ସବୁଠୁ ଧନୀ ଅଭିନେତ୍ରୀ ଶର୍ମିଲା : ତାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

Published By : Prameya-News7 Bureau | July 01, 2020 IST

ମୁମ୍ବାଇ ୧/୭: ବଲିଉଡର ଟପ୍ ଅଭିନେତ୍ରୀ ମଧ୍ୟରେ ଗଣା ଶର୍ମିଲା ଟାଗୋରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଶର୍ମିଲା ଟାଗୋର ଏକ ନବାବ ପରିବାରର ବୋହୂ। ସେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ମନସୁର ଅଲୀ ଖାନ୍ ପଟୌଦିଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସବୁ ସମ୍ପତ୍ତି ଶର୍ମିଲାଙ୍କ ହୋଇ ଯାଇଥିଲା।

{"id":294373,"width":588,"height":441,"sizeSlug":"large"}

ମନସୁର ଅଲୀ ଖାନ୍ ପଟୌଦି ରାଜବଂଶର ନବମ ନବାବ ଥିଲେ ଯାହାଙ୍କୁ ଟାଇଗର ପଟୌଦି ମଧ୍ୟ କୁହାଯାଇଥାଏ। ମନସୁର ଅଲ୍ଲୀ ଖାନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରହି ସାରିଛନ୍ତି। ୨୦୧୧ମସିହାରେ ଫୁସଫୁସ ରୋଗରେ ଟାଇଗର ପଟୌଦିଙ୍କ ମୃତ୍ୟୁ ହୋଇ ଯାଇଥିଲା।

{"id":294375,"sizeSlug":"large"}

ଶର୍ମିଲା ଟାଗୋର ଅନେକ ହିନ୍ଦୀ ସିନେମାରେ କାମ କରି ସାରିଛନ୍ତି କିନ୍ତୁ ଏବେ ସେ ଏହି କ୍ଷେତ୍ରରେ ସକ୍ରିୟ ନାହାନ୍ତି। ସେ ଆଜି ହଜାର କୋଟି ଟଙ୍କାର ମାଲିକାଣୀ ଏବଂ ନିଜ ପିଲାଙ୍କ ସହ ହରିୟାଣା,ଦିଲ୍ଲୀ ଏବଂ ଭୋପାଳରେ ପଟୌଦି ରାଜବଂଶର କୋଟି କୋଟି ଟଙ୍କାର ସମ୍ପତ୍ତିର ଦେଖାଶୁଣା କରନ୍ତି। ତାଙ୍କ ବଡ଼ ଝିଅ ଅନେକ ଥର ସମ୍ପତ୍ତି କାମରେ ଭୋପାଳ ଯିବା ଆସିବା କରନ୍ତି।

{"id":294376,"sizeSlug":"large"}

ପଟୌଦିଙ୍କ ମୋଟ ସମ୍ପତ୍ତି କଥା କହିବା ଯଦି ତାହା ପାଖାପାଖି ୫ହଜାର କୋଟି ଟଙ୍କା। ତାଙ୍କ ପାଖରେ ଅନେକ କୋଠା ଏବଂ ପ୍ରାସାଦ ରହିଛି। ମଧ୍ୟପ୍ରଦେଶର ଭୋପାଳରେ ପଟୌଦି ପରିବାରର ୨୭୦୦କୋଟିରୁ ଅଧିକ ସମ୍ପତ୍ତି ରହିଛି।

{"id":294377,"sizeSlug":"large"}

ମଧ୍ୟପ୍ରଦେଶର ରାଇସେନା,ଭୋପାଳ ଏବଂ ସିହୋର ଜିଲ୍ଲାରେ ପଟୌଦି ରାଜବଂଶର ଶହ ଶହ ଏକର ଜମି ରହିଛି। ଏବେବି ପଟୌଦି ପରିବାର ପାଖରେ ୨୭୦୦ଏକର ଜମି ରହିଛି। କେତେକ ଜମି ଉପରେ ଏବେ ବିବାଦ ଚାଲିଛି। କେତେକ ଜମି ଉପରେ ବେଆଇନ କବଜା କରି ନିଆଯାଇଛି।

{"id":294378,"sizeSlug":"large"}

ପଟୌଦି ପରିବାରର ଶାହି ମହଲ ପଟୌଦି ପ୍ୟାଲେସର ମୂଲ୍ୟ ହେଉଛି ୮୦୦କୋଟି ଟଙ୍କା। ଯାହା ଏବେ ହେରିଟେଜ ହୋଟେଲ ହୋଇଯାଇଛି।

{"id":294381,"sizeSlug":"large"}

ପଟୌଦି ପରିବାରର ଭୋପାଳର ପଶ୍ ଅଞ୍ଚଳରେ ଏକ ରାଜ ଭବନ ରହିଛି। ଯାହାର ଗୋଟିଏ ଭାଗରେ କଲେଜ ହୋଇଛି ଏବଂ ଅନ୍ୟ ଭାଗରେ ପଟୌଦି ପରିବାରର ଦାୟାଦ ସ୍କୁଲ୍ ଚଲାଉଛନ୍ତି।

{"id":294382,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.