Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଜ ଜିଦ ଯୋଗୁଁ କ୍ୟାରିୟର ବରବାଦ ହୋଇଯାଇଥିଲା ଏହି ଅଭିନେତ୍ରୀଙ୍କର : ଜାଣନ୍ତୁ କିଏ

ମୁମ୍ବାଇ ୧୨/୪: ୮୦ଦଶକର ଜଣାଶୁଣା ଅଭିନେତ୍ରୀ ରଞ୍ଜିତା କୈାରଙ୍କୁ ଭଲା କିଏ ନ ଜାଣେ। ପ୍ରଥମ ଫିଲ୍ମରେ ଋଷି କପୁରଙ୍କ ସହ କାମ କରିବାକୁ ମିଳିଥିବାବେଳେ ରାଜଶ୍ରୀ ପ୍ରଡକ୍ସନ୍ ଭଳି ପ୍ରତିଷ୍ଠିତ ବ୍ୟାନରରେ କାମ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ମିଥୁନଙ୍କ ପ୍ରେମ ଖବର ଥିବା ଚର୍ଚ୍ଚା ହେବା କାରଣରୁ ଏବଂ ଅଧିକ ସଫଳତାକୁ ସେ ସମ୍ଭାଳି ପାରିନଥିବା କାରଣରୁ ତାଙ୍କ କ୍ୟାରିୟର ଅଧାରୁ ସରି ଯାଇଥିଲା।

ରଞ୍ଜିତା କୈାର ‘ଲୈଲା ମଜନୁ’ ଏବଂ ‘ଅଖିଁୟୋକେ ଝରୋକୋ ସେ’ଭଳି ବ୍ଲକବଷ୍ଟର ଫିଲ୍ମରେ ଚମତ୍କାର ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଦୁଇଟି ଫିଲ୍ମ ସୁପରହିଟ୍ ହେବା ପରେ ରଞ୍ଜିତା ସମସ୍ତଙ୍କ ମନକୁ କିଣିଥିଲେ। ସବୁ ନିର୍ମାତା ନିର୍ଦେଶକ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଥିଲେ। କିନ୍ତୁ ଏକ ଏପରି ସମୟ ଆସିଥିଲା ଯେତେବେଳେ ତାଙ୍କ କ୍ୟାରିୟର ପୂରା ବୁଡ଼ି ଯାଇଥିଲା।

ରଞ୍ଜିତା ଦେଖିବାକୁ ସେଭଳି ଏତେ ସୁନ୍ଦର ନଥିଲେ କିନ୍ତୁ ପୁଣେର ଫିଲ୍ମ ସଂସ୍ଥାନ ଅଭିନୟର ପ୍ରଶିକ୍ଷଣ ତାଙ୍କୁ ଏକ ସଫଳ ଅଭିନେତ୍ରୀ କରିବାରେ ସହାୟକ ହୋଇଥିଲା। ରଞ୍ଜିତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ‘ତରାନା’,‘ସୁରକ୍ଷା’ ଭଳି କାମ କରିଥିଲେ। ସେ ସଫଳତାର ଏତେ ଉଚ୍ଚ ସ୍ଥାନରେ ଥିଲେ ଯେ ଏହାକୁ ସେ ବେଶୀ ଦିନ ଯାଏଁ ସମ୍ଭାଳି ପାରିନଥିଲେ।

ଲଗାତାର ଅନେକ ବେକାର ଫିଲ୍ମ ସାଇନ କରିବା ଦ୍ବାରା ଏବଂ ଫିଲ୍ମ ଫ୍ଲପ୍ ହେବାପରେ ରଞ୍ଜିତାଙ୍କ ସ୍ବଭାବରେ ପରିବର୍ତ୍ତନ ଆସିଥିଲା। ସେ ଅତ୍ୟନ୍ତ ଚିଡ଼ଚିଡ଼ା ହୋଇଯାଇଥିଲେ । ସେହି ସମୟରେ ରଞ୍ଜିତା ବୋଲ୍ଡ ସିନ୍ କରିବାକୁ ମଧ୍ୟ ମନା କରିଦେଇଥିଲେ ଯାହା ଫଳରେ ତାଙ୍କ କ୍ୟାରିୟର ଅନ୍ୟ ହିରୋଇନଙ୍କ ତୁଳନାରେ ପଛଖୁ ରହିଯାଇଥିଲା।

ରଞ୍ଜିତା ଫିଲ୍ମରୁ ସନ୍ନ୍ୟାସ ନେବେ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ୯୦ଦଶକରେ ବଲିଉଡ ଇଣ୍ଡଷ୍ଟ୍ରିରୁ ବିଦୟେ ନେଇଥିଲେ। ପାଖାପାଖି ୧୫ବର୍ଷ ପରେ ୨୦୦୫ ମସିହାରେ ‘ଅଞ୍ଜାନେ’ ଫିଲ୍ମରେ ବଡ଼ ପରଦାରେ ଅଭିନୟ କରିଥିଲେ।  

270 Views

   ସମ୍ବନ୍ଧିତ ଖବର