Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

୭ ବର୍ଷର ପୁଅ ସହ ନ୍ୟୁଡ୍ ଫଟୋ ସୁଟ୍ କଲେ ଅଭିନେତ୍ରୀ, ୯୦ ଦିନ ଜେଲ ଦଣ୍ଡ ଦେଲେ କୋର୍ଟ

7/12/2021 at 8:33 AM

ନୂଆଦିଲ୍ଲୀ ୦୭/୧୨: ସୋସିଆଲ ମିଡିଆରେ କିଛି ବି ଜିନିଷ ସେୟାର କରିଦେବା ଆପଣଙ୍କ ପାଇଁ ସମସ୍ୟା ହୋଇପାରେ। ପଶ୍ଚିମ ଆଫ୍ରିକୀୟ ଦେଶ ଘାନାର ଜଣେ ଅଭିନେତ୍ରୀଙ୍କ ସହ ସମାନ ଘଟଣା ଘଟିଛି । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ୭ ବର୍ଷର ପିଲା ସହ ନ୍ୟୁଡ୍ ଫଟୋ ସେୟାର କରିଥିଲେ, ଯାହା ପରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହି ଫଟୋ ହେତୁ ଅଭିନେତ୍ରୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା । ଏହି ଅଭିନେତ୍ରୀଙ୍କୁ ୯୦ ଦିନ ଜେଲରେ ରହିବାକୁ କୋର୍ଟ ଶୁଣାଣି କରିଛନ୍ତି।

ଏହି ଅଭିନେତ୍ରୀଙ୍କ ନାମ ଅକୁଆପେମ୍ ପୋଲୋ, ଯାହାଙ୍କୁ କିଛି ଲୋକ ରୋସମଣ୍ଡ ବ୍ରାଉନ୍ ନାମରେ ମଧ୍ୟ ଜାଣନ୍ତି। ରୋସମଣ୍ଡଙ୍କର ଏକ ୭ ବର୍ଷର ପୁଅ ଅଛି। ସେ ତାଙ୍କ ପୁଅର ଜନ୍ମଦିନରେ ତା ସହିତ ନ୍ୟୁଡ୍ ଫଟୋ ଉଠାଇଥିଲେ। ଏହି ଫଟୋରେ, ରୋସମଣ୍ଡ କିଛି ବି ପିନ୍ଧି ନଥିଲେ ଏବଂ ତାଙ୍କର ୭ ବର୍ଷର ପୁଅ କେବଳ ସର୍ଟ୍ସ ପିନ୍ଧିଥିଲା। ରୋସମଣ୍ଡ ବ୍ରାଉନଙ୍କ ପୁଅ ସହିତ ନ୍ୟୁଡ୍ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ଯାହା ପରେ ସମସ୍ତେ ଭାବନାରେ ବୁଡି ରହିଲେ ଯେ ଏହି ଅଭିନେତ୍ରୀ କିପରି ୭ ବର୍ଷର ପିଲା ସହିତ ଏପରି ଫଟୋ ଉଠାଇପାରିଲେ।

ପୁଅ ସହ ଫଟୋ ଭାଇରାଲ ହେବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ଏହା ପରେ କୋର୍ଟ ରୋସମଣ୍ଡଙ୍କୁ ୯୦ ଦିନ ଜେଲରେ ରହିବାକୁ ଦଣ୍ଡ ଶୁଣାଇଥିଲେ। ରୋସମଣ୍ଡ ଏହା ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏପ୍ରିଲରେ ଏହି ଆବେଦନ ଉପରେ ମଧ୍ୟ ଶୁଣାଣି ହୋଇଥିଲା। କିନ୍ତୁ ବର୍ତ୍ତମାନ ରୋସମଣ୍ଡଙ୍କ ଏହି ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି, ଏବଂ ତାଙ୍କୁ ୯୦ ଦିନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

   Related Posts