ପିଲାବେଳେ ସ୍କୁଲରେ ପୁଅଙ୍କୁ ମାଡ ମାରୁଥିଲେ ଅଭିନେତ୍ରୀ ରକୁଲ ପ୍ରୀତ, ଜାଣନ୍ତୁ କାହିଁକି

Published By : Prameya-News7 Bureau | November 11, 2019 IST

ମୁମ୍ବାଇ୧୦|୧୧: କପିଲ ଶର୍ମାଙ୍କ କମେଡି ଶୋରେ ନିକଟରେ ଫିଲ୍ମ ମରଜାୱାଁର ଷ୍ଟାର କାଷ୍ଟ ସିଦ୍ଧାର୍ଥ ମାଲହୋତ୍ରା, ତାରା ସୁତାରିୟା, ରିତେଶ ଦେଶମୁଖ ଓ ରକୁଲ ପ୍ରୀତ ସିଂ ପହଞ୍ଚିଥିଲେ । ସେଠାରେ ସମସ୍ତ ଷ୍ଟାର ସହ ଶୋ’ର ଲୋକେ ବହୁତ ମସ୍ତି କରିଥିଲେ । ତେବେ ଶୋ’ରେ ରକୁଲ ପ୍ରୀତ କିଛି କଥା କହିଥିଲେ ଯାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। କଥା କଥାରେ ରକୁଲ କହିଥିଲେ ଯେ, ସ୍କୁଲ ସମୟରେ ସେ ପୁଅ ପିଲାଙ୍କ ସହ ବହୁତ ମାରପିଟ୍‌ କରୁଥିଲେ।

{"id":182232}

ଶୋରେ କପିଲ ଶର୍ମା ରକୁଲଙ୍କୁ ପଚାରିଥିଲେ ଯେ, ସେ ଏତେ ସୁନ୍ଦର ତେଣୁ ଏଥିପାଇଁ ପୁଅମାନଙ୍କ ମଧ୍ୟରେ କେବେ ତାଙ୍କୁ ନେଇ ଝଗଡା ହୋଇଛି ନା ନାହିଁ। ଏନେଇ ରକୁଲ କହିଥିଲେ ଯେ, ସେମିତି ତାଙ୍କ ସହ କେବେ ଘଟି ନାହିଁ। କାରଣ ସ୍କୁଲରେ ତାଙ୍କ ସାଙ୍ଗ ସାଥୀଙ୍କୁ କୌଣସି ପୁଅ ହଇରାଣ କରିଲେ ସେ ପୁଅମାନଙ୍କୁ ବହୁତ ମାରୁଥିଲେ। ଏଥିପାଇଁ ସ୍କୁଲରେ ଅଧିକାଂଶ ପିଲା ତାଙ୍କୁ ଡରୁଥିଲେ।

{"id":182230}

ବଲିଉଡରେ ରକୁଲଙ୍କ ପ୍ରଥମ ଫିଲ୍ମ ରିଲିଜ ହେବା ପରେ  ୫୦ରୁ ଅଧିକ ପ୍ରପୋଜାଲ ରକୁଲଙ୍କୁ ଆସିଥିଲା। ହେଲେ ସେ କାହାର ପ୍ରସ୍ତାବ ଗ୍ରହଣ କରି ନ ଥିଲେ। କପିଲ ଶୋ’ରେ ତାରା ସୁତାରିୟାଙ୍କୁ ତାଙ୍କ ଫିଟ୍‌ନେସର ରାଜ ବିଷୟରେ ପଚାରିଥିଲେ। ଏନେଇ ତାରା କହିଥିଲେ ଯେ, ନା ତ ସେ ଜିମ୍‌ ଯାଆନ୍ତି ନା ଡାଇଟିଂ କରନ୍ତି ହେଲେ କେବେ କେବେ ସମୟ ମିଳିଲେ ସେ ତାଙ୍କ ଭଉଣୀ ସହ ଡାନ୍ସ କରନ୍ତି। ଏଥିପାଇଁ ଉଭୟ ଭଉଣୀ ଫିଟ୍‌ ଅଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.