କୁନି କୁନି ବସ୍ତି ପିଲାଙ୍କୁ ପୋଢୁଆଁ କଲେ ଅଭିନେତ୍ରୀ ରାଣୀ ପଣ୍ଡା, ପିଲାଙ୍କୁ କିଣିଦେଲେ ମନ ପସନ୍ଦର ଡ୍ରେସ୍

Published By : Prameya-News7 Bureau | December 08, 2020 IST

ନିମାପଡା ୮।୧୨: ଆଜି ପ୍ରଥମାଷ୍ଟମୀ । ହିନ୍ଦୁ ପରମ୍ପରା ଅନୁସାରେ ଘରର ବଡ଼ ପୁଅ ଝିଅମାନଙ୍କୁ ବନ୍ଦାପନା କରି ନୂଆ ଡ୍ରେସ ପିନ୍ଧାଇ ପୋଢୁଆଁ କରି ପ୍ରଥମାଷ୍ଟମୀ ପାଳନ କରାଯାଏ । ଗାଁଠାରୁ ସହର ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବକୁ ବଡ଼ ଧୁମଧାମରେ ପାଳନ କରୁଛନ୍ତି ।

{"id":374615,"sizeSlug":"large"}

କରୋନା ଯୋଗୁଁ ଜୀବିକା ହରାଇଥିବା କିଛି ଶ୍ରମିକ ଶ୍ରେଣୀର ଲୋକେ ଅର୍ଥ ଅଭାବରୁ ନିଜ ପିଲାଙ୍କୁ ପୋଢୁଆଁ କରିପାରି ନଥିବା ବେଳେ ତାଙ୍କ ପାଖରେ ଆସି ପହଞ୍ଚିଥିଲେ ଅଭିନେତ୍ରୀ ରାଣୀ ପଣ୍ଡା ।

{"id":374616,"sizeSlug":"large"}

ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଉତ୍ତରା ବଜାର ସ୍ଥିତ ଶବର ବସ୍ତିର ୩୦ ପିଲାଙ୍କୁ ପ୍ରଥମାଷ୍ଟମୀ କରାଇଛନ୍ତି ରାଣୀ ପଣ୍ଡା । ବସ୍ତିର ପିଲାମାନଙ୍କୁ ଦୁଇଟି ଅଟୋ ରିକ୍ସାରେ ପିପିଲି ନେଇ ଏକ ଡ୍ରେସ ଦୋକାନରୁ ସମସ୍ତଙ୍କ ପସନ୍ଦ ମୁତାବକ ନୂଆ ଡ୍ରେସ୍ କିଣି ଆଣିଥିଲେ ଏବଂ ବସ୍ତି ବାସିନ୍ଦାଙ୍କ ସହ ପ୍ରଥମାଷ୍ଟମୀ ପାଳିଥିଲେ ରାଣୀ ପଣ୍ଡା ।

{"id":374617,"sizeSlug":"large"}

ବସ୍ତି ପିଲାଙ୍କ ସହ ତାଙ୍କ ମାଉସୀ ସାଜି ପ୍ରଥମାଷ୍ଟମୀ ପାଳି ବହୁତ ଖୁସି ଅନୁଭବ କରୁଥିବା ଛଳ ଛଳ ଆଖିରେ କହିଥିବା ବେଳେ ପିଲାମାନେ ମଧ୍ୟ ରାଣୀ ପଣ୍ଡା ମାଉସୀ ସେମାନଙ୍କୁ ପ୍ରଥମା ଅଷ୍ଟମୀ କରାଇ ନୂଆ ଡ୍ରେସ ପିନ୍ଧାଇ ଥିବାରୁ ବେଶ ଖୁସି ଥିବା କହିଛନ୍ତି ।

{"id":374623,"sizeSlug":"large"}

ବିଶେଷକରି ଏହି ବସ୍ତି ବାସିନ୍ଦାଙ୍କ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ।

wp:core-embed/twitter {"url":"https://twitter.com/NEWS7Odia/status/1336283907382112257","type":"rich","providerNameSlug":"twitter","className":""}
https://twitter.com/NEWS7Odia/status/1336283907382112257
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.