ଭଗବାନଙ୍କ ନାଁ ନେଇ ଅଭିନେତ୍ରୀଙ୍କ ବିବାଦୀୟ ବୟାନ: ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି, ‘ବୟକଟ୍‌ ଶ୍ବେତା ତିଓ୍ବାରୀ’

Published By : Prameya-News7 Bureau | January 27, 2022 IST

ମୁମ୍ବାଇ ୨୭/୦୧: ଟେଲିଭିଜନ ଅଭିନେତ୍ରୀ ଶ୍ବେତା ତିଓ୍ବାରୀଙ୍କ ବିବାଦୀୟ ବୟାନକୁ ନେଇ ସୋସିଆଲ ମିଡିଆରେ ଧମାଲ ହେଉଛି । ଯାହାକୁ ନେଇ ଶ୍ବେତାଙ୍କ ଅଡୁଆ ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଓ୍ବେବ୍‌ ସିରିଜ୍‌କୁ ବୟକଟ୍‌ କରିବାକୁ ଅପିଲ୍‌ କରୁଛନ୍ତି ୟୁଜର ।

ସୂଚନାଯୋଗ୍ୟ, ଓ୍ବେବ୍‌ ସିରିଜ୍‌ ସୁଟିଂ ପୂର୍ବରୁ ଭୋପାଳରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ନିଜର ବ୍ରା ସାଇଜ୍‌ ଏବଂ ଭଗବାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଟ୍ବିଟର୍‌ରେ ଶ୍ବେତା ତିଓ୍ବାରୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡୁଛି । ଏହାକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଯାଞ୍ଚ କରିବା ସହ ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦେଶ ଦେଇଛନ୍ତି ।

{"id":580236,"width":801,"height":581,"sizeSlug":"full","linkDestination":"none"}

ଶ୍ବେତା ତିଓ୍ବାରୀଙ୍କ ନାଁ ଟ୍ବିଟର୍‌ରେ ଟ୍ରେଣ୍ଡ କରୁଛି ସତ କିନ୍ତୁ ତାହା ଏହି ବିବାଦକୁ ନେଇ ହିଁ ହେଉଛି । ଷ୍ଟେଜ୍‌ରେ ଶ୍ବେତା ମଜାଳିଆ ଢଙ୍ଗରେ କହିଥିଲେ, ‘ମେରା ବ୍ରା କା ସାଇଜ୍‌ ତୋ ଭଗବାନ ଲେ ରହେ ହେଁ’ । ଏହାର ଅର୍ଥ ‘ମୋର ବ୍ରା ସାଇଜ୍‌ ଭଗବାନ ନେଇଯାଉଛନ୍ତି ।’ ଶ୍ବେତାଙ୍କର ଏହି ବୟାନ ଅନେକଙ୍କୁ ପସନ୍ଦ ଆସିନାହିଁ । ଏବେ ଶ୍ବେତାଙ୍କ ବୟକଟ୍‌ କରିବାକୁ ଟ୍ବିଟ୍‌ରରେ ଟ୍ରେଣ୍ଡ ଚାଲିଛି ।

ଜଣେ ୟୁଜର ଲେଖିଛନ୍ତି, ‘ଭଗବାନଙ୍କୁ ନେଇ ଶ୍ବେତାଙ୍କ ଏଭଳି କମେଣ୍ଟ, ଶସ୍ତା ମାନସିକତାକୁ ପ୍ରଦର୍ଶନ କରୁଛି । ବୟସ ହସ ଲୋକମାନେ ଅଧିକ ପରିପକ୍ବ ହୁଅନ୍ତି କିନ୍ତୁ ଇଏ ତଳକୁ ତଳକୁ ଯାଉଛନ୍ତି ।’ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏଭଳି କମେଣ୍ଟ ଦେବା ପୂର୍ବରୁ ଶ୍ବେତାଙ୍କୁ ଲଜ୍ଜା ଲାଗିବା କଥା । ଫେମସ୍‌ ହେବା ପାଇଁ ଭଗବାନଙ୍କ ନାଁ କିଭଳି ବ୍ୟବହାର କରିଛନ୍ତି ଏମାନେ?’

wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.