Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଗୁଗଲ‌ରେ ନ୍ୟାସନାଲ୍ କ୍ରଶ୍ ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା : ଏହି କାରଣରୁ ଟ୍ରେଣ୍ଡ ହେଉଛି ତାଙ୍କ ନାଁ

23/11/2020 at 4:52 PM

ମୁମ୍ବାଇ ୨୩/୧୧: ଦକ୍ଷିଣ ସିନେମାର ପ୍ରସିଦ୍ଧ ଏବଂ ଦିଗ୍ଗଜ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ କନ୍ନଡ଼,ତାମିଲ ଏବଂ ତେଲୁଗୁ ଫିଲ୍ମରେ ନିଜ ଅଭିନୟରେ ସବୁବେଳେ ଦର୍ଶକଙ୍କ ହୃଦୟ ଜିତୁଥିଲେ। ନିକଟରେ ରଶ୍ମିକା ମନ୍ଦାନାଙ୍କୁ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ୨୦୨୦ର ଭାରତର ଜାତୀୟ କ୍ରଶ୍ କହିଛି। ଏହା ପରଠୁ ଅଭିନେତ୍ରୀଙ୍କ ନାଁ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରେଣ୍ଡ୍ କରୁଛି।

ଗୁଗଲରେ national crush of india female 2020 ସର୍ଚ୍ଚ କଲେ ରଶ୍ମିକା ମନ୍ଦାନାଙ୍କ ନାଁ ସାମନାକୁ ଆସୁଛି। ଏବିଷୟରେ ରଶ୍ମିକା ମନ୍ଦାନା ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ସେ ସୋସିଆଲ୍ ମିଡିଆରେ ଏକ ସ୍କ୍ରିନଶଟ୍ ସେୟାର କରିଛନ୍ତି। ଯେଉଁଥିରେ #NationalcrushRashmika ଲେଖା ହୋଇଥିବା ଦେଖାଯାଉଛି।

ରଶ୍ମିକା ମନ୍ଦାନା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ସେ ନିଜ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟରେ #NationalcrushRashmika ର ସ୍କ୍ରିନଶର୍ଟ ସେୟାର କରିଛନ୍ତି। ନିଜ ନାଁ ଟ୍ରେଣ୍ଡ କରିବାରୁ ରଶ୍ମିକା ମନ୍ଦାନା ନିଜ ଟ୍ବିଟରରେ ଖୁସି ପ୍ରକାଶ କରିଛନ୍ତି। ଏହା ସହିତ ସେ ନିଜ ପ୍ରଶଂସକଙ୍କ ତାରିଫ ମଧ୍ୟ କରିଛନ୍ତି।

ରଶ୍ମିକା ମନ୍ଦାନା ନିଜ ଟ୍ବିଟରେ ଲେଖିଛନ୍ତି ଯେ ମୋ ଲୋକ ବାସ୍ତବରେ ଲିଜେଣ୍ଡ୍ରି। ସେମାନେ ବହୁତ ସ୍ନେହର…ନା? ମୋ ହୃଦୟ ସେମାନଙ୍କ ପାଖରେ ରହିଛି। ସୋସିଆଲ ମିଡିଆରେ ରଶ୍ମିକା ମନ୍ଦାନାଙ୍କ ଏହି ଟ୍ବିଟ୍ ଜୋର ସୋରରେ ଭାଇରାଲ୍ ହେଉଛି। ତାଙ୍କର ଅନେକ ପ୍ରଶଂସକ ତାଙ୍କ ଟ୍ବିଟକୁ ବହୁତ ପସନ୍ଦ କରୁଛନ୍ତି। ଏହା ସହିତ କମେଣ୍ଟ ଜରିଆରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ଏବଂ #NationalcrushRashmika ଟ୍ରେଣ୍ଡ ହେବା ଯୋଗୁଁ ନିଜ ଖୁସି ପ୍ରକାଶ କରୁଛନ୍ତି।

ରଶ୍ମିକା ମନ୍ଦାନା ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ୨୦୧୬ମସିହାରେ କନ୍ନଡ଼ ଫିଲ୍ମ କିରିକ ପାର୍ଟିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ରଶ୍ମିକା ମନ୍ଦାନାଙ୍କ ପ୍ରଥମ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା। ଫିଲ୍ମରେ ତାଙ୍କ ଚରିତ୍ରକୁ ଖୁବ୍ ପସନ୍ଦ କରାଯାଇଥିଲା। ରଶ୍ମିକା ମନ୍ଦାନା ଶେଷ ଥର ତେଲୁଗୁ ଫିଲ୍ମ ଭୀଷ୍ମାରେ ନଜର ଆସିଥିଲେ।

   Related Posts