Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ରାହୁଲ ଗାନ୍ଧୀଙ୍କ ପରେ ଏବେ ଗୌତମ ଗମ୍ଭୀରଙ୍କ ଉପରେ ଫିଦା ହେଲେ ମାହିକା ଶର୍ମା, କହିଲେ କ୍ୱାରେଣ୍ଟାଇନର କଥା…

29/07/2021 at 11:24 AM

ନୂଆଦିଲ୍ଲୀ ୨୯/୦୭ : ମାହିକା ଶର୍ମା ‘ପୋଲିସ୍ ଫ୍ୟାକ୍ଟ୍ରି’, ‘ରାମାୟଣ’ ଏବଂ ‘ଏଫ୍ଆଇଆର୍’ ଭଳି ଟିଭି ସୋ’ ପାଇଁ ବେଶ୍ ଜଣାଶୁଣା । କିଛି ଦିନ ପୂର୍ବରୁ ମାହିକା କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିବାକୁ ନେଇ ଚର୍ଚ୍ଚାର ରହିଥିଲେ। ଏଥି ସହିତ, ଅତୀତରେ, ସେ କରୋନା ସଂକ୍ରମିତ ହେତୁ ମଧ୍ୟ ସମ୍ବାଦରେ ଥିଲେ । କୋଭିଡକୁ ମାତ ଦେବା ପରେ ସେ ୩୦ ଜୁନରେ ଭ୍ୟାକ୍ସିନ୍ ବି ନେଇଥିଲେ। କରୋନା ସଂକ୍ରମିତ ହେବା ସମୟରେ ଯେତେବେଳେ ସେ କ୍ୱାରେଣ୍ଟାଇନରେ ଥିଲେ, ପ୍ରସିଦ୍ଧ କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀରଙ୍କ ଉପରେ ଫିଦା ହୋଇଯାଇଥିଲେ, ଯାହା ସେ ନିକଟରେ ପ୍ରକାଶ କରିଛନ୍ତି।

ମାହିକା ଶର୍ମା ବହୁ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ। ତେବେ ବର୍ତ୍ତମାନ ମାହିକା ଗୌତମ ଗମ୍ଭୀରଙ୍କ ଉପରେ ନିଜର ହୃଦୟ ହାରି ବସିଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନରେ ଥିଲେ। ସେତେବେଳେ ତାଙ୍କୁ କ୍ରସର ଅନୁଭବ ହୋଇଥିଲା । ସେ କହିଛନ୍ତି- ‘ଯେତେବେଳେ ତୁମେ ସିଙ୍ଗଲ୍ ଥିବ, ରିଲେସନରେ ନ ଥିବ ଏବଂ ‘ଏକୁଟିଆ ରହୁଥିବ ତାହା ବହୁତ ବିରକ୍ତିକର ହୋଇଯାଏ । ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦି ମୋର ପିଲାଦିନର କ୍ରସ୍ ଥିଲେ କିନ୍ତୁ ବର୍ତ୍ତମାନ ମୁଁ ଅନୁତାପ କରୁଛି ,ଭାରତୀୟ ରାଜନେତା ତଥା ପୂର୍ବତନ କ୍ରିକେଟରଙ୍କ ଫଟୋ ଦେଖିବା ପରେ ।

ମାହିକା ଗୌତମ ଗମ୍ଭୀରଙ୍କ ବିଷୟରେ କହିଛନ୍ତି ଯେ ସେ ବିବାହିତ ଏବଂ ମୁଁ ଏହାକୁ ସମ୍ମାନ କରେ କିନ୍ତୁ ସେ ମୋର କ୍ୱାରେଣ୍ଟାଇନ୍ କ୍ରସ୍ ବୋଲି ଅସ୍ୱୀକାର କରିପାରିବି ନାହିଁ। ଏହାପୂର୍ବରୁ ମାହିକା କୋଭିଡ ପରେ ନିଜର ଅବସ୍ଥା ବିଷୟରେ କହିଥିଲେ, ସୁସ୍ଥ ହେବା ପରେ ତାଙ୍କ ମୁଣ୍ଡ ବୁଲାଉଥିବାର ସମସ୍ୟା ହେଉଥିଲା । ତାଙ୍କର ଓଜନ ମଧ୍ୟ ୧୫ ରୁ ୨୦ କିଲୋଗ୍ରାମ କମି ଯାଇଥିଲା ।

   Related Posts