କଙ୍ଗନା କଲେ ଜୟାଙ୍କୁ ଟାର୍ଗେଟ୍, ପଚାରିଲେ ତାଙ୍କ ଇଣ୍ଡଷ୍ଟ୍ରି କେଉଁ ଥାଳି ଦେଇଛି ?

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬/୦୯: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ସାଂସଦ ଜୟା ବଚ୍ଚନ ଦେଇଥିବା ବୟାନ ଚର୍ଚା ତଥା ବିବାଦୀୟ ପ୍ରସଙ୍ଗ ହୋଇଛି। କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରିଥିବା ବେଳେ ଅନ୍ୟପକ୍ଷେ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବାକଯୁଦ୍ଧ ଏବେ ବି ଜାରି ରହିଛି। ଗତକାଲି ସେ ଜୟାଙ୍କ ବୟାନରେ କଟୁ ମନ୍ତବ୍ୟ ଦେଇଥିଲେ। ଆଜି ପୁଣି ଥରେ ଟ୍ବିଟ୍ କରି ସେ ଜୟାଙ୍କୁ ପ୍ରଶ୍ନ କରିଛନ୍ତି।

କଙ୍ଗନା ଟ୍ବିଟ୍ କରିଛନ୍ତି ଯେ ‘‘କେଉଁ ଥାଳି ଦେଇଛନ୍ତି ଜୟା ଜୀ ଓ ତାଙ୍କ ଇଣ୍ଡଷ୍ଟ୍ରି। ଗୋଟିଏ ଥାଳି ମିଳିଥିଲା, ଯେଉଁଥିରେ ଦୁଇ ମିନିଟ୍ ଅଭିନୟରେ ଆଇଟମ୍ ନମ୍ବର ଓ ଗୋଟିଏ ରୋମାଣ୍ଟିକ୍ ଦୃଶ୍ୟ ମିଳୁଥିଲା। ସେ ପୁଣି ହିରୋଙ୍କ ସହ ଶୋଇବା ପରେ। ମୁଁ ଏ ଇଣ୍ଡଷ୍ଟ୍ରିକୁ ଫେମିନିଜମ ଶିଖାଇଛି, ଥାଳିକୁ ଦେଶ ଭକ୍ତି ନାରୀପ୍ରଧାନ ଫିଲ୍ମରେ ସଜେଇଛି। ଏହା ମୋର ନିଜସ୍ବ ଥାଳି। ଜୟା ଜୀ ଆପଣଙ୍କର ନୁହେଁ।’’

ଉଳ୍ଲେଖନୀୟ ଯେ, ଗତକାଲି ସଂସଦରେ ଜୟା ରବି କିଶାନ ଓ କଙ୍ଗନାଙ୍କ ନାଁ ନ ନେଇ କହିଥିଲେ, କିଛି ଲୋକ ବଲିଉଡକୁ ବଦାନମ କରିବାରେ ଲାଗିଛନ୍ତି, ଯେଉଁମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଲେ ସେମାନେ ଏହାକୁ ଗଟର କହୁଛନ୍ତି। ଏଥିରେ ସେ ଆଦୌ ସହମତ ନାହାନ୍ତି। ଏମାନେ ସେହି ଲୋକ ଯେଉଁମାନେ ଏଇ ଥାଳିରେ ଖାଇ ସେଥିରେ ଛେଦ କରୁଛନ୍ତି।

କଙ୍ଗନା ଗତକାଲି ସଂସଦରୁ ଜୟାଙ୍କ ଭିଡିଓକୁ ରିଟ୍ବିଟ୍ କରି କହିଥିଲେ , ‘‘ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ବେତାଙ୍କୁ ଟିନ୍ଏଜରେ ମାଡ ମରା ଯାଇଥାନ୍ତା, ଡ୍ରଗ୍ସ ଦିଆଯାଇଥାନ୍ତା ଓ ଉତ୍ପୀଡନର ଶିକାର ହୋଇଥାନ୍ତେ। ଯଦି ଅଭିଷେକଙ୍କୁ କ୍ରମାଗତ ହଇରାଣ କରାଯାଇଥାନ୍ତା ଓ ସେ ଉତ୍ପୀଡନର ଅଭିଯୋଗ କରିଥାନ୍ତେ ଓ ଗୋଟିଏ ଦିନ ଫାଶିରେ ତାଙ୍କ ମୃତ ଦେହ ଝୁଲିଥିବା ଦେଖିଥାନ୍ତେ? ତାହେଲେ ବି କ’ଣ ଜୟା ଜୀ ଏହି କଥା କହିଥାନ୍ତେ।  ଆମ ପ୍ରତି ମଧ୍ୟ କିଛି ଦୟା ଦେଖାଅ।’’

ଅଗଷ୍ଟ ୨୭ ତାରିଖ ସନ୍ଧ୍ୟାରେ କଙ୍ଗନା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଟ୍ୟାଗ୍‌ କରି ଏକ ଟ୍ବିଟ୍ କରିଥିଲେ। ସେଥିରେ ଲେଖା ଥିଲା ଯଦି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ବଲିଉଡର ତଦନ୍ତ କରେ ତେବେ ପ୍ରଥମ ପର୍ଯ୍ୟାୟରେ ହିଁ ଅନେକ ତାରକା ଏହାର ଆଢ଼ୁଆଳରେ ରହିବେ। ଯଦି ରକ୍ତ ପରୀକ୍ଷା କରାଯାଆନ୍ତା ତାହାଲେ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଯାଆନ୍ତା। ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ମିଶନ ଅନୁସାରେ ବଲିଉଡର ଗଟରକୁ ସଫା କରିବେ। ଯାହା ପରେ ସଂସଦର ମୌସୁମୀ ଅଧିବେଶନରେ ସାଂସଦ ରବି କିଶନ ଏହି ପ୍ରସଙ୍ଗ ଉଠାଇଥିଲେ ଓ ଗତକାଲି ଏହା ଉପରେ ସାଂସଦ ଜୟା ବଚ୍ଚନ କଙ୍ଗନା ଓ ରବି କିଶନଙ୍କ ନାଁ ନ ନେଇ ନିଜ ବୟାନ ରଖିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.