ମହିଳାଙ୍କୁ ଭୋକିଲା ରଖି ଯୌନଦାସୀ କରିଥିଲେ ଅଭିନେତ୍ରୀ : କୋର୍ଟରେ ସ୍ୱୀକାର କଲେ ଦୋଷ, ହୋଇପାରେ ୨୦ ବର୍ଷ ସଜା

Published By : Prameya-News7 Bureau | April 09, 2019 IST

ଆମେରିକାର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମହିଳାମାନଙ୍କୁ ଯୌନଦାସୀ କରି ରଖିଥିଲେ | ସେ ମହିଳାମାନଙ୍କୁ ବ୍ଲାକମେଲ କରି ଯୌନଦାସୀ କରିଥିବା ଅଦାଲତରେ ସ୍ୱୀକାର କରିଛନ୍ତି | ୩୬ ବର୍ଷ ବୟସ୍କା ଏହି ଅଭିନେତ୍ରୀ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ପେଶ ହେବାପରେ କାନ୍ଦିଥିଲେ | ଅଭିନେତ୍ରୀ ଏଲିସନ ମେକଙ୍କୁ ନ୍ୟୁୟର୍କର ଏକ କୋର୍ଟରେ ପେଶ କରାଯାଇଥିଲା | ସେଠାକାର ଏକ କମ୍ପାନୀ NXIVM ସହ ମିଶି ଏଲିସନ କାମ କରୁଥିଲେ | ଏହି ସଂସ୍ଥା ସେଲ୍ଫ ହେଲ୍ପ ଗ୍ରୁପ ବୋଲି ଦାବି କରିଥିଲା | ଏହି ସଂସ୍ଥା ସହ ମିଶି ଏଲିସନ ମହିଳାମାନଙ୍କୁ ବ୍ଲାକମେଲ କରୁଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା |

{"id":101818,"width":578,"height":385}


NXIVM ସଂସ୍ଥା ବ୍ୟକ୍ତିଗତ ଏବଂ ପ୍ରଫେସନାଲ ଉନ୍ନତି ପାଇଁ ସେମିନାର ଏବଂ କ୍ଲାସ ଆୟୋଜନ କରୁଥିଲେ | ଏଲିସନ ମହିଳାମାନଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ବସୁଲ କରୁଥିଲେ ଏବଂ କାମ କରୁଥିଲେ | ତେବେ ସେ ଏହି ସମସ୍ତ ଅଭିଯୋଗ କୋର୍ଟରେ ସ୍ୱୀକାର କରିଛନ୍ତି | NXIVM ସଂସ୍ଥାରେ ଡ଼ିଓଏସ ନାମକ ଏକ ଗ୍ରୁପ ତିଆରି କରାଯାଇଥିଲା | ଏମାନେ ମହିଳାମାନଙ୍କୁ ଭୋକିଲା ରଖି ଯୌନଦାସୀ ପାଇଁ ପ୍ରସ୍ତୁତ କରୁଥିଲେ |

{"id":101819,"width":577,"height":324}


ଏଲିସନ ମହିଳାମାନଙ୍କୁ ବନ୍ଧକ ରଖି କାମ ଯୋଗେଇଦେବେ ବୋଲି କହୁଥିଲେ | ଏହାପରେ ସେମାନଙ୍କୁ ଯୌନଦାସୀ ଭାବେ ରଖୁଥିଲେ | ଏପରି ନକଲେ ତାଙ୍କର ବହୁତ କ୍ଷତି ହେବ ବୋଲି ତାଙ୍କୁ ଧମକ ମଧ୍ୟ ଦେଉଥିଲେ |

{"id":101820,"width":582,"height":388}


ଏଲିସନ ଆମେରିକାର ଏକ ଟିଭି ଶୋ' ସ୍ମଲଭିଲ୍ଲାରେ କାମ କରୁଥିଲେ | ଏଲିସନ ଅଦାଲତରେ କାନ୍ଦିବା ଦେଖି ବିଚାରପତି ତାଙ୍କୁ ଲୁହ ପୋଛିବିଜା ପାଇଁ ତିସଯଉଁ ପେପର ଦେଇଥିଲେ | ନିଜେ କରିଥିବା ସମସ୍ତ ଅପରାଧ ପାଇଁ ଦୁଃଖ ପ୍ରକାଶ କରିଥିଲେ ଏଲିସନ | ଏଲିସନଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଶୁଣାଇ ପାରନ୍ତି ବିଚାରପତି | ବିଚାରପତିଙ୍କ ରାୟକୁ ଅପେକ୍ଷା କରିଛନ୍ତି ଏଲିସନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.