ଏହି ଅଭିନେତାଙ୍କୁ ଡେଟ୍ କରୁଛନ୍ତି କି ନୁସରତ ଜହାଁ ? ଚର୍ଚ୍ଚା ଜୋର ପରେ ନୀରବତା ଭାଙ୍ଗିଲେ ଅଭିନେତ୍ରୀ, କହିଲେ…
9/01/2021 at 2:49 PM

ମୁମ୍ବାଇ ୯।୧: ବଲିଉଡ୍ ଅଭିନେତ୍ରୀ ତଥା କଂଗ୍ରେସ ସାଂସଦ ନୁସରତ ଜହାଁ ତାଙ୍କ ନିଆରା ଆନ୍ଦାଜ ପାଇଁ ପ୍ରାୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଦେଢ ବର୍ଷ ପୂର୍ବେ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ନୁସରତ । ଏବେ କିନ୍ତୁ ତାଙ୍କ ବୈବାହିକ ଜୀବନରେ ତିକ୍ତତା ଦେଖାଦେଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।
ସୋସିଆଲ ମିଡିଆଠୁ ଆରମ୍ଭ କରି ଅନେକ ରିପୋର୍ଟରେ ଚର୍ଚ୍ଚା ହେଉଛି ଯେ, ନୁସରତଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଚାଲିଛି । ନୁସରତଙ୍କ ନାଁ ତାଙ୍କ କୋ-ଷ୍ଟାର ବଙ୍ଗାଳୀ ଅଭିନେତା ୟଶ ଦାସ ଗୁପ୍ତାଙ୍କ ସହ ଯୋଡ଼ା ଯାଉଛି । ନୁସରତ ଏବଂ ୟଶଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ନିବିଡି ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଫଳରେ ତାଙ୍କ ବୈବାହିକ ଜୀବନରେ ତିକ୍ତତା ଦେଖାଦେଇଛି । ନୁସରତ ଏବଂ ୟଶ ଏକ ଟ୍ରିପରେ ରାଜସ୍ଥାନ ଯାଇଥିଲେ । ଟ୍ରିପର କିଛି ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିବା ସହ ପରସ୍ପର କମେଣ୍ଟ ମଧ୍ୟ ଦିଆନିଆ ମଧ୍ୟ ହୋଇଥିଲେ ।
ଏଭଳି ଚର୍ଚ୍ଚା ପରେ ନୁସରତ କହିଛନ୍ତି ଯେ, ‘ମୋର ବ୍ୟକ୍ତିଗତ ଜୀବନ ସବୁବେଳେ ଦର୍ଶକମାନଙ୍କ ପାଇଁ ନୁହେଁ । ଲୋକମାନେ ମୋତେ ସବୁବେଳେ ଅନୁସରଣ କରନ୍ତି । କିନ୍ତୁ ମୁଁ ଏଥର ମୋର କୌଣସି ମନ୍ତବ୍ୟ ରଖିବି ନାହିଁ । ଲୋକମାନେ କେବଳ ମୋ କାମକୁ ବିଚାର କରନ୍ତୁ ଅନ୍ୟ କୌଣସି କଥାକୁ ନୁହଁ । ଭଲ ହେଉ କି ମନ୍ଦ ହେଉ ଏହା ମୋର ବ୍ୟକ୍ତିଗତ ଜୀବନ ଆଉ ଏହାକୁ ମୁଁ ଅନ୍ୟ କାହା ସହ ବାଣ୍ଟିବାକୁ ଚାହେଁନି ।
ୟଶ କହିଛନ୍ତି ଯେ, ମୁଁ ପ୍ରତିବର୍ଷ ରୋଡ୍ ଟ୍ରିପରେ ଯାଏ । ଆଉ ଏଥର ମୁଁ ରାଜସ୍ତାନ ଯାଇଥିଲି । ଟ୍ରିପରେ କେହି ବି ଯାଇପାରିବେ । ନୁସରତ ବିବାହ କରିଛନ୍ତି । ତାଙ୍କ ବ୍ୟକ୍ତିଗତ ସମସ୍ୟା ବିଷୟରେ ମୋତେ କିଛି ଜଣାନାହିଁ ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମସିହା ଜୁନ୍ ୧୯ ତାରିଖରେ ନୁସରତ ଓ ନିଖିଲ ବିବାହ କରିଥିଲେ । ଏହା ପୂର୍ବରୁ ଦୁଇ ଜଣ ପରସ୍ପରଙ୍କୁ ଡେଟ୍ କରୁଥିଲେ । ତୁର୍କୀରେ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ରିସେପସନ ପାର୍ଟି କୋଲକାତାରେ ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ ।