Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ପୁରୁଣା ଚେହେରା, ଲମ୍ବା କେଶକୁ ଝୁରୁଛନ୍ତି ସୋନାଲି ବେନ୍ଦ୍ରେ, ଏବେର ସୋନାଲି ସେବେ କେମିତି ଥିଲେ ?

3/07/2020 at 7:58 PM

ମୁମ୍ବାଇ, ୦୩|୦୭ :  ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିକଟରେ କ୍ୟାନସରରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାମଧ୍ୟରେ ସେ ଇନଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏହି ୪୫ ବର୍ଷୀୟ ଅଭିନେତ୍ରୀଜଣଙ୍କ ବିଚ୍‌ର ଏକ ଫଟୋ ପୋଷ୍ଟ କରିଛନ୍ତି ।

ଏହି ଫଟୋରେ ସେ ସମର୍ ପୋଷାକ ପିନ୍ଧିଛନ୍ତି । ଫଟୋ ପୋଷ୍ଟ୍ କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ପୁରୁଣା ଦିନ, ସୂର୍ଯ୍ୟସ ସମୁଦ୍ର ଓ ବାଲିକୁ ମିସ୍ କରୁଛନ୍ତି । ସେହି ସମୟରେ ତାଙ୍କ ପର୍ସନାଲିଟି ଭଲ ଥିଲା । ଏପରିକି ଲମ୍ବା ଚୁଟି ମଧ୍ୟ ରହିଥିଲା ।

ସୂଚନାଯୋଗ୍ୟ, ୨୦୧୮ ଜୁଲାଇରେ ସେ କ୍ୟାନସରରେ ପୀଡିତ ଥିବା ଜାଣିବାକୁ ପାଇଥିଲେ । ନ୍ୟୁୟର୍କରେ ତାଙ୍କର ଚିକିତ୍ସା ହୋଇଥିଲା । ଏହି ସମୟରେ ତାଙ୍କୁ ଚୁଟି କାଟିବାକୁ ପଡିଥିଲା । ଏହାପରେ ସେ ଚୁଟି ଛୋଟ ରଖିବା ସହ ଭାରତକୁ ଫେରିଥିଲେ ।

View this post on Instagram

Weather check 🌧😋

A post shared by Sonali Bendre (@iamsonalibendre) on

ଏବେ ଲକଡାଉନ୍ ସମୟରେ ସୋନାଲି ନିଜ ଇନଷ୍ଟାଗ୍ରାମ ପେଜରେ ଥ୍ରୋବ୍ୟାକ୍ ଫଟୋ ସେୟାର କରୁଛନ୍ତି । ନିକଟରେ ସେ ୨୦ ବର୍ଷ ତଳର ଏକ ଫଟୋ ସେୟାର କରି ସେହି ସମୟକୁ ଫେରିଯିବାକୁ ଚାହାଁନ୍ତି ବୋଲି କହିଥିଲେ ।

   Related Posts