ଲକଡାଉନ୍‌ରେ ପୁଅ ବିଷୟରେ କହି କାନ୍ଦି ପକାଇଲେ ସମୀରା, ଭିଡିଓ ଭାଇରାଲ୍

Published By : Prameya-News7 Bureau | March 28, 2020 IST

ମୁମ୍ବାଇ ୨୮।୩: କରୋନା ଭାଇରସ ସଂକ୍ରମଣକୁ ଧ୍ୟାନରେ ରଖି ପୂରା ଭାରତ ଏବେ ଲକ୍ ଡାଉନ୍‌ରେ। ଏପରି ପରିସ୍ଥିତିରେ ସାଧାରଣ ଜନତାଠୁ ଆରମ୍ଭ କରି ଖାସ୍ ଲୋକେ ମଧ୍ୟ ନିଜ ଘରେ ବନ୍ଦୀ ହୋଇଯାଇଛନ୍ତି। ଏଥିରେ ବଲିଉଡ ସେଲିବ୍ରିଟି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କ ସହ ଜଡ଼ିତ ଏହି ବଲିଉଡ ସେଲିବ୍ରିଟିମାନେ ଏହି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ କରୋନା ଭାଇରସଠୁ ସୁରକ୍ଷିତ ରହିବାକୁ ଅପିଲ କରୁଛନ୍ତି। ଏବେ ଅଭିନେତ୍ରୀ ସମୀରା ରେଡ୍ଡି ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ପ୍ରଥମଥର ସୋସିଆଲ ମିଡିଆରେ ଉପସ୍ଥାପିତ କରିଛନ୍ତି। ସେ ଲକଡାଉନ୍ ସମୟରେ ତାଙ୍କ ପୁଅ କଥା କହିଛନ୍ତି। ସେ ଏକଥା କହିବାବେଳେ କାନ୍ଦି ପକାଇଛନ୍ତି।

wp:core-embed/instagram {"url":"https://www.instagram.com/tv/B-MbxzBHHKC/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/tv/B-MbxzBHHKC/?utm_source=ig_embed
/wp:core-embed/instagram

ସମୀରା ଲକଡାଉନ୍ ସମୟରେ କରୋନା ଭାଇରସକୁ ନେଇ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଦେଶର ଏପରି ​‌ଶୋଚନୀୟ ଅବସ୍ଥାରେ ଡର ବିଷୟରେ କହିଛନ୍ତି। ସେ ଏହି ମାହୋଲରେ ପିଲାଙ୍କ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ କହିଥିଲେ। ଭିଡିଓରେ ସମୀରା କହିଥିଲେ- ‘ଡେ-୨, ମୁଁ ଆପଣଙ୍କୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛି। ଏବେ କୌଣସି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଜମାରୁ ଠିକ୍ ନାହିଁ।

{"id":245526,"sizeSlug":"large"}

ସମୀରା କହିଛନ୍ତି- ଲକଡାଉନରେ ଫସିଥିବା ପ୍ରତ୍ୟେକ ପିଲା ଏହା ଭାବି ବ୍ୟସ୍ତ ହୋଇଯାଉଛନ୍ତି କି ସବୁଆଡ଼େ କ’ଣ ଚାଲିଛି। ଏହା କହି ସେ କାନ୍ଦି ପକାଇଥିଲେ।

{"id":245527,"sizeSlug":"large"}

ସମୀରା ମାଆମାନଙ୍କୁ ଏପରି ପରିସ୍ଥିତି ପାଇଁ ଟିପ୍ସ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏହି ପୋଷ୍ଟ ସହ କିଛି ପଏଣ୍ଟସ୍ ସେୟାର କରୁଛନ୍ତି ଯଦି ପିଲାଙ୍କ ମଧ୍ୟରେ ଡର ଦେଖିବାକୁ ମିଳୁଛି। ଯଦି ଏପରି ସଙ୍କେତ ଦେଖିବାକୁ ମିଳୁଛି ତେବେ ପିଲାଙ୍କ ସହ କଥା ହୁଅନ୍ତୁ। ତାଙ୍କୁ ସୁରକ୍ଷିତ ଅନୁଭବ କରାନ୍ତୁ। ତାଙ୍କ ସହ ରୁହନ୍ତୁ।

{"id":245530,"sizeSlug":"large"}




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.