ବିଚରା ପାୟଲ, ୨୪ ତାରିଖ ଯାଏଁ ଜେଲ୍ ରହିବେ…ଜିଭ ପାଇଁ କେତେ କଷ୍ଟ ଭୋଗିବେ ?
16/12/2019 at 5:45 PM

ମୁମ୍ବାଇ ତା ୧୬.୧୨– ଜିଭ ପାଇଁ ଯନ୍ତ୍ରଣା । ସୁନ୍ଦରୀ ପାୟଲଙ୍କୁ ୨୪ ତାରିଖ ଯାଏଁ ଜେଲ୍ ରହିବାକୁ ପଡିବ । ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଅଭିନେତ୍ରୀ ପାୟଲ ରୋହତାଗୀଙ୍କୁ ବୁଣ୍ଡି କେନ୍ଦ୍ରୀୟ ଜେଲ୍ରେ ରହିବାକୁ ହେବ । ରବିବାର ଗିରଫ , ଆଉ ସୋମବାର ଜେଲ୍ । କାହିଁକି ପାୟଲ ଏମିତି ହରକତ , ତାହା ଆଗରୁ ଜଣା । କଥାଟି ହେଲା, ଅଭିନେତ୍ରୀ ତାଙ୍କ ସୀମା ପାର କରିଥିଲେ । ନେହେରୁ ଓ ଗାନ୍ଧୀ ପରିବାର ସଂପର୍କରେ ତାଙ୍କ ମନ୍ତବ୍ୟ ତାଙ୍କୁ ଜେଲ୍ର ଅନ୍ଧାର ଘର ଦେଖାଇ ଦେଇଛି ।
ସୋସିଆଲ ମିଡିଆରେ ପାୟଲ ରଖିଥିଲେ ନେହେରୁ ଏବଂ ଗାନ୍ଧୀ ପରିବାର ସଂପର୍କରେ ମନ୍ତବ୍ୟ । ସେଥିଲାଗି ତାଙ୍କୁ ରବିବାର ଗିରଫ କରାଯାଇଥିଲା ।

ତେବେ ତାଙ୍କୁ ତାଙ୍କ ଅହମ୍ମଦାବାଦ ଘରେ ଅଟକ ରଖାଯାଇଥିଲା । ପୋଲିସ ସୋମବାର ପାୟଲଙ୍କୁ କୋର୍ଟରେ ହାଜର କରିବାବେଳେ,ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପୋଲିସର ଯୁକ୍ତି ଶୁଣିବା ପରେ ପାୟଲଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ । ଏହା ସହ ଆସନ୍ତା ୨୪ ପର୍ଯ୍ୟନ୍ତ ପାୟଲଙ୍କୁ ବିଚାରବିଭାଗ ହାଜତରେ ରହିବାକୁ ହେବ । ବୁଣ୍ଡି ପୋଲିସ ଅଧିକ୍ଷକ ମମତା ଗୁପ୍ତା ଏହି ସୂଚନା ଦେଇଛନ୍ତି ।ତେବେ ପାୟଲଙ୍କ ଓକିଲ ଏହାକୁ ସ୍ୱୀକାର କରିଥିଲେ ବି , ତାଙ୍କ ମହକିଲ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ।

ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ପାୟଲ ରୋହତଗୀ ସେପ୍ଟେମ୍ବର ୬ ଏବଂ ୨୧ ତାରିଖରେ ମୋତିଲାଲ ନେହେରୁ, ଜବାହାରଲାଲ୍ ନେହେରି, ଇନ୍ଦିରା ଗାନ୍ଧୀ ଏବଂ ନେହେରୁ –ଗାନ୍ଧୀ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ରଖିଥିଲେ । ଫୋସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍ ଆଦିରେ ସେ ତାଙ୍କ ମତାମତ ରଖି ଯେତିକି ଚର୍ଚ୍ଚିତ ହୋଇଛନ୍ତି, ତାଠୁ ବେଶି ବିବାଦୀୟ ହୋଇଛନ୍ତି।

ତେବେ ଏନେଇ ବୁଣ୍ଡି ବାସିନ୍ଦା ତଥା ରାଜ୍ୟ ଯୁବ କଂଗ୍ରେସ ସଭାପତ ଚର୍ମେଶ ଶର୍ମା ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ । ସେହି ଭିତ୍ତିରେ ପୋଲିସ ଆକ୍ସନ ଜୋରଦାର ହୋଇଥିଲା । ପୋଲିସ ପ୍ରଥମେ ଗତ ଅକ୍ଟୋବର ୧୦ ତାରିଖରେ ପାୟଲଙ୍କ ବିରୋଧରେ ଇନଫରମେସନ ଟେକନୋଲୋଜୀ ଆକ୍ଟର ଧାରା ୬୬ ଏବଂ ୬୭ ରେ ମାମଲା ରୁଜ୍ଜୁ ହୋଇଥିଲା ।ପାୟଲଙ୍କୁ ନୋଚିସ ଜାରି ସହ ଜବାବ ମଗାଯାଇଥିଲା । କିନ୍ତୁ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଗିରଫ କରି ନେଲା ପୋଲିସ ।