ଆଲବମ୍ କୁଇନ ଶ୍ବେତା ମଲ୍ଲିକ ମାତାଜୀ ଆଉ ସମ୍ରାଟ କ୍ୟାସେଟ୍ କମ୍ପାନୀ ମାଲିକ ବିଶ୍ବମ୍ବର ସାବତ ହେଲେ ବାବା : ଜଣେ ଲକ୍ଷ୍ମୀ ଓ ଜଣେ ନାରାୟଣ ହୋଇ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

Published By : Prameya-News7 Bureau | January 17, 2019 IST

ଜୟପୁର ୧୭|୧: ବାବା ଅନନ୍ତ କେଶରୀ ସମ୍ରାଟ୍‌ ବିଶ୍ବ ସୃଷ୍ଟିକର୍ତ୍ତା । ଶେଷର ନାଗ ଉପରେ ବିରାଜିଛନ୍ତି ବାବା । ଆଉ ପାଖରେ ପଦ୍ମ ପାଖୁଡ଼ା ଉପରେ ବସିଛନ୍ତି ମାତା ମହାଲକ୍ଷ୍ମୀ । ଦେହରେ ପାଟବସ୍ତ୍ର, ଗଳାରେ ଫୁଲହାର । ପାଦପୂଜା କରୁଛନ୍ତି ଭକ୍ତ । ଯଜ୍ଞସ୍ଥଳରେ ଲାଗିଛି ମାତା ମହେଶ୍ବରୀଙ୍କର ବିଶ୍ବରୂପ ଫଟୋ । ଜୟପୁରର ପୌରାଗୁଡ଼ାରେ ଆୟୋଜିତ ଆଦ୍ୟ ଅନନ୍ତ ଲକ୍ଷ୍ମୀନାରାୟଣଙ୍କ କଳକୀ ମହାଯଜ୍ଞରେ ଆବିର୍ଭାଭାବ ହୋଇଥିବା ଏହି ବାବା ଓ ମାତାଙ୍କୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ।  କ’ଣ ରହିଛି ପୂରା ଘଟଣା ଚାଲନ୍ତୁ ଦେଖିବା ।

{"id":75033}

ଶେଷ ନାଗ ଉପରେ ବିରାଜମାନ କରିଛନ୍ତି ନାରାୟଣ । ଆଉ ପାଖରେ ପଦ୍ମ ପାଖୁଡ଼ାରେ ଶୋଭାପାଉଛନ୍ତି ମାତା ମହାଲକ୍ଷ୍ମୀ ।  ଘୋର୍‌ କଳିଯୁଗରେ ସ୍ବୟଂ ଲକ୍ଷ୍ମୀନାରାୟଣଙ୍କୁ ପାଖରେ ପାଇ ଶ୍ରଦ୍ଧା ଓ ଭକ୍ତିରେ ବିଭୋର ହୋଇଉଠିଛନ୍ତି କିଛି ଭକ୍ତ । ଚାଲିଛି ବାବାମାତାଙ୍କ ଆଳତୀ ।

{"id":75035}

ଯଜ୍ଞସ୍ଥଳରେ ଲାଗିଛି ମାତା ମହେଶ୍ବରୀଙ୍କର ବିଶ୍ବରୂପ ଫଟୋ । ଜୟପୁରର ପୌରାଗୁଡ଼ାରେ ଆୟୋଜିତ ଆଦ୍ୟ ଅନନ୍ତ ଲକ୍ଷ୍ମୀନାରାୟଣଙ୍କ କଳକୀ ମହାଯଜ୍ଞରେ ଆବିର୍ବାଭ ହୋଇଥିବା ଏହି ବାବା ଓ ମାତାଙ୍କୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ସ୍ଥାନୀୟ ଲୋକଙ୍କ କହିବା କଥା ବାବା ତନ୍ତ୍ରମନ୍ତ୍ର କରନ୍ତି, ଝଡ଼ାଫୁଙ୍କା କରି ରୋଗ ଭଲ କରନ୍ତି । ହେଲେ ବାବାଙ୍କ କହିବା କଥା ତାଙ୍କୁ ସ୍ବପ୍ନାଦେଶ ଆସିଲେ ସେ ସବୁ କଛି କରିପାରନ୍ତି । ଯଜ୍ଞ ଦ୍ବାରା ବିଶ୍ବର କଲ୍ୟାଣ ହେଉଥିବାରୁ ସେ ବିଭିନ୍ନ ଯାଗା ବୁଲି ଏମିତି ଯଜ୍ଞ କରୁଛନ୍ତି । ପୂର୍ବରୁ ନେପାଳରେ ଯଜ୍ଞ କରିଛନ୍ତି , ଏବେ ଜୟପୁରରେ ହେଉଛି ଆଉ ଆଗକୁ ଶ୍ରୀଲଙ୍କା ଯିବେ ବାବା ।  ଏମିତି ବୁଲି ବୁଲି ୧୦୮ ଯଜ୍ଞ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେ ଜୟପୁରରେ ଚାଲିଛି ୨୭ତମ ଯଜ୍ଞ ।

{"id":75040}

ଆତ୍ମଘୋଷିତ ଲକ୍ଷ୍ମୀନାରାୟଣଙ୍କୁ ଦେଖିବା ପରେ ଏମାନଙ୍କ ପ୍ରକୃତ ପରିଚୟ କ’ଣ ସେକଥା ଜାଣିବାକୁ ଆପଣଙ୍କ ମନରେ ନିଶ୍ଚିତ ଭାବେ ଉତ୍କଣ୍ଠା ଥିବ ।  ତାକୁ ବି ଆମେ କ୍ଲିୟର କରିଦେଉଛୁ ।  ଶେଷନାଗକୁ ଆସନ କରି ବିରାଜିତ ଏହି ନାରାୟଣ ରୂପୀ ବାବା ହେଲେ ସମ୍ରାଟ୍‌ କ୍ୟାସେଟ୍‌ କମ୍ପାନୀର ମାଲିକ ବିଶ୍ବମ୍ବର ସାବତ । ଯିଏ ଏବେ ସ୍ବୟଂ ନାରାୟଣ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବାବାଙ୍କ ପରିଚୟ ତ ପାଇଲେ,, ଏବେ ମାତାଙ୍କ ପରିଚୟ ବି ଦେଖନ୍ତୁ । ଲକ୍ଷ୍ମୀ ରୂପରେ ବିରାଜିତା ମାତା ମହେଶ୍ବରୀ ହେଲେ ଆଲବମ୍‌ କୁଇନ୍‌ ଶ୍ବେତା ମଲ୍ଲିକ । ଦିନେ ଓଡ଼ିଆ ଆଲବମରେ ଅଭିନୟ କରି ଦର୍ଶକଙ୍କ ମନ ମୋହୁଥିବା ଶ୍ବେତା ଏବେ ସଂସାରର ମୋହମାୟା ତ୍ୟାଗ କରି ହୋଇଯାଇଛନ୍ତି ସନ୍ୟାସିନି । ଆଉ ନିଜକୁ ସ୍ବୟଂ ଲକ୍ଷ୍ମୀ, ମହେଶ୍ବରୀ ରୂପରେ ସଜାଇଛନ୍ତି ।  ଆଉ ଏସବୁର ଉଦେଶ୍ୟ ଏବଂ ଆବଶ୍ୟକତାକୁ ବି ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

{"id":75039}

ଉଭୟ ବାବା ମାତାଙ୍କ ବ୍ୟାକ୍‌ଗ୍ରାଉଣ୍ଡ ଦେଖିଲେ ଦୁହେଁ ଗ୍ଲାମର ଓ୍ବାର୍ଡ଼ରୁ ଆସିଛନ୍ତି ସେକଥା ଆଉ ଅବୁଝା ନାହିଁ । କିନ୍ତୁ ଗ୍ଲାମର ଓ୍ବାର୍ଡ଼ରୁ ସିଧା ଏମିତି ଢ଼ଙ୍ଗ ଆଉ ଏମିତି ରଙ୍ଗରେ କିଛି ଲୋକଙ୍କ ଗଡ୍‌ଫାଦର ବନିଯିବା ପଛର ଅସଲ କାରଣ କ’ଣ ସେକଥାର ସ୍ବପ୍ନାଦେଶ ଖୁବ୍‌ ଶୀଘ୍ର ଆସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.