Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଲସ୍ଏଞ୍ଜେଲସରେ ଅଟକିଛନ୍ତି ଅଭିନେତ୍ରୀ : ତିନି ଥର ବିମାନ ବାତିଲ-ନାହିଁ ମାସ୍କ, ସେଲିବ୍ରିଟିଙ୍କୁ ଘାରୁଛି ସର୍ଭାଇଭାଲ୍ ଚିନ୍ତା

25/03/2020 at 1:39 PM

ମୁମ୍ବାଇ ୨୫/୩: କରୋନା ଭାଇରସ୍ ଆତଙ୍କ ମଧ୍ୟରେ ‘ରାଞ୍ଚି ଡାୟରିସ୍’(୨୦୧୭) ଏବଂ ‘ମେରଠିୟା ଗ୍ୟାଙ୍ଗଷ୍ଟାର୍ସ’(୨୦୧୫) ଫିଲ୍କର ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା ଲସ୍ ଏଞ୍ଜେଲସରେ ଫସିଛନ୍ତି। ସେ ସେଠାକୁ ପାଠ ପଢ଼ିବା ପାଇଁ ଯାଇଥିଲେ। କରୋନା ଭାଇରସ୍ ଯୋଗୁଁ କଲେଜ ବନ୍ଦ ହୋଇଯାଇଛି। ଏହା ସହିତ ଅନଲାଇନ୍ କ୍ଲାସେସ ମଧ୍ୟ ରୋକି ଦିଆଯାଇଛି। ସୌନ୍ଦର୍ଯ୍ୟା ଯେତେବେଳେ ଭାରତ ଫେରିବାକୁ ଉଦ୍ୟମ କରିଥିଲେ ତାଙ୍କ ଫ୍ଲାଇଟ୍ ମଧ୍ୟ ରଦ୍ଦ ହୋଇଯାଇଥିଲା ଯାହାର ଟଙ୍କା ସେ ଫେରି ପାଇନଥିଲେ।

ସୌନ୍ଦର୍ଯ୍ୟା କହିଥିଲେ,‘ ଘରୋଇ ଜିନିଷ ଆଣିବାକୁ ବଜାର ଯାଇଥିଲେ ସୁଦ୍ଧା ସେଠାରୁ ମଧ୍ୟ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଏପରିକି ଆଳୁ,ଲୁଣ,ଡାଲି ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ତାଙ୍କୁ ମିଳିନଥିଲା। ସୁରକ୍ଷା ପାଇଁ ତାଙ୍କ ପାଖରେ ମାସ୍କ ମଧ୍ୟ ଉପଲବଧ ନାହିଁ। ଏହା ଅନଲାଇନ୍ ମଧ୍ୟ ମିଳୁନାହିଁ। ସେ ସାନିଟାଇଜର ଏବଂ ଟୟେଲେଟ୍ ପେପର ପାଇଁ ମଧ୍ୟ ଲୋକଙ୍କୁ ଲଢ଼ିବାର ଦେଖୁଛନ୍ତି। ଯାତ୍ରା କଟକଣା ଯୋଗୁଁ ସେ ଘରକୁ ମଧ୍ୟ ଫେରି ପାରୁନାହାନ୍ତି। ୩ଥର ତାଙ୍କ ବିମାନକୁ ବିନା ରିଫଣ୍ଡ ସତ୍ବେ ରଦ୍ଦ କରି ଦିଆଯାଇଛି। ତାଙ୍କ ବାପା-ମାଆ ତାଙ୍କ ପାଇଁ ଖୁବ୍ ଚିନ୍ତାରେ ଅଛନ୍ତି ଏବଂ ସେ ବି ଚିନ୍ତିତ ଅଛନ୍ତି।’

ସେ ଘରେ ନିଜକୁ ଆଇସୋଲେସନରେ ରଖିଛନ୍ତି। ଅତି ଜରୁରୀ ନଥିଲେ ସେ ଘରୁ ବାହାରୁ ନାହାନ୍ତି। ସେ ଘରେ ୟୋଗା କରୁଛନ୍ତି,ଯାହା ଫଳରେ ଫିଟନେସ୍ ସହ କୌଣସି ଧରଣର କମ୍ପ୍ରମାଇଜ ନହେଉ।

ନିଜକୁ ବ୍ୟସ୍ତ ରଖିବା ପାଇଁ ସେ ଅନଲାଇନ୍ ସ୍ପାନିଶ୍ ଶିଖୁଛନ୍ତି। ଏହା ସହିତ ଖାଲି ସମୟରେ ସେ ନାଟକ ମଧ୍ୟ ଲେଖୁଛନ୍ତି। କିଛି ଓ୍ବେବ ସିରିଜ ଯେପରିକି ‘ଲକଡ ଅପ୍’,‘କ୍ବିନ୍ ଅଫ ଦ ଫ୍ଲୋ’,‘ଦ ରିଡର’ ଦେଖି ତାଙ୍କ ସମୟ ଅତିବାହିତ କରୁଛନ୍ତି। ପ୍ରତିଦିନ ହନୁମାନ ଚାଳିଶା ଏବଂ ଦୁର୍ଗା ଚାଳିଶା ଶୁଣି ନିଜ ଦେଶକୁ ଫେରିବାକୁ ପ୍ରାର୍ଥନା କରୁଛନ୍ତି। ସେ ତାଙ୍କ ପ୍ରିୟ ଲତା ମଙ୍ଗେସକରଙ୍କ ଗୀତ ‘ତୁ ବିନ୍ ବତାୟେ’ ମଧ୍ୟ ସବୁବେଳେ ଶୁଣୁଛନ୍ତି।

   Related Posts