ସୋସିଆଲ ମିଡିଆରେ ଟ୍ରୋଲିଂ ନେଇ ପ୍ରକୃତି ମିଶ୍ର ଖପ୍ପା : ଓଡିଆ ୱେବ୍ ଚ୍ୟାନେଲ୍ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | July 30, 2020 IST

ଭୁବନେଶ୍ବର ୩୦।୭: ଥାନାର ଦ୍ବାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଟ୍ରୋଲିଂ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ମଞ୍ଚେଶ୍ବର ଥାନାରେ ମାନହାନୀ ମାମଲା ରୁଜୁ କରିଛନ୍ତି । ଏକ ଓଡିଆ ୱେବ୍ ଚ୍ୟାନେଲ୍ ତାଙ୍କୁ ଖରାପ ଚିତ୍ରଣ କରି ଖବର କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ସମ୍ପୃକ୍ତ ୱେବ୍ ପୋର୍ଟାଲ ବିରୋଧରେ ମାମଲା ରୁଜୁ କରିଛନ୍ତି ପ୍ରକୃତି । ନିଜ ଏତଲାରେ ପ୍ରକୃତି ଦର୍ଶାଇଛନ୍ତି ଯେ, ମୋତେ ଓ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଏହା ଯୋଗୁଁ ମୁଁ ମାନସିକ ଭାରସାମ୍ୟ ହରାଇଛି । ଏହାସହ ମୋ ପ୍ରତିଷ୍ଠାରେ ଆଞ୍ଚ ଆସିଛି। ସେ ଇନଷ୍ଟାଗ୍ରାମରେ ପଠାଇଥିବା ଫଟୋକୁ ନେଇ ଅଶାଳୀନ କମେଣ୍ଟ ଆସିଥିଲା । ଏହାକୁ ନେଇ ପ୍ରକୃତି କ୍ଷୋଭ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.