ଅଭିନେତ୍ରୀ ନିକ୍କି ତମ୍ବୋଲିଙ୍କ ୨୯ ବର୍ଷୀୟ ଭାଇଙ୍କ ମୃତ୍ୟୁ: କରୋନାରେ ଥିଲେ ସଂକ୍ରମିତ

Published By : Prameya-News7 Bureau | May 04, 2021 IST

ମୁମ୍ବାଇ ୦୪/୦୫ : ବିଗ୍ ବସ୍-୧୪ ରେ ନଜର ଆସିଥିବା ଅଭିନେତ୍ରୀ ନିକ୍କି ତମ୍ବୋଲିଙ୍କ ଭାଇ କରୋନାରେ ପ୍ରାଣ ହରାଇଛନ୍ତି। ନିକ୍କିଙ୍କ ଭାଇ ଜତିନଙ୍କ ବୟସ ୨୯ ବର୍ଷ ଥିଲା ଓ ସେ ଗତ ୨୦ ଦିନ ହେଲା ମୁମ୍ବାଇ ହସ୍ପିଟାଲ ଭର୍ତ୍ତି ଥିଲେ। ଭାଇର ମୃତ୍ୟୁ ଖବର ଦେଇ ନିକ୍କି ଇନଷ୍ଟାଗ୍ରାମରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ଜତିନ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସହ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ। ଭାଇକୁ ହରାଇବା ପରେ ନିକ୍କି ଲେଖିଛନ୍ତି, "ଆମ ପାରିବାରିକ ଚେନ ଭାଙ୍ଗି ଯାଇଛି "

{"id":448189,"sizeSlug":"large","linkDestination":"none"}

ନିକ୍କି ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଆମେ ଜାଣିନଥିଲୁ ଈଶ୍ୱର ଏହିଭଳି ତୁମକୁ ଆମଠୁ ଛଡେଇ ନେବେ...ବଞ୍ଚିଥିବା ବେଳେ ଆମେ ତୁମକୁ ବହୁତ ଭଲପାଉଥିଲୁ ଓ ଏବେ ତୁମେ ଯିବାପରେ ବି ବହୁତ ଭଲପାଇବୁ। ତୁମକୁ ହରେଇ ଆମେ ଭାଙ୍ଗିଯାଇଛୁ।  ତୁମେ ଏକା ନୁହେଁ, ଆମ ସମସ୍ତଙ୍କର ଏକ ଅଂଶ। ତୁମ ସହ ଆମ ସମସ୍ତଙ୍କର ଏକ ଅଂଶ ଚାଲିଗଲା। ଏବେ ତୁମେ ଈଶ୍ୱରଙ୍କ ପାଖରେ ଅଛ। ମା ପାକହରେ ତୁମର ସୁନ୍ଦର ସ୍ମୃତି ଅଛି। ଆମ ଫ୍ୟାମିଲି ଚେନ୍ ଭାଙ୍ଗି ଯାଇଛି। କିଛି ବି ଆଗ ଭଳି ନାହିଁ, କିନ୍ତୁ ଈଶ୍ୱର ଆମକୁ ଗୋଟିଏ ପରେ ଗୋଟିଏ ନିଜ ପାଖକୁ ଡାକିବ ଓ ଆମ ଫ୍ୟାମିଲି ଚେନ୍ ପୁଣି ଯୋଡି ହୋଇଯିବ।"

wp:html
/wp:html

ଆଗକୁ ନିକ୍କି କହିଛନ୍ତି ଯେ ଈଶ୍ୱର ମୋତେ ତୁମ ଭଳି ଭାଇ ଦେଇଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ। ନିକ୍କି କହିଛନ୍ତି ତାଙ୍କ ଭାଇ ୨୦ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କ ଫୁସଫୁସ ଖରାପ ହୋଇଯାଇଥିଲା। ତାଙ୍କର ଗୋଟିଏ ଫୁସଫୁସ ଖରାପ ହୋଇଯାଇଥିଲା ଓ ଜତିନ ଗୋଟିଏ ଫୁସଫୁସ ସହ ବଞ୍ଚିଥିଲେ। ତାଙ୍କୁ ଟିବି ଥିଲା ଓ ତାସହ ସେ କୋଭିଡରେ ସଂକ୍ରମିତ ହୋଇଥିଲେ। ନିଜ ଭାଇଙ୍କ ସୁସ୍ଥ କାମନା କରି ନିକ୍କି ନିକଟରେ ଘରେ ଏକ ପୂଜା ମଧ୍ୟ କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.