Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଡାକ୍ତରଙ୍କ ଗୋଟିଏ ଭୁଲ ବିଗାଡି ଦେଲା ଅଭିନେତ୍ରୀଙ୍କ ସୁନ୍ଦର ଚେହେରା

20/04/2021 at 8:47 AM

ନୂଆଦିଲ୍ଲୀ ୨୦/୦୪: ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ପ୍ରାୟତଃ ସେମାନଙ୍କ ଫ୍ୟାଶନ୍, ମେକଅପ୍ ଏବଂ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି କିନ୍ତୁ ସେମାନଙ୍କର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ସେମାନଙ୍କୁ ଅନେକ ଏକ୍ସପେରିମେଣ୍ଟ ମଧ୍ୟ କରିବାକୁ ପଡିଥାଏ । ସେ ସୌନ୍ଦର୍ଯ୍ୟ ପାଇଁ ଅନେକ ସର୍ଜରୀ ମଧ୍ୟ କରିଥାନ୍ତି । କିନ୍ତୁ ଅନେକ ଥର ସେହି ସର୍ଜରୀ ସେମାନଙ୍କ ଉପରେ ଭାରି ପଡିଯାଏ । ଏପରି କିଛି ଘଟିଛି ଫିଲ୍ମ ‘ଭିଆଇପି ୨’ରେ କାମ କରିଥିବା ଅଭିନେତ୍ରୀ ରାଇଜା ୱିଲସନଙ୍କ ସହ ।

PunjabKesari

ସର୍ଜରୀ ହେତୁ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ଦାଗ ପଡିଯାଇଛି । ରାଇଜା ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଚେହେରାର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ତାଙ୍କ ମୁହଁରେ ଏକ କଳା ଦାଗ ଅଛି । ଏବଂ ତାଙ୍କର ଗୋଟିଏ ଆଖି ତଳେ ଫୁଲିଥିବା ଦେଖାଯାଇଛି । ଏହା ସହିତ ଅଭିନେତ୍ରୀ କହିଛନ୍ତି ଯେ ଯେଉଁ ଡାକ୍ତର କାରଣରୁ ଏହି ଘଟଣା ଘଟିଛି ବର୍ତ୍ତମାନ ତାଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ ।

PunjabKesari

ରାଇଜା ଫଟୋ ସେୟାର କରି କ୍ୟାପସନରେ ଲୋଖିଛନ୍ତି, ‘ମୁଁ ଏକ ସାଧାରଣ ଫେସିଆଲ୍ ଟ୍ରିଟମେଣ୍ଟ ପାଇଁ ଡ।. ଭୈରବୀ କ୍ଲିନିକକୁ ଯାଇଥିଲି । ସେ ମୋତେ ସେହି ପଦ୍ଧତି କରିବାକୁ କହିଥିଲେ ଯାହା ଆବଶ୍ୟକ ନଥିଲା । ବର୍ତ୍ତମାନ ତାହାର ଫଳାଫଳ ଦେଖନ୍ତୁ । ଏହି ସବୁ ଘଟଣା ଘଟିବା ପରେ ସେ ମେ ସହ ଭେଟିବାକୁ ଏବଂ କଥା ହେବାକୁ ମନା କରିଦେଇଥିଲେ । ତାଙ୍କ ଷ୍ଟାଫ୍ କହୁଛନ୍ତି ଯେ ସେ ସହର ବାହାରେ ।‘

PunjabKesari

ଏହା ସହିତ ଅଭିନେତ୍ରୀ ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି ।  ଯାହା ସହିତ ସେ ଲେଖିଛନ୍ତି, ‘ମୋର ଇନବକ୍ସ ସେହି ଲୋକଙ୍କ ମେସେଜ୍ ରେ ଭରିଯାଇଛି ଯେଉଁମାନେ ଏହି ଡାକ୍ତରଙ୍କ ଠାରୁ ମୋ ସହ ହୋଇଥିବା  ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।’

   Related Posts