Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ମୋଟୁର ଗାର୍ଲଫ୍ରେଣ୍ଡ’ କହିବାରୁ ରାଗରେ ବର୍ଷିଲେ ନେହା ପେଣ୍ଡସେ : ଦେଲେ ଏପରି ଜବାବ

ନୂଆଦିଲ୍ଲୀ ୧୭/୯: ‘ବିଗ୍ ବସ୍ ’ ଏବଂ ଓ୍ବେବସିରିଜ ‘ମେ ଆଇ କମ୍ ଇନ୍ ମ୍ୟାଡମ୍’ରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ନେହା ପେଣ୍ଡସେ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ସୋଶିଆଲ ମିଡିଆରେ ତାଙ୍କ ବୟଫ୍ରେଣ୍ଡଙ୍କୁ ନେଇ କୁହାଯାଇଥିବା ମନ୍ତବ୍ୟ ଉପରେ ଦେଇଥିବା ଜବାବ ପାଇଁ ଚର୍ଚ୍ଚାରେ ଅଛନ୍ତି। ବୟଫ୍ରେଣ୍ଡଙ୍କୁ ମୋଟା ଏବଂ ମୋଟାର ଗର୍ଲଫ୍ରେଣ୍ଡ ଭଳି କମେଣ୍ଟ ଉପରେ ସେ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ କାହାକୁ କୌଣସି ଅଧିକାର ନାହିଁ ଯେ କାହାର ପସନ୍ଦକୁ ନେଇ ପ୍ରଶ୍ନ କରିବେ।

ନେହା ସୋଶିଆଲ ମିଡିଆରେ ଖୁବ୍ ସକ୍ରିୟ। ନିକଟରେ ସେ ତାଙ୍କ ବୟଫ୍ରେଣ୍ଡ ଶାର୍ଦୁଲଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏହାକୁ ନେଇ ୟୁଜରମାନେ ଶାର୍ଦ୍ଦୁଲଙ୍କ ଓଜନକୁ ନେଇ କମେଣ୍ଟ କରିଥିଲେ। ନେହା ସେଠାରେ କିଛି କହିନଥିଲେ କିନ୍ତୁ ଏବେ ଏକ ସାକ୍ଷାତକାରରେ ଏପରି କହିଥିବା ୟୁଜରଙ୍କୁ ନେହା ବହୁତ କିଛି ଶୁଣାଇଛନ୍ତି।

ଶାର୍ଦ୍ଦୁଲଙ୍କ ପାଇ ଆସିଥିବା କମେଣ୍ଟକୁ ନେଇ ବମ୍ବେ ଟାଇମସକୁ ଦେଇଥିବା ସାକ୍ଷାତକାରରେ ନେହା କହିଛନ୍ତି ଯେ ,‘ ଟ୍ରୋଲରମାନଙ୍କୁ ଏହି ଅଧିକାର କିଏ ଦେଇଛି ଯେ ତାଙ୍କ ପାଇଁ କେଉଁ ବ୍ୟକ୍ତି ଠିକ୍ କିଏ ନୁହେଁ? ସେ ବୁଝି ପାରୁଛନ୍ତି ଯେ ଏହି ନେଗେଟିଭିଟି ଫ୍ରଷ୍ଟେସନରୁ ଆସିଥାଏ। ସେ ଟ୍ରୋଲରଙ୍କୁ ପଚାରିବାକୁ ଚାହଁନ୍ତି ଯେ ସେମାନେ ଜାଣିଛନ୍ତି କି ଏହି ବ୍ୟକ୍ତି ଜଣକ ତାଙ୍କୁ କେତେ ଖୁସିରେ ରଖୁଛନ୍ତି।’

ନେହା ଆହୁରି ମଧ୍ୟ କହିଛନ୍ତି,କେବଳ ଶାର୍ଦ୍ଦୁଲଙ୍କୁ ନୁହେଁ,ତାଙ୍କୁ ମଧ୍ୟ ‘ମେ ଆଇ କମ୍ ଇନ୍ ମ୍ୟାଡମ୍’ ଶୋରେ ଓଜନ ବଢ଼ାଇଥିବାରୁ ଟ୍ରୋଲ୍ କରାଯାଇଥିଲା। କଳାକାରଙ୍କୁ ଏପରି ଟାର୍ଗେଟ୍ କରାଯିବା ଉଚିତ୍ ନୁହେଁ। ସେମାନେ କୌଣସି ଶାରିରୀକ,ମାନସିକ କିମ୍ବା ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥାଇ ପାରନ୍ତି। ଶାର୍ଦ୍ଦୁଲ ତ ମନୋରଞ୍ଜନ ଇଣ୍ଡଷ୍ଟ୍ରି ସହ ସମ୍ପର୍କ ରଖିନାହାନ୍ତି ତେବେ ତାଙ୍କୁ ଟ୍ରୋଲ୍ କରିବା ନିହାତି ହାସ୍ୟାସ୍ପଦ। ନେହା ଟେଲିଭିଜନ ଜଗତରେ ଦୀର୍ଘ ଦିନରୁ କାମ କରି ଆସିଛନ୍ତି। ନେହା ତାଙ୍କ କ୍ୟାରିୟର ୧୯୯୫ମସିହାରେ ଦୂରଦର୍ଶନରେ ଦେଉଥିବା ଶୋ ‘କ୍ୟାପଟେନ୍ ହାଉସ୍’ରୁ ଆରମ୍ଭ କରିଥିଲେ। ଏହା ପରଠୁ ସେ ଟିଭିର ଜଣାଶୁଣା ଚେହେରା ହୋଇସାରିଥିଲେ।

370 Views

   ସମ୍ବନ୍ଧିତ ଖବର