Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଫିଲ୍ମ ‘RRR’ ଅଭିନେତ୍ରୀ ଓଲିଭିଆ ମୋରିସ୍‌ଙ୍କୁ ଜନ୍ମଦିନରେ ମିଳିଲା ସରପ୍ରାଇଜ, ରିଲିଜ୍ ହେଲା ଲୁକ୍

30/01/2021 at 4:55 PM

ମୁମ୍ବାଇ ୩୦।୧: ବର୍ଷର ବହୁ ପ୍ରତିକ୍ଷିତ ଚଳଚିତ୍ର ‘ଆରଆରଆର’ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ହେବ ଲଗାତାର ଏହି ଫିଲ୍ମ ସଂପର୍କରେ ଘୋଷଣା କରାଯାଉଛି । ନିକଟରେ ରିଲିଜ୍ ତାରିଖ ଘୋଷଣା ପରେ, ଚଳଚିତ୍ର ନିର୍ମାତା ଆଉ ଏକ ଘୋଷଣା କରିଛନ୍ତି । ଚଳଚିତ୍ରରେ ଜୋନିଫର ଭୂମିକାରେ ଅଭିନେତ୍ରୀ ଓଲିଭିଆ ମୋରିସ୍ ଙ୍କ ଜନ୍ମଦିନ ଅବସରରେ ତାଙ୍କ ଲୁକ୍ ରିଲିଜ୍ କରାଯାଇଛି ।

ଓଲିଭିଆ ମୋରିସ୍ ଚଳଚିତ୍ରରେ ଜୋନିଫରର ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ‘ଆରଆରଆର’ ଚଳଚିତ୍ରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି ।

ଏହି ଚଳଚିତ୍ରରେ ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ସମେତ ରାମ ଚରଣ ଏବଂ ଏନ୍‌ଟିଆର୍ ଜୁନିୟର ମଧ୍ୟ ନଜରକୁ ଆସିବେ । ଏପରି ମହାନ କଳାକାରମାନଙ୍କ ସହିତ ଏସଏସ୍ ରାଜମୌଲିଙ୍କ ଏହି ଚଳଚିତ୍ର ଏକ ରେକର୍ଡ ବ୍ରେକର୍ ଏବଂ ବ୍ଲକବଷ୍ଟର ହେବାକୁ ପ୍ରସ୍ତୁତି ଚଳାଇଛି ।

‘ଆରଆରଆର’ ୧୩ ଅକ୍ଟୋବର ୨୦୨୧ରେ ସିନେମା ହଲରେ ରିଲିଜ୍ କରାଯିବ । ଇତିମଧ୍ୟରେ ପ୍ରଶଂସକଙ୍କୁ ଆକ୍ସନ ପ୍ୟାକଡ଼ ଟ୍ରେଲର ରିଲିଜ ଏବଂ ପୋଷ୍ଟର ରିଲିଜ୍ ଉପରେ ନିଜର ରଖିବାକୁ ପଡିବ କାରଣ ରିଲିଜ ତାରିଖ ଘୋଷଣା କୌଣସି ସରପ୍ରାଇଜ୍ ଠାରୁ କମ୍ ନଥିଲା ।

   Related Posts