ପାର୍କରେ ଏକ୍ସରସାଇଜ୍ କରୁଥିଲେ ଅଭିନେତ୍ରୀ ସମ୍ୟୁକ୍ତା ହେଗଡେ, ତାଙ୍କ ପୋଷାକ ଦେଖି ଘେରିଲେ ଲୋକେ, ଡ୍ରଗ୍ସ ନେବାର ଆକ୍ଷେପ କଲେ

Published By : Prameya-News7 Bureau | September 05, 2020 IST

ବେଙ୍ଗାଲୁରୁ ୦୫।୦୯: ସନ୍ଧ୍ୟା ଭ୍ରମଣ ଏବଂ ବାୟାମ କରିବାକୁ ବେଙ୍ଗାଲୁରୁ ଆଗ୍ରା ଲେକ୍‌ର ଏଚଆରଏସ ଲେଆଉଟ୍‌ ପାର୍କ ନିଜର ଦୁଇ ସାଙ୍ଗଙ୍କ ସହିତ ଯାଇଥିବା ଅଭିନେତ୍ରୀ ସମ୍ୟୁକ୍ତା ହେଗେଡଙ୍କୁ ସର୍ବସାଧାରଣରେ ହିନସ୍ତା  ହେବାକୁ ପଡିଛି। ସର୍ବ ସାଧାରଣ ସ୍ଥାନରେ ସ୍ପୋର୍ଟ୍ସ ବ୍ରା ପିନ୍ଧି ବ୍ୟାୟାମ କରୁଥିବା ଅଭିନେତ୍ରୀ ହେଗଡେଙ୍କୁ ଏଆଇସିସିର ସଦସ୍ୟ କବିତା ରେଡ୍ଡୀଙ୍କ ନେତୃତ୍ଵରେ ସାଧାରଣ ଜନତା ବିରୋଧ କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଏମିତି ପୋଷାକ ପିନ୍ଧି ବ୍ୟାୟାମ ନକରିବାକୁ ସେମାନେ ଅଭିନେତ୍ରୀଙ୍କୁ ତାଗିଦ୍ କରିଛନ୍ତି।

ସମ୍ୟୁକ୍ତା ହେଗଡେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଲୋକେ ତାଙ୍କୁ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ କରିଛନ୍ତି। ମୁଁ ଜଣେ ଅଭିନେତ୍ରୀ ହୋଇଥିବା କାରଣରୁ ଲୋକେ ମୋ ବିରୋଧରେ ଏମିତି ଅଭିଯୋଗ କରିଥିବା ସେ କହିଛନ୍ତି। ଅନ୍ୟ ଏକ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଜଣେ ଯୁବକ ଅଭିନେତ୍ରୀଙ୍କୁ ଧମକ ଦେଇ କହୁଛନ୍ତି ଯେ, ତୁମେ ଡ୍ରଗ୍ସ ସେବନ କରୁଥିବା ମିଡିଆକୁ ଜଣାଇ ଦେବ। ଏଆଇସିସି ସଦସ୍ୟ କବିତା ରେଡ୍ଡୀ ଘଟଣାସ୍ଥଳକୁ ପୋଲିସକୁ ଡକାଇଥିଲେ। ଭିଡିଓରେ ଦେଖାଯାଉଛି ଯେ ସେ ଏବଂ ଅନ୍ୟ ଲୋକ ସମ୍ୟୁକ୍ତା ଏବଂ ତାଙ୍କ ସାଙ୍ଗ ବିରୋଧରେ ସାର୍ବଜନୀନ ସ୍ଥାନରେ ଅଭଦ୍ରାମୀ କରୁଥିବା ଅଭିଯୋଗରେ ମାମଲା ରୁଜୁ କରାଯାଉ ବୋଲି କହିଛନ୍ତି।

wp:html /wp:html

ଏହା ପରେ ଅଭିନେତ୍ରୀ ଜଣକ ସଫେଇ ଦେଇ କହିଛନ୍ତି ମୋ ଦେହରେ ଆଉ ଏକ ପୋଷାକ ଥିଲା। ପାର୍କକୁ ଆସିବା ପରେ ଶରୀରରୁ ଏହାକୁ ହଟାଇ ବ୍ୟାୟାମ କରିଛି। ଆମେ କେବଳ ହୁପ୍ସ ସହିତ ବ୍ୟାୟାମ କରୁଥିଲୁ। କବିତା ରେଡ୍ଡୀ ନାମକ ମହିଳା ଆମକୁ ପାଖକୁ ଆସି ସାର୍ବଜନୀନ ସ୍ଥାନରେ ସ୍ପୋର୍ଟ୍ସ ବ୍ରା ପିନ୍ଧି ଅଭଦ୍ରତା କରୁଥିବା କହି ପାଟିତୁଣ୍ଡ କରିଥିଲେ। ଆମେ କେବଳ ବ୍ୟାୟାମ କରୁଥିଲୁ। କିନ୍ତୁ ଲୋକେ ଆମକୁ ଡ୍ରଗ୍ସନ ସେବନ କରୁଥିବା କହିଛନ୍ତି। ସେମାନେ ଏଥିପାଇଁ କହୁଥିଲେ କାରଣ ଏବେ ବଲିଉଡରେ ଡ୍ରଗ୍ସ ମାମଲା ଚର୍ଚ୍ଚା ଜୋର ଧରିଛି। ଏହା ପରେ ଅଭିନେତ୍ରୀ ପିନ୍ଧିଥିବା ଟପ୍‌କୁ ହଟାଇ ଭିତରେ କଣ ପିନ୍ଧିଥିବା ଦେଖାଇଥିଲେ।

ସମ୍ୟୁକ୍ତା ଅଭିଯୋଗ କରିଛନ୍ତି ଯେ, କବିତା ରେଡ୍ଡୀ ତାଙ୍କ ତୂଳନା କ୍ୟାବର ଡ୍ୟାନର୍ସଙ୍କ ସହିତ କରିଥିଲେ ଏବଂ  ପିନ୍ଧିଥିବା ପୋଷାକ ଉପରେ ପ୍ରଶ୍ନ ଉଠାଇଥିଲେ। କବିତା ତାଙ୍କୁ ଧମକ ଦେଉଥିବା ଅଭିନେତ୍ରୀ  ଅଭିଯୋଗ ମଧ୍ୟ କରିଛନ୍ତି। କବିତା ମୋତେ ଧମକ ଦେଇ କହିଛନ୍ତି ଯେ, ଯଦି ଆପଣ ପୁଣି ଥରେ ଏହି ପରି ପୋଷାକ ପିନ୍ଧି ଆସିବେ ଏବଂ ଆପଣଙ୍କ ସହିତ କିଛି ଅନର୍ଥ ହୁଏ ତେବେ କାହାକୁ ଦୋଷ ଦେବେ ନାହିଁ। ସମ୍ୟୁକ୍ତା ଇନଷ୍ଟାଗ୍ରାମ ଭିଡିଓରେ କବିତାଙ୍କ ବିରୋଧରେ ଏହି ଅଭିଯୋଗ ଲଗାଇଛନ୍ତି।

wp:html
/wp:html

ସମ୍ୟୁକ୍ତାଙ୍କ ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋତେ ଏବଂ ମୋ ସାଙ୍ଗମାନଙ୍କୁ ସ୍ଥାନ ଛାଡି ଚାଲି ଯିବାକୁ କହିଥିଲେ। କିନ୍ତୁ ଲୋକେ ପାର୍କର ଗେଟ୍‌ ବନ୍ଦ କରି ସେମାନଙ୍କୁ ବାହାରକୁ ଯିବାକୁ ଦେଇନଥିଲେ। ଏପରିକି ଗେଟ୍‌ ଖୋଲୁଥିବା  ବେଳେ ଜଣେ ବ୍ୟକ୍ତି ତାଙ୍କ ହାତକୁ ମାରିଥିଲେ ବୋଲି ସମ୍ୟୁକ୍ତା କହିଛନ୍ତି।

ଏହା ଭୁଲ୍ ଅଟେ। ସ୍ପଷ୍ଟ ଦିବାଲୋକରେ ଏବଂ ସାର୍ବଜନୀନ ପାର୍କରେ  ଏହି ଘଟଣା ଘଟିଛି। ସାଧାରଣ ପୋଷାକ ପିନ୍ଧାକୁ ନେଇ କବିତା ରେଡ୍ଡୀ ଆମକୁ ଗାଳି କଲେ। ମୁଁ ଏବଂ ମୋ ସାଙ୍ଗ କଣ ଭୁଲ୍ କଲୁ। ଆମ ଉପରେ ଆକ୍ରମଣ କରାଯିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରାଗଲା ବୋଲି ଅଭିନେତ୍ରୀ ଜଣକ କହିଛନ୍ତି।

ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ସମ୍ୟୁକ୍ତା ଏବଂ ତାଙ୍କ ସାଙ୍ଗକୁ ଉକ୍ତ ସ୍ଥାନରୁ ଚାଲି ଯିବାକୁ କହିଛନ୍ତି ଏବଂ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଛନ୍ତି। ଦୟା କରି ଏହି ସ୍ଥାନ ଛାଡି ଯିବାକୁ ପୋଲିସ ସମ୍ୟୁକ୍ତାଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି। ମାତ୍ର କବିତା ରେଡ୍ଡୀ ଏବଂ ତାଙ୍କ ସାଙ୍ଗ ପାର୍କର ଗେଟ୍ ବନ୍ଦ କରି ଅଭିନେତ୍ରୀଙ୍କୁ ଥାନାକୁ ନେଇ ଯିବାକୁ ଦାବି କରିଛନ୍ତି। କବିତା କହିଛନ୍ତି ଯେ, ସାର୍ବଜନୀନ ସ୍ଥାନରେ ଅଭଦ୍ରାମୀ କରିଥିବା ସମ୍ୟୁକ୍ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.