ରାମ ମନ୍ଦିର ନିର୍ମାଣ ପାଇଁ ଅଭିନେତ୍ରୀ ପ୍ରଣୀତା ସୁଭାସ ଦେଲେ ୧ ଲକ୍ଷ ଟଙ୍କା: ହାତ ଯୋଡି ଫ୍ୟାନ୍ସମାନଙ୍କୁ କଲେ ନିବେଦନ

Published By : Prameya-News7 Bureau | January 16, 2021 IST

ଅଯୋଧ୍ୟା ୧୬/୦୧ : ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଜନ୍ମ ସ୍ଥାନରେ ଭବ୍ୟ ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ଜାତୀୟ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ଦ୍ୱାରା ଲୋକମାନେ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରୁଛନ୍ତି। ଏହା ମଧ୍ୟରେ ଅଭିନେତ୍ରୀ ପ୍ରଣୀତା ସୁଭାସ ଶ୍ରୀ ରାମ ମନ୍ଦିର ଭବ୍ୟ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି।

ଏହା ବିଷୟରେ ପ୍ରଣୀତା ସୁଭାସ ନିଜର ଟ୍ୱିଟର ଆକାଉଣ୍ଟ ରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହା ସହିତ କ୍ୟାପ୍ସନ୍ ରେ ଲେଖିଛନ୍ତି,'ଅଯୋଧ୍ୟା ରାମ ମନ୍ଦିର ପାଣ୍ଠି ସମର୍ପଣ ଅଭିଯାନ ରେ ମୁଁ ୧ ଲକ୍ଷ ଟଙ୍କା ଦେବା ପାଇଁ ସଂକଳ୍ପ କରୁଛି। ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି ଏହି ଐତିହାସିକ କ୍ଷେତ୍ରର ଭାଗିଦାର ହୁଅନ୍ତୁ। ରାମ ମନ୍ଦିର ପାଣ୍ଠି ସମର୍ପଣ।'

ଏହା ଛଡା ପ୍ରଣୀତା ଏହି ଭିଡିଓରେ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି। ପ୍ରଣୀତା ଙ୍କ ଏହି ନିଷ୍ପତି ପାଇଁ ଲୋକମାନେ ଖୁସି ଥିବା ବେଳେ ତାଙ୍କୁ କମେଣ୍ଟରେ ପ୍ରଶଂସା ମଧ୍ୟ କରୁଛନ୍ତି।

ପ୍ରଣୀତା ସୁଭାସ ଖୁବ୍ ଶୀଘ୍ର କନ୍ନଡ ଫିଲ୍ମ 'ରାମ ଅବତାର' ରେ ନଜରକୁ ଆସିବେ। ଏହା ଛଡା ସେ 'ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ' ରେ ମଧ୍ୟ ନଜରକୁ ଆସିବେ। ଏହି ଫିଲ୍ମ ରେ ଅଭିନେତ୍ରୀ ଅଜୟ ଦେବଗନଙ୍କ ସହ ଅହମ ଭୂମିକାରେ ଦେଖାଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.