ତ୍ବଚାର ଶ୍ୟାମଳପଣ ଲୁଚାଇବାକୁ ପ୍ରିୟଙ୍କା ଲଗାଉଥିଲେ ପାଉଡର, ୟୁଏସ୍‌ରେ ହୋଇଥିଲେ ଜାତିବାଦର ଶିକାର

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭।୧: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ଗ୍ଲୋବାଲ୍ ଆଇକନ୍ ହୋଇସାରିଛନ୍ତି | ବଲିଉଡ୍ ରେ ଦମଦାର ପ୍ରଦର୍ଶନ ଦେଇସାରିବା ପରେ ଏବେ ସେ ହଲିଉଡ଼୍ ରେ ତାଙ୍କର କ୍ୟାରିୟର ଗଢିବାକୁ ଚହୁଁଛନ୍ତି | ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ପୁସ୍ତକ ‘ଅନଫିନିସଡ’ର ଘୋଷଣା କରିଛନ୍ତି | ସେଥିରେ ସେ ୟୁଏସ୍ ର ହାଇସ୍କୁଲରେ ହୋଇଥିବା ଜାତିବାଦ ଏବଂ ଗାଳିଗୁଲଜ ବିଷୟରେ କହିଛନ୍ତି |

ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ‘ହାଇସ୍କୁଲରେ ଯେଉଁ ପିଲାମାନେ ମୋ ପଛରେ ପଡ଼ିଥିଲେ, ସେମାନେ କିଛି ବୁଝି ପାରୁନଥିଲେ | ଏମିତି ଲାଗୁଥିଲା ଯେମିତିକି ସେମାନେ ନିର୍ଣ୍ଣୟ କରିନେଇଛନ୍ତି ସେ ଅନ୍ୟ ପିଲାମାନଙ୍କଠାରୁ ଅଧିକ ଶକ୍ତିଶାଳୀ | ଯେତେବେଳେ ଆମେ କାହାକୁ ଧରିଥାଉ ସେତେବେଳେ ନିଜକୁ ଅସୁରକ୍ଷିତ ମନେ କରିଥାଉ | ଶିଶୁ ଏବଂ ଯୁବକମାନଙ୍କୁ ଗାଳି ଗୁଲଜ କରାଯାଇଥାଏ |  ପାୱାର ମିଳିବା ପରେ ଏହା ହୋଇଥାଏ । ଆଉ ଆମେ ସମସ୍ତେ ଏ ସବୁ ଅଲଗା ଅଲଗା ପ୍ରକାରର ହେଉଥିବା ଦେଖିଛୁ | ମୋତେ ସେମାନେ ବହୁତ କଷ୍ଟ ଦେଇଛନ୍ତି | ମୋର ଆତ୍ମବିଶ୍ବାସକୁ ବହୁ ଆଘାତ କରିଛନ୍ତି | ସେଇ ଜିନିଷକୁ ଆଘାତ କରିଛନ୍ତି ଯାହା ମୁଁ କରିବାକୁ ଚାହୁଁଥିଲି | ମୋତେ ଲାଗୁଥିଲା କି ମୁଁ ଏକ୍ସପୋଜ୍ ହେଉଛି ।

ଏହା ପୂର୍ବରୁ ପ୍ରିୟଙ୍କା କହିଥିଲେ, ‘ଜଣେ ଭାରତୀୟ ଅଭିନେତ୍ରୀ ପାଇଁ ଫେୟାରନେସ୍ କ୍ରିମ୍ ର ବିଜ୍ଞାପନ କରିବା ଅତି ସାଧାରଣ କଥା | ଏହା ବିଷୟରେ ତାଙ୍କର ଉନ୍ମୋଚନ ହେବାକୁ ଯାଉଥିବା ପୁସ୍ତକ ‘ଅନଫିନିସଡ’ରେ କହିଛନ୍ତି |

ପ୍ରିୟଙ୍କା କହିଥିଲେ, ‘ସାଉଥ୍ ଏସିଆରେ ସ୍କିନ୍ ଲାଇଟେନିଙ୍ଗ୍ କୁ ସମର୍ଥନ କରିବା ଅତି ସାଧାରଣ କଥା | ଇଣ୍ଡଷ୍ଟ୍ରି ଏତେ ବଡ଼ ଯେ ସମସ୍ତେ ଏହାକୁ କରୁଛନ୍ତି | ଆଜି ମଧ୍ୟ ସମସ୍ତେ ଏହାକୁ ଠିକ୍ ଭାବୁଛନ୍ତି, ଯେତେବେଳେ ଜଣେ ମହିଳା ଅଭିନେତ୍ରୀ ଏହାକୁ କରୁଛନ୍ତି ଏହା ଭୁଲ ଅଟେ | ମୋ ପାଇଁ ମଧ୍ୟ ଏହା କରିବା ଭୁଲ ଥିଲା | ଅଳ୍ପ ବୟସର ଝିଅ ଯିଏ ମୁହଁରେ ଟଲକମ୍ ପାଉଡର ଲଗାଉଥିଲା, କାରଣ ମୁଁ ବିଶ୍ବାସ କରୁଥିଲି ଯେ, କଳା ତ୍ବଚା ହେବା ଭଲ ନୁହେଁ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.