Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସୁଇଟିଙ୍କ ଲମ୍ବା ଯାତ୍ରା, ‘ପ୍ରେମ ଏଟିଏମ୍‌’ରେ ଚୁଲବୁଲି ନାୟିକା ସାଜିବା: ପୁଣି ସ୍ବପ୍ନ ଅଛି, ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ଚାକିରି କରିବା

20/10/2020 at 3:46 PM

ଭୁବନେଶ୍ବର୨୦/୧୦: ଓଲିଉଡରେ ଅଭିନୟ ପାଇଁ ଲିପିକା ସେନାପତି (ସୁଇଟି) ‘ମୁଁ ବି ହିରୋଇନ୍‌ ହେବି’ ରିଅଲିଟି ସୋ’ରେ ଭାଗ ନେଇଥିଲେ । ଏଥିରେ ସେ ସଫଳ ହୋଇ ନଥିଲେ । ଏହା ପୂର୍ବରୁ ସେ ଅନେକ ଗୁଡ଼ିଏ ମ୍ୟୁଜିକ୍‌ ଆଲ୍‌ବମ୍‌ରେ ଅଭିନୟ କରିଥିଲେ ।

ସେହିପରି ‘ଆଉ କିଛି ଦିନ ବଞ୍ଚିଯିବି’ ମ୍ୟୁଜିକ୍‌ ଭିଡିଓ ପାଇଁ ତାଙ୍କୁ ‘ବେଷ୍ଟ ଆକ୍ଟ୍ରେସ୍‌ ଆୱାର୍ଡ’ ମିଳିଥିଲା । ଏହି ସମୟରେ ତାଙ୍କୁ ପ୍ରଥମେ ‘ଇସ୍କ୍‌ ପୁଣି ଥରେ’ ଚଳଚ୍ଚିତ୍ରରେ ରୁବି ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ସେଥିରୁ ଆରମ୍ଭ ହୁଏ ତାଙ୍କ ଓଲିଉଡ ଯାତ୍ରା । ପରେ ‘ଟୁଇଷ୍ଟ୍‌ବାଲା ଲଭ୍‌ଷ୍ଟୋରୀ’, ‘ମୂଷା ମୋର ରଜନୀକାନ୍ତ’ ଚଳଚ୍ଚିତ୍ରରେ ଲିଡ୍‌ ରୋଲରେ ଅଭିନୟ କରିଥିଲେ । ଯାହା ତାଙ୍କୁ ଓଲିଉଡରେ ଏକ ଚୁଲବୁଲି ନାୟିକା ଭାବେ ପ୍ରତିଷ୍ଠିତ କରିପାରିଛି ।

ସେହିପରି ଆଗକୁ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ପ୍ରେମ ଏଟିଏମ୍‌’ରେ ମଧ୍ୟ ହିରୋଇନ୍‌ ଭାବେ ଲିପିକା ଅଭିନୟ କରିଛନ୍ତି । ଏଥିସହ ନିକଟରେ ଆଉ ୨ଟି ଓଡ଼ିଆ ଫିଲ୍ମରେ ଅଭିନୟ କରିବାର ଅଫର୍‌ ମିଳିଛି । ଆଗକୁ ଜଣେ ଭଲ ଅଭିନେତ୍ରୀ ହେବା ସହ ମ୍ୟାନେଜ୍‌ମେଣ୍ଟ୍‌ କ୍ଷେତ୍ରରେ ଚାକିରି କରିବା ଲିପିକାଙ୍କ ସ୍ୱପ୍ନ ।

   Related Posts