Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମୃତ୍ୟୁ ପୂର୍ବରୁ ଆଲବମ ଅଭିନେତ୍ରୀ ସିମରନ ସିଂ ଫୋନରେ କଣ କଥାବାର୍ତ୍ତା କରୁଥିଲେ ଶୁଣନ୍ତୁ…

4/01/2019 at 1:03 PM

ସମ୍ବଲପୁର ୦୪|୦୧: ରହସ୍ୟ ଘେରରେ ଆଲବମ୍ କୁଇନ୍ ସିମରନ ସିଂଙ୍କ ମୃତ୍ୟୁ । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ବଢୁଛି ସସପେନ୍ସ । ଏ ଭିତରେ ମିଳିଛି ସିମରନ୍ଙ୍କର ଏକ ଭଏସ୍ ରେକର୍ଡ । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ତାଙ୍କ ଜୀବନରେ ସେ ପ୍ରତାରଣା ପାଇଛନ୍ତି । ସେ ଜଣଙ୍କୁ ଇଙ୍ଗିତ କରି ଏସବୁ କହିଥିବା ସ୍ପଷ୍ଟ ଜଣାପଡୁଛି । ଭଏସ୍ ରେକର୍ଡରେ ସେ ଏହା କହିଛନ୍ତି ଯେ, “ତୁମେ ଭାବିବ ନାହିଁ କି ମୁଁ ଏସବୁ ନାଟକ କରୁଛି ବୋଲି । ମୁଁ ନାଟକ କରୁନି, ସତରେ ମୁଁ ବହୁତ ଭାଙ୍ଗି ପଡିଛି । ମୁଁ ଆଉ ନିଜକୁ ନିଜେ ସମ୍ଭାଳି ପାରୁନି । ତୁମେ ଯଦି ଥରେ କହିଦେଇଥାନ୍ତ ମୁଁ ସବୁକିଛି ଛାଡି ପଳାଇଯାଇଥାନ୍ତି । ତୁମ ନାଁ ତ ଯୁବ ନୁହେଁ,  ହେଲେ ବି ମୁଁ ବିଶ୍ବାସ କରି ମୋ ଦେହରେ ତୁମ ନାଁ ଯୁବ ଲେଖିଛି । କାହାକୁ କେମିତି ବିଶ୍ବାସ କରାଯାଏ ସମସ୍ତେ ମୋଠୁ ଶିଖିବା ଦରକାର । ତୁମେ ଟିକେ ତ ଚେଷ୍ଟା କରିଥାନ୍ତ ସଂପର୍କ ବଞ୍ଚାଇବା ପାଇଁ । ସବୁ ଜିନିଷ ଏମିତି ମଝିରେ ଛାଡି ଚାଲିଯାଇନଥାନ୍ତ । ମୋତେ ଟିକେ ତ ବିଶ୍ବାସ କରିଥାନ୍ତ । ସେଥିପାଇଁ ମୁଁ ଯାଉଛି ବହୁତ ଦୂରକୁ… ତୁମଠୁ ଦୂରକୁ… ନିଜଠୁ ଦୂରକୁ… ପରିବାରଠୁ ଦୂରକୁ…

ଗତକାଲି ସମ୍ବଲପୁର ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜ୍ ତଳୁ ଆଲବମ୍ ଅଭିନତ୍ରୀ ସିମରନ ସିଂଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଉଦ୍ଧାର କରିଥିଲା  । ସିମରନଙ୍କ ଘର ଝାରସୁଗୁଡା ଜିଲ୍ଲା ଭୁଲିଆଟିକ୍ରାରେ । ଝିଅକୁ ହତ୍ୟା କରାଯାଇଛି ବୋଲି ସିମରନଙ୍କ ମା ଅଭିଯୋଗ କରିଛନ୍ତି । ସିମରନଙ୍କ ପୁରୁଷ ବନ୍ଧୁ ତାଙ୍କୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ସିମରନଙ୍କ ପକେଟରୁ ୨ଟି ଟ୍ରେନ୍ ଟିକେଟ୍ ମିଳିଛି । ଗୋଟିଏ ଝାରସୁଗୁଡାରୁ କେସିଙ୍ଗା ଓ ଅନ୍ୟଟି କେସିଙ୍ଗାରୁ ଝାରସୁଗୁଡା ପର୍ଯ୍ୟନ୍ତ ଟିକେଟ୍ ମିଳିଥିଲା । ନୂଆ ବର୍ଷ କାର୍ଯ୍ୟକ୍ରମ ପାଇଁ ସେ ୧ ତାରିଖରେ କେସିଙ୍ଗା ଯାଇଥିଲେ ।

ସେହପରି ସିମରନଙ୍କ ନିକଟରୁ ଜବତ ହୋଇଥିବା ଫୋନକୁ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ଫୋନରେ ୧୫୧ଟି ମିସ୍ କଲ୍ ଥିବା ବେଳେ ୪୨ଟି ନୂଆ ମେସେଜ୍ ରହିଛି । ସେଥିମଧ୍ୟରୁ କେବଳ ୨୨ଟି ମେସେଜ୍ ହେଉଛି ପରିବାର ପକ୍ଷରୁ ଅଭିଯୋଗ ଆସିଥିବା ପୁରୁଷ ବନ୍ଧୁଙ୍କର ବୋଲି ଜଣାପଡିଛି । ସିମରନର ମୋବାଇଲରୁ ଭଏସ୍ ରେକର୍ଡ ଜବତ କରିଛି ପୋଲିସ, ଯାହାକି ମୃତ୍ୟୁ ପୂର୍ବରୁ ସିମରନ କାହା ସହ କଥା ହୋଇଥିବା ସ୍ପଷ୍ଟ ହୋଇଛି । ପୋଲିସ ୩୦୭ ଧାରାରେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଗତ ଡିସେମ୍ବର ୨୮ରେ ପରିବାର ପକ୍ଷରୁ ଝାରସୁଗୁଡା ଥାନାରେ ଝିଅ ସିମରନ୍ ର ନିଖୋଜ ନେଇ ଏକ ଅଭିଯୋଗ କରାଯାଇଛି । ଗତ ଏପ୍ରିଲ ୧୩ ତାରିଖରୁ ଝିଅ ନିଖୋଜ ଥିବା ଅଭିଯୋଗ ପତ୍ରରେ ଲେଖା ରହିଛି ।

   Related Posts