Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବଚ୍ଚନ ବାପା-ପୁଅ ହସ୍ପିଟାଲରେ, ଏପଟେ ରେଖାଙ୍କ ବଙ୍ଗଳା ସିଲ୍

12/07/2020 at 9:10 AM

ମୁମ୍ବାଇ, ୧୨|୦୭: :  ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୁମ୍ବାଇର ନାନବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଭୟଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା । ଡାକ୍ତରୀ ଟିମ୍ ଲାଗାତାର ଭାବେ ତାଙ୍କ ଉପରେ ନଜର ରଖିଛନ୍ତି ।

ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ଅମିତାଭ ଓ ଅଭିଷେକଙ୍କଠାରେ କରୋନାର ହାଲକା ଲକ୍ଷଣ ଦେଖିବାକୁ ମିଳିଛି । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କରିବା ପରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଚିନ୍ତାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଅମିତଭାଙ୍କ ପତ୍ନୀ ଜୟା ଓ ବୋହୂ ଐଶ୍ୱର୍ଯ୍ୟା ବଚ୍ଚନଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ।ସେପଟେ ବଲିଉଡର ଅଭିନେତ୍ରୀ ରେଖାଙ୍କ ଫ୍ଲାଟର ସିକ୍ୟୁରିଟୀ ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ବଙ୍ଗଳାକୁ ସିଲ୍ କରିଦିଆଯାଇଛି । ମୁମ୍ୱାଇରେ ଅଭିନେତ୍ରୀ ରେଖାଙ୍କର ଘର ବାନ୍ଦ୍ରାର ବ୍ୟାଣ୍ଡଷ୍ଟାଣ୍ଡ  ଏରିଆରେ ରହିଛି ।  

ବଲିଉଡ୍‌  ଅଭିନେତ୍ରୀ  ରେଖାଙ୍କର ବଙ୍ଗଳା ବାହାରେ ଦୁଇ ଜଣ ସୁରକ୍ଷାକର୍ମୀ ମୃତୟନ ଥାନ୍ତି । ସେଥିରୁ ଜଣେ ସିକ୍ୟୁରିଟିଙ୍କୁ କରୋନା ପଜିଟିଭ୍ ବାହାରିଛି । ଏହି ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଦ୍ରା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠି  ତାଙ୍କର ଚିକିତ୍ସା ଚାଲିଛି । ରେଖାଙ୍କର ଆଖପାଖର ପୁରା ଅଞ୍ଚଳକୁ ବିଏମସି ସାନିଟାଇଜ୍‌ କରିଛି ଏବଂ ବିଏମସି ମଧ୍ୟ  ସବୁ ଲୋକ ଆଉ କିଛି ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି ।

   Related Posts