Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଶିଳ୍ପାଙ୍କ ସମର୍ଥନରେ ବାହାରିଲେ ଅଭିନେତ୍ରୀ ରିଚା ଚଢା : କହିଲେ, ‘ପୁରୁଷଙ୍କ ଭୁଲ ପାଇଁ କଣ ମହିଳା ଦୋଷୀ ?’

2/08/2021 at 5:25 PM

ମୁମ୍ବାଇ ୦୨/୦୮ : ଗତ କିଛି ଦିନ ହେଲା ପର୍ଣ୍ଣ ଫିଲ୍ମ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି ।  ଏହି ଘଟଣା ପରଠାରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଚିନ୍ତାରେ । ଏଥିପାଇଁ ତାଙ୍କୁ ରିଆଲିଟି ଶୋ ମଧ୍ୟ ଛାଡିବାକୁ ପଡିଥିଲା । ଶିଳ୍ପା ସେଟ୍ଟୀଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ ହେବାକୁ ପଡୁଛି ।ଏହା ପଛର କାରଣ ହେଉଛି ସ୍ବାମୀଙ୍କ କଳାକାରନାମା । ରାଜ କୁନ୍ଦ୍ରା ଗିରଫ ହେବା ପରଠାରୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଉଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ବର୍ତ୍ତମାନ ଶିଳ୍ପାଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତ୍ରୀ ରିଚା ଚଢା ।

ଏହା ପୂର୍ବରୁ ଫିଲ୍ମ ନିର୍ମାତା ହଂସଲ ମେହତା ଶିଳ୍ପାଙ୍କୁ ସମର୍ଥନ ଜଣାଇଥିଲେ । ରିଚା ଚଢା ଏବେ ଶିଳ୍ପାଙ୍କ ସମର୍ଥନରେ ବାହାରିଛନ୍ତି । ରିଚା ହଂସଲ ମେହେତାଙ୍କ ଟ୍ବିଟ୍ କୁ ରିଟ୍ବିଟ୍ କରି ଶିଳ୍ପାଙ୍କୁ ସପୋର୍ଟ କରିଛନ୍ତି । ଏହାକୁ ନେଇ ସେ କହିଛନ୍ତି କି, ‘ପୁରୁଷଙ୍କ ଭୁଲ ପାଇଁ ମହିଳାମାନଙ୍କୁ ଦୋଷ ଦେବା କିଛି ଲୋକଙ୍କର ଅଭ୍ୟାସ ହୋଇଗଲାଣି । ସେ ଏହି କେସ୍ ଲଢୁଛନ୍ତି ସଥେିପାଇଁ ମୁଁ ବେଶ୍ ଖୁସି ।’  ଏହା ପୂର୍ବରୁ ହଂସଲ ମେହେତା ମଧ୍ୟ ଶିଳ୍ପାଙ୍କ ସମର୍ଥନରେ ଟ୍ବିଟ୍ କରି କହିଥିଲେ କି, ଯଦି କେହି ସପୋର୍ଟ ପାଇଁ ଛିଡା ହୋଇପାରିବେ  ନାହିଁ ତାହାଲେ ଶିଳ୍ପାଙ୍କୁ ଏକା ଛାଡି ଦିଅନ୍ତୁ । ଆଇନ୍ କାନୁନ୍ କୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ । ଏହା ଦୁର୍ଭାଗ୍ୟଜନକ କଥା ଯେ ନ୍ୟାୟ ବ୍ୟବସ୍ଥା କୌଣସି ନିଷ୍ପତ୍ତିୁ ନେବା ପୂର୍ବରୁ କିଛି ଲୋକ ଅଭିଯୁକ୍ତକୁ ଦୋଷୀ ସଜାଇଦିଅନ୍ତି ।

ଅନ୍ୟପଟେ ଅଶ୍ଲୀଳ ଫିଲ୍ମ ବନାଇବା ମାମଲାରେ ପୋଲିସ୍ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ଗିରଫ କରିଥିଲା । ତେବେ ରାଜ୍ ଜାମିନ ପାଇଁ ଆବେଦନ କରିଥିଲେ ହେଲେ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିଲେ।

   Related Posts