ଭାଇଙ୍କ ସହ ଗେଷ୍ଟ ହାଉସ୍‌ରେ ପହଞ୍ଚିଲେ ରିୟା, ଲଗାତର ୩ୟ ଦିନରେ ପଚରାଉଚରା କରିବ ସିବିଆଇ

Published By : Prameya-News7 Bureau | August 30, 2020 IST

ମୁମ୍ବାଇ ୩୦।୮: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଲଗାତର ୩ୟ ଦିନରେ ସିବିଆଇ ଜେରାର ସମ୍ମୁଖୀନ ହେବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଶୋଭିକ ଚକ୍ରବର୍ତ୍ତୀଙ୍କ ସହ ସାଣ୍ଟା କ୍ରୁଜରେ ଥିବା ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ରିୟା । ପୂର୍ବରୁ ଶନିବାର ଦିନ ତାଙ୍କୁ ସିବିଆଇ ୭ ଘଣ୍ଟା ଧରି ପଚରାଉଚରା କରିଥିଲା । ରିୟାଙ୍କ ପୂର୍ବରୁ ସାମୁଏଲ ମିରାଣ୍ଡା ଜେରା ପାଇଁ ଗେଷ୍ଟ ହାଉସରେ ପହଞ୍ଚିଯାଇଛନ୍ତି ।

ଏହା ପୂର୍ହରୁ ଅଗଷ୍ଟ ୨୮ ଏବଂ ୨୯ ତାରିଖରେ ରିୟାଙ୍କୁ ସିବିଆଇ ପଚରାଉଚରା କରିଥିଲା । ଗତ ୨ ଦିନ ମଧ୍ୟରେ ରିୟାଙ୍କୁ ପ୍ରାୟ ୧୭ ଘଣ୍ଟା ଧରି ସିବିଆଇ ଜେରାର ସମ୍ମୁଖୀନ ହେବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଗତ ଦୁଇ ଦିନିଆ ଜେରାରେ ସିବିଆଇ ରିୟାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା । ତେଣୁ ତାଙ୍କୁ ପୁଣି ଥରେ ଡାକିବାକୁ ନିଷ୍ପତ୍ତି ନିଆଯାଇଥିଲା । ସିବିଆଇ ରିୟାଙ୍କୁ ଡ୍ରଗ୍ ସମ୍ବନ୍ଧୀୟ ଅଭିଯୋଗରେ ମଧ୍ୟ ପଚରାଉଚରା କରୁଛି। ଶନିବାର ଦିନ ପ୍ରାୟ ୭ ଘଣ୍ଟା ପଚରାଉଚରା ପରେ ରିୟାଙ୍କୁ ରବିବାର ସିବିଆଇ ଡକାଇଥିଲା । ଏଥିପାଇଁ ରିୟା ତାଙ୍କ ସାନଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସହ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ।

ସିବିଆଇ ପୂର୍ବରୁ ଶୋଭିକଙ୍କୁ ପଚରାଉଚରା କରିସାରିଛି । ଏହା ସହିତ ସୁଶାନ୍ତଙ୍କ ଘରୋଇ କର୍ମଚାରୀ ଥିବା ସାମୁଏଲ ମିରାଣ୍ଡା ମଧ୍ୟ ସିବିଆଇ ନିକଟରେ ପହଞ୍ଚିଛନ୍ତି । ସିବିଆଇ ତାଙ୍କୁ ମଧ୍ୟ ପଚରାଉଚରା କରିସାରିଛି । କିନ୍ତୁ ଆଜି ପୁଣି ଥରେ ରିୟା ଏବଂ ତାଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯାଇପାରେ।

ରିୟା ଏବଂ ସାମୁଏଲଙ୍କ ମଧ୍ୟରେ ନେଟ୍ ବ୍ୟାଙ୍କିଙ୍ଗର ପିନ୍ ବଦଳାଇବାଠାରୁ ଆରମ୍ଭ କରି ଡ୍ରଗ୍ସ ଆଦାନପ୍ରଦାନ ସହ ଜଡିତ କଥାବାର୍ତ୍ତା ହୋଇଥିଲା । ଯାହା ଗଣମାଧ୍ୟମରେ ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.