଜର ଭୁଲକୁ ବୁଝିବା ସହିତ ଭୁଲ ପୋଷ୍ଟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କ୍ଷମା ତ ମାଗିଥିଲେ ହେଲେ ଟ୍ରୋଲ କରୁଥିବା ୟୁଜର୍ସଙ୍କୁ ମଧ୍ୟ ଟ୍ବିଟ୍ କରି ପ୍ରତିକ୍ରିୟା ଦେଇଥିଲେ ।  ସେ ଲେଖିଥିଲେ କି ଭଲ ଲାଗିଲା ଆପଣଙ୍କୁ ମଜା ଆସିଲା । ତାହା ଏକ ଭୁଲ ଥିଲା , ମୋତେ ମୋ ଭୁଲ ଦେଖାଗଲା । ଏହାର ଅର୍ଥ ନୁହେଁ ଯେ ମୀରାବାଈ ଚାନୁ ପାଇଁ ମୁ ଗର୍ବ ଅନୁଭବ କରେ ନାହିଁ ।

   Related Posts