କନ୍ନଡ ଅଭିନେତ୍ରୀ ରଚିତା ରାମଙ୍କ ବିବାଦୀୟ ବୟାନ, କହିଲେ- ‘ବିବାହ ପ୍ରଥମ ରାତିରେ କଣ ହୁଏ, ଆପଣ ଭଲ ଭାବେ ଜାଣିଥିବେ ’

Published By : Prameya-News7 Bureau | November 14, 2021 IST

ନୂଆଦିଲ୍ଳୀ ୧୪।୧୧ : ଏକ ସାମ୍ବାଦିକ ସମ୍ମିଳନୀରେ ରାଗିଗଲେ କନ୍ନଡ଼ ଅଭିନେତ୍ରୀ ରଚିତା ରାମ। ରାଗିକି କଣ କଣ କହି ଗଲେ । କାହିଁକି କହିଲେ ? ତାହାକୁ ନେଇ ଖୁବ୍‌ ଚର୍ଚ୍ଚା । ଏଭଳି କିଛି କହି ଦେଲେ ଯାହାକୁ ନେଇ ସବୁ ଆଡେ ଗସିପ୍‌ ।  ତେବେ ଆଗକୁ ରଚିତାଙ୍କର ଏକ ନୂଆ ଫିଲ୍ମ ଆସୁଛି। ଯାହାର ନାଁ ‘ଲଭ୍ ୟୁ ରଚ୍ଛୁ’। ଏଥିରେ ଅନେକ ବୋଲ୍ଡ ସିନ୍ ରହିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଏ ସଂପର୍କରେ ପଚାରିବାରୁ ରଚିତା ଖୁବ୍‌ ରାଗିଯାଇଥିଲେ। କାରଣ ସେ ପୂର୍ବରୁ କହିଥିଲେ ଯେ ସେ ଆଉ ବୋଲ୍ଡ ସିନ୍‌ରେ ଅଭିନୟ କରିବେ ନାହିଁ।

ହେଲେ ରଚିତା ସାମ୍ବାଦିକ ସମ୍ମିଳନୀରେ ଜଣେ ରିପୋର୍ଟରଙ୍କ ଉପରେ ରାଗିଯାଇ କହିଥିଲେ, ଆପଣ କ’ଣ ବିବାହିତ ନୁହନ୍ତି? ବାହାଘର ପରେ ପ୍ରଥମ ରାତିରେ ସ୍ୱାମୀ -ସ୍ତ୍ରୀ କ’ଣ କରନ୍ତି ? ହଁ ସେମାନେ କ’ଣ କରନ୍ତି? ସେମାନେ ରୋମାନ୍ସ ହିଁ କରିବେ। ଠିକ୍ ଅଛି। ଆଉ ଠିକ୍ ତାହାକୁ ଫିଲ୍ମରେ ଦେଖାଯାଇଛି। ଏହା ସହ ଆହୁରି କହିଛନ୍ତ ଯେ ସେ କାହାଣୀ ଅନୁସାରେ ଅଭିନୟ କରିଛନ୍ତି।, କିଛି କାରଣ ପାଇଁ ମୁଁ ବୋଲ୍ଡ ସିନ୍ କରିଛି। ଆପଣମାନେ ଯେତେବେଳେ ଫିଲ୍ମଟି ଦେଖିବେ ସେତେବେଳେ ବୁଝିପାରିବେ, କାହିଁକି ସେହି ସବୁ ସିନ୍ କରାଯାଇଛି। ସେହିପରି ଫିଲ୍ମରେ ଥିବା ଏକ ଗୀତର ଏକ ସିନ୍ ବିଷୟରେ ଆଉ ଜଣେ ସାମ୍ବାଦିକ ପଚାରିଥିଲେ। ରଚିତା କହିଥିଲେ ଯେ ସେହି ସିନ୍‌ରେ ଏମିତି କିଛି ନାହିଁ ଯାହା ଅଶ୍ଲୀଳ ଲାଗିବ। ତେଣୁ ସେ କିଛି ଭୁଲ୍ କରି ନାହାନ୍ତି।

‘ଲଭ୍ ୟୁ ରଚ୍ଛୁ’ରେ ରଚିତାଙ୍କ ସହିତ ଅଜୟ ରାଓ ଅଭିନୟ କରିଛନ୍ତି। ଆଉ ଫିଲ୍ମରେ ସେମାନେ ବହୁ ବୋଲ୍ଡ ସିନ୍ ଦେଇଥିବା ବେଳେ ସେଗୁଡ଼ିକ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ସୁପରଷ୍ଟାର ଉପେନ୍ଦ୍ର ଥିଲେ। ତେବେ ଫିଲ୍ମଟି ରିଲିଜ୍ ହେବା ପରେ ରଚିତା କହିଥିଲେ ଯେ ସେ ଆଉ ବୋଲ୍ଡ ସିନ୍‌ରେ ଅଭିନୟ କରିବେ ନାହିଁ। କାରଣ ଏହା ତାଙ୍କ ପରିବାରକୁ ଏହି ସବୁ ଆଘାତ ଦେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.