‘ମେରେ ଡାଡ୍ କି ଦୁଲହନ’ ସେଟରେ ବଡ ଅଘଟଣ, ଜଳିଗଲା ଅଭିନେତ୍ରୀ ଶ୍ୱେତାଙ୍କ ହାତ

Published By : Prameya-News7 Bureau | March 13, 2020 IST

ମୁମ୍ବାଇ, ୧୩|୦୩: ଅଭିନେତ୍ରୀ ଶ୍ୱେତା ତିଓ୍ୱାରୀ ଆଜି କାଲି ‘ମେରେ ଡାଡ୍ କି ଦୁଲହନ୍’ ଧାରାବାହିକରେ ନଜର ଆସୁଛନ୍ତି। ଏଥିରେ ସେ ଗୁନୀତ ସିକ୍କା ଭୂମିକାରେ ଅଭିନୟ କରୁଛନ୍ତି। ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଶ୍ୱେତାଙ୍କ ସହ ଏକ ବହୁତ ବଡ ଅଘଟଣ ଘଟିଛି।

wp:core-embed/instagram {"url":"https://www.instagram.com/p/B9d4sGQJcNq/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B9d4sGQJcNq/?utm_source=ig_embed
/wp:core-embed/instagram

ଘଟଣାଟି ଏହିପରି। ଅବିନେତା ଫହମାନ ଖାନ ଓ ଶ୍ୱେତା ତିଓ୍ୱାରୀ କରୀନା କପୁର ଓ ଶାହିଦ କପୁରଙ୍କ ଫିଲ୍ମ ‘ଜବ ଓ୍ୱି ମେଟ’ର ଏକ ସିନ୍ ରିକ୍ରିଏଟ୍ କରୁଥିଲେ। ଏଥିରେ ଶ୍ୱେତାଙ୍କୁ ନିଜର ଶାଢୀ ଜଳାଇବାର ଥିଲା। କିନ୍ତୁ ତାଙ୍କ ହାତ ଜଳି ଯାଇଥିଲା। ଏନେଇ ନିଜେ ଫହମାନ ସୂଚନା ଦେଇଛନ୍ତି। ଫହମାନ ଧାରବାହିତକ ରଣଦୀପ ଭୂମିକାରେ ଅଭିନୟ କରୁଛନ୍ତି।

ସ୍କ୍ରିପ୍ଟ୍ ଅନୁସାରେ, ଫହମାନ ଶ୍ୱେତାଙ୍କୁ ଡେଟରେ ସମସ୍ତ ରାଗ ଶାନ୍ତ କରିବାକୁ କହିଥିଲେ। ଯେଉଁଥିରେ ସେ ତାଙ୍କୁ ସାଢୀ ଜାଳିଦେବାକୁ କହିଥିଲେ। ଶ୍ୱେତା ସାଢୀରେ ନିଆଁ ଲଗାଇବା ବେଳେ ତାଙ୍କ ହାତ ଜଳିଯାଇଥିଲା। ତେବେ ଏହି ଘଟଣାକୁ ନେଇ ସେ ନିଜେ କିଛି ବୟାନ ଦେଇନାହାଁନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.