ଡ୍ରଗ୍ସ ପ୍ରସଙ୍ଗରେ ମୁହଁ ଖୋଲିଲେ ଶ୍ବେତା ତ୍ରିପାଠୀ, କହିଲେ ‘କେହି ଆମକୁ ଡ୍ରଗ୍ସ ନେବା ପାଇଁ ବାଧ୍ୟ କରି ନ ଥାନ୍ତି’

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଡ୍ରଗ୍ସ ପ୍ରସଙ୍ଗରେ ମୁହଁ ଖୋଲିବା ପରେ ଇଣ୍ଡଷ୍ଟ୍ରିରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୯୯ ପ୍ରତିଶତ ସେଲିବ୍ରିଟି ଏହା ବିରୋଧରେ ଅଛନ୍ତି। ଏହି କ୍ରମରେ ଅଭିନେତ୍ରୀ ଶ୍ବେତା ତ୍ରିପାଠୀ ଏହାକୁ ଅଧା ସତ ​‌ବୋଲି କହିଛନ୍ତି। ସେ ମଧ୍ୟ ଡ୍ରଗ୍ସ ପ୍ରସଙ୍ଗରେ ମୁହଁ ଖୋଲିବା ସହ ବଲିଉଡ୍ ସମ୍ପର୍କରେ ମଧ୍ୟ କିଛି କହିଛନ୍ତି।

କଙ୍ଗନା କହିଥିଲେ ଅଭିନେତ୍ରୀଙ୍କୁ କାମ ପାଇବା ପାଇଁ କାହା ସହ ବେଡ୍ ସେୟାର କରିବାକୁ ପଡିଥାଏ ନଚେତ କାହା ସହ ସାଲିସ୍ କରିବାକୁ ହୁଏ। ହୁଏତ କଙ୍ଗନାଙ୍କ ଏହା ଭ୍ରମ ହୋଇପାରେ। ହେଲେ ତାଙ୍କର ଏ କଥାକୁ ସ୍ବୀକାର କରି ନାହାନ୍ତି ଶ୍ବେତା।  ସେ କହିଛନ୍ତି ଇଣ୍ଡଷ୍ଟ୍ରିରେ ଏମିତି କାମ ହୁଏ ନାହିଁ।

{"id":331759,"width":579,"height":988,"sizeSlug":"large"}

କେହି ଜବରଦସ୍ତି ମୁହଁରେ ଡ୍ରଗ୍ସ ଭର୍ତି କରି ନ ଥାନ୍ତି ଖାଇବା ପାଇଁ କି କେହି ଡ୍ରଗ୍ସ ନେବାକୁ ବାଧ୍ୟ କରି ନ ଥାନ୍ତି କହିଛନ୍ତି ଶ୍ବେତା। ଯଦି କେହି ଡ୍ରଗ୍ସ ନେବାକୁ ଚାହେଁ ସେ କୌଣସି ମତେ ଡ୍ରଗ୍ସ ନେବାର ଉପାୟ ଖୋଜିଥାଏ। ଏଥିରେ ମୁମ୍ବାଇ ସହରର କି ଇଣ୍ଡଷ୍ଟ୍ରି ସହ କୌଣସି ସମ୍ପର୍କ ନାହିଁ।

ସେ ଆହୁରି କହିଛନ୍ତି ଏହା କେବଳ ଇଣ୍ଡଷ୍ଟ୍ରିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ତାଙ୍କ ମତରେ ଇଣ୍ଡଷ୍ଟ୍ରିକୁ ବଦନାମ ନ କରି ଏହି ପ୍ରସଙ୍ଗର ସମାଧାନ କିପରି ହେବ ସେ ବାବଦରେ ଜାଣିବା ଦରକାର। ସୂଚନାଯୋଗ୍ୟ ଫିଲ୍କ ଇଣ୍ଡଷ୍ଟ୍ରିର କିଛି ମହିଳା ସେଲିବ୍ରିଟି ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ଜୟା ବଚ୍ଚନ, ହେମା ମାଳିନୀ, ବିଦ୍ୟା ବାଲାନ, ଉର୍ମିଳା ମାତୋଣ୍ଡକର, ତାପସୀ ପନ୍ନୁ ଓ ଗାୟିକା ସୋନା ମହାପାତ୍ର ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.